Advertisment

ଟିକ୍‌ଟକ୍‌ ପ୍ରେମରେ ଓଲିଉଡ୍‌ ଅଭିନେତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସବୁଠି ଟିକ୍‌ ଟକ୍‌ର କ୍ରେଜ୍‌। ଟିକ୍‌ଟକ୍‌ ପରି ଏକ ଛୋଟ ପ୍ଲାଟଫର୍ମରେ ଗୀତ ଗାଇ, ନାଚି, ଡ୍ରାମା କରି ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଢେର୍‌ ପ୍ରଶଂସା ସାଉଁଟୁଛନ୍ତି ଯୁବପିଢ଼ି। କେବେଳ ଯୁବପିଢି ନୁହନ୍ତି, ଟିକ୍‌ ଟକ୍‌ ପ୍ରେମରେ ଅନେକ ବଲିଉଡ୍‌ ଏବଂ ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ପଡ଼ିଯାଇଛନ୍ତି। ଓଲିଉଡ୍‌ର ଆଗ ଧାଡ଼ିର ନାୟିକାମାନେ ଅବସର ସମୟରେ ଟିକ୍‌ ଟକ୍‌ କରିବାର ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଟିକ୍‌ଟକ୍‌ ପ୍ରେମରେ ଓଲିଉଡ୍‌ ଅଭିନେତ୍ରୀ, ଦେଖନ୍ତୁ ଭିଡିଓ

actress-tik-tok

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସବୁଠି ଟିକ୍‌ ଟକ୍‌ର କ୍ରେଜ୍‌। ଟିକ୍‌ଟକ୍‌ ପରି ଏକ ଛୋଟ ପ୍ଲାଟଫର୍ମରେ ଗୀତ ଗାଇ, ନାଚି, ଡ୍ରାମା କରି ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଢେର୍‌ ପ୍ରଶଂସା ସାଉଁଟୁଛନ୍ତି ଯୁବପିଢ଼ି। କେବେଳ ଯୁବପିଢି ନୁହନ୍ତି, ଟିକ୍‌ ଟକ୍‌ ପ୍ରେମରେ ଅନେକ ବଲିଉଡ୍‌ ଏବଂ ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ପଡ଼ିଯାଇଛନ୍ତି। ଓଲିଉଡ୍‌ର ଆଗ ଧାଡ଼ିର ନାୟିକାମାନେ ଅବସର ସମୟରେ ଟିକ୍‌ ଟକ୍‌ କରିବାର ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରେ ଅଛନ୍ତି ରିୟା, ଝିଲିକ୍‌, ଲିପ୍ସା ମିଶ୍ର, ପ୍ରକୃତି ମିଶ୍ର, ଶିବାନୀ, ଜିନା ଓ ଦିବ୍ୟା ପ୍ରମୁଖ। ଏହି ଆପ୍‌ ବ୍ୟବହାର କରି ସେମାନେ ସେମାନଙ୍କର ପ୍ରଶଂସକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବାକୁ ଚେଷ୍ଟା କରୁଛନ୍ତି।

Advertisment

ଟିକ୍‌ ଟକ୍‌ରେ କିଛି ସେକେଣ୍ଡ ମଧ୍ୟରେ ସୁନ୍ଦର ଏକ୍ସପ୍ରେସନ୍‌ ଆଉ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକମାନଙ୍କୁ କିମିଆଁ କରୁଛନ୍ତି ଏହିସବୁ ଅଭିନେତ୍ରୀ। କେବଳ ଅଭିନେତ୍ରୀ ନୁହନ୍ତି, ଓଲିଉଡ୍‌ ଅଭିନେତାମାନେ ମଧ୍ୟ ଏହି ଟିକ୍‌ ଟକ୍‌ ଭିଡିଓ କରିବାରେ ସକ୍ରିୟ ରହିଛନ୍ତି। ଏଥିସହ ଫିଲ୍ମ କଳାକରାମାନେ ନିଜର ଫିଲ୍ମର ଗୀତକୁ ପ୍ରମୋସନ୍‌ କରିବା ପାଇଁ ଟିକ୍‌ଟକ୍‌ର ସାହାଯ୍ୟ ନେଉଥିବା ନେବା ଦେଖିବାକୁ ମିଳୁଛି।