\'ତମେ ମୋ ସହ କଣ ସମାଧାନ କରିବାକୁ ଚାହୁଁଛ ?\' | Odisha Reporter
ଗତକାଲି ଅଭିନେତା ଅରିନ୍ଦମ ରାୟଙ୍କ ପ୍ରେସ୍ମିଟକୁ ନେଇ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର । କହିଲେ, 'ତମେ ମୋ ସହ କଣ ସମାଧାନ କରିବାକୁ ଚାହୁଁଛ ? ମୁଁ 'ରାମ' ଫିଲ୍ମକୁ ବିରୋଧ କରିନାହିଁ, ସେ ଟୁଟୁ ନାୟକ ମୋତେ ବ୍ୟାନ୍ କରିବା ଦ୍ବାରା ମୋ ଫିଲ୍ମ 'ମାଇଣ୍ତ ଗେମ' ଓଡ଼ିଶାର ସବୁ ହଲରୁ ଉଠିଗଲା, ମୋ ଫିଲ୍ମ ସବୁ ସିନେମା ହଲରେ ନ ଚାଲିବା ଦ୍ବାରା ମୋର କେତେ କ୍ଷତି ହେଇଛି ଜାଣିଛ ? ଟୁଟୁ ନାୟକ ଓଡ଼ିଶାର ସମସ୍ତଙ୍କ ସାମ୍ନାରେ କୁହନ୍ତୁ ଯେ କଣ ପାଇଁ ମୋତେ ବ୍ୟାନ୍ କଲେ।' କିଛି ଏଭଳି କହି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ମନୋଜ ମିଶ୍ର । ତେବେ ଗତକାଲି ଅଭିନେତା ଅରିନ୍ଦମ ରାୟ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
