babushan
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପରଦାକୁ ଆସିଛି ଓଲିଉଡ୍ ଫିଲ୍ମ ମିଷ୍ଟର ମଜ୍ନୁ। ଏଥିରେ ମୁଖ୍ୟ ଭୂମିକାରେ ବାବୁସାନ୍ଙ୍କ ସହ ୩ଜଣ ଅଭିନେତ୍ରୀ ଲିଡ୍ରେ ରହିଛନ୍ତି। ସୂର୍ଯ୍ୟମୟୀ, ଶୀତଲ ଏବଂ ଦିବ୍ୟାଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରିଛନ୍ତି ମଜ୍ନୁ ବାବୁସାନ୍। ଫିଲ୍ମରେ ହାଇଡ୍ରାମା ଥିବା ବେଳେ କମେଡି ତଡକା ଲଗାଇଛନ୍ତି ମିହିର ଦାସ। ଏଥିରେ ଖଳନାୟକ ଭୂମିକାରେ ଅଛନ୍ତି ରାଇମୋହନ ପରିଡ଼ା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏ ଫିଲ୍ମର ସଙ୍ଗୀତ ସଜାଇଛନ୍ତି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର।
ରିଲିଜ୍ ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁଥିଲା। ପ୍ରସିଦ୍ଧ ’ରଙ୍ଗବତୀ ଗୀତ’କୁ ଏ ଫିଲ୍ମରେ ନୂଆ ଷ୍ଟାଇଲ୍ରେ ପରଷା ଯାଇଛି। ସେହିଭଳି ‘ଉଠିଗଲା ଧାରା ୩୭୦’ ଭଳି ଡ୍ୟାନ୍ସ ନମ୍ବରକୁ ମଧ୍ୟ ସିନେ ପ୍ରେମୀ ବେଶ୍ ପସନ୍ଦ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/babushan-1.jpg)