Advertisment

ସୋଶାଲ ମିଡିଆରେ ଜ୍ଞାନ ବାଣ୍ଟି ଟ୍ରୋଲ୍‌ ହେଲେ ଶିଳ୍ପା

ମୁମ୍ବାଇ: “କଠିନ ସମୟରେ ମନକୁ ଭିନ୍ନ ଭିନ୍ନ କଥା ଆନ୍ଦୋଳିତ କରିଥାଏ। ତାହା ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରାଣାୟମ କରିବା ବହୁତ ଜରୁରୀ। ପଜିଟିଭ୍‌ ରହିବା ପାଇଁ ନିଜ ଶ୍ୱାସ କ୍ରିୟାକୁ ଠିକ୍‌ ଭାବେ ପରିଚାଳିତ କରନ୍ତୁ। ଏଥିନିମନ୍ତେ ଠିକ୍‌ ସମୟରେ ପ୍ରାଣାୟମ କରିବା ନିହାତି ଜରୁରୀ।” ଜୀବନରୁ ନେଗେଟିଭିଟି ବା ନକାରାତ୍ମକ ଭାବନାକୁ ଦୂର କରିବା ନିମନ୍ତେ ଯୋଗ କରିବାକୁ ନିଜ ଫ୍ୟାନ୍‌ମାନଙ୍କୁ ଶିଳ୍ପା ଶେଟ୍ଟୀ ଏମିତି ଜ୍ଞାନ ବାଣ୍ଟି ଥିବା ବେଳେ ଏଥିପାଇଁ ତାଙ୍କୁ […]

ଅଦ୍ୟତନ ହୋଇଛି
ସୋଶାଲ ମିଡିଆରେ ଜ୍ଞାନ ବାଣ୍ଟି ଟ୍ରୋଲ୍‌ ହେଲେ ଶିଳ୍ପା

shilpa setty

Advertisment

ମୁମ୍ବାଇ: “କଠିନ ସମୟରେ ମନକୁ ଭିନ୍ନ ଭିନ୍ନ କଥା ଆନ୍ଦୋଳିତ କରିଥାଏ। ତାହା ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରାଣାୟମ କରିବା ବହୁତ ଜରୁରୀ। ପଜିଟିଭ୍‌ ରହିବା ପାଇଁ ନିଜ ଶ୍ୱାସ କ୍ରିୟାକୁ ଠିକ୍‌ ଭାବେ ପରିଚାଳିତ କରନ୍ତୁ। ଏଥିନିମନ୍ତେ ଠିକ୍‌ ସମୟରେ ପ୍ରାଣାୟମ କରିବା ନିହାତି ଜରୁରୀ।” ଜୀବନରୁ ନେଗେଟିଭିଟି ବା ନକାରାତ୍ମକ ଭାବନାକୁ ଦୂର କରିବା ନିମନ୍ତେ ଯୋଗ କରିବାକୁ ନିଜ ଫ୍ୟାନ୍‌ମାନଙ୍କୁ ଶିଳ୍ପା ଶେଟ୍ଟୀ ଏମିତି ଜ୍ଞାନ ବାଣ୍ଟି ଥିବା ବେଳେ ଏଥିପାଇଁ ତାଙ୍କୁ ଟ୍ରୋଲ୍‌ର ଶିକାର ବି ହେବାକୁ ପଡ଼ିଛି।

Advertisment

ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ସୋଶାଲ ମିଡିଆରେ ଏକ ପ୍ରକାର ଗାଏବ ହୋଇଯାଇଥିବା ଶିଳ୍ପା ଗତକାଲି ସ୍ୱାଧୀନତା ଦିବସ ଅବସରରେ ପ୍ରଥମ ଥର ପାଇଁ ଲାଇଭ୍‌ ଆସିଥିଲେ। ହେଲେ ସେ ବାଣ୍ଟିଥିବା ଜ୍ଞାନକୁ ସହଜେ ଗ୍ରହଣ କରିପାରି ନ ଥିଲେ ସୋଶାଲ ମିଡିଆ ୟୁଜର। ଜଣେ ୟୁଜର ନିଜ ପୋଷ୍ଟରେ ସୁପର ସେ ଉପର ରାଜ କୁନ୍ଦ୍ରା ବୋଲି ଲେଖିଥିବା ବେଳେ ଆଉ ଜଣେ ରାଜ ଜେଲ୍‌ରୁ କେବେ ଆସୁଛନ୍ତି ବୋଲି ପଚାରିଛନ୍ତି। ରାଜଙ୍କ ଗିରଫଦାରୀ ପରେ ସୋଶାଲ ମିଡିଆରେ ଲଗାତାର ଭାବେ ଶିଳ୍ପାଙ୍କୁ ଟ୍ରୋଲ୍‌ କରାଯାଉଛି।

ଶିଳ୍ପା ପୂର୍ବରୁ ‘ସୁପର ଡ୍ୟାନ୍ସର ଚ୍ୟାପ୍ଟର-୪’ ପ୍ରୋଗ୍ରାମରେ ଜଜ୍‌ କରୁଥିଲେ। ହେଲେ ରାଜ୍‌ଙ୍କ ଗିରଫଦାରୀ ପରେ ସେ ଏହି ଶୋ’ରୁ ବି ଗାଏବ ହୋଇଯାଇଛନ୍ତି

Advertisment

[caption id="attachment_667337" align="aligncenter" width="650"]shilpa setty ଯୋଗ ମୁଦ୍ରାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟି।[/caption]

ସୂଚନାଯୋଗ୍ୟ, ସ୍ୱାମୀଙ୍କ ଗିରଫଦାରୀ ପରେ ଲଗାତାର ଟ୍ରୋଲ ହେଉଥିବା ଶିଳ୍ପା କିଛି ଦିନ ପୂର୍ବେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ-  ‘ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ମୋ ଏବଂ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ମୋତେ ଟ୍ରୋଲ କରାଯାଇଛି। କେବଳ ମୁଁ ନୁହେଁ, ମୋ ପରିବାରକୁ ମଧ୍ୟ ଏଥିରେ ଟଣା ଯାଉଛି। ମୁଁ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇ ନାହିଁ, ଭବିଷ୍ୟତରେ ମଧ୍ୟ ମୁଁ ତାହା କରିବି ନାହିଁ। କାରଣ ଏହି ମାମଲା ଏବେ କୋର୍ଟରେ ଅଛି। ତେଣୁ ଆପଣମାନେ ମୋ ବିଷୟରେ ଭୁଲ୍‌ ଖବର ଲେଖିବା ବନ୍ଦ କରନ୍ତୁ।’

ଶିଳ୍ପା ଆହୁରି କହିଥିଲେ, ‘ଯେଉଁ କାରଣ ପାଇଁ  ଲୋକ ଗଣମାଧ୍ୟମରେ ମୋ ବିଷୟରେ ଚର୍ଚ୍ଚା କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ୍‌। ମୁଁ କାହା ଆଗରେ କିଛି ବି କହିବି ନାହିଁ। ମୋତେ ଭାରତୀୟ ନ୍ୟାୟପାଳିକା ଏବଂ ମୁମ୍ବାଇ ପୁଲିସର ତଦନ୍ତ ଉପରେ ପୂର୍ଣ୍ଣ ଭରସା ଅଛି । ତେଣୁ ମୋର ଏବଂ ମୋ ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ। ଅଧା ଅଧୁରା ଖବର ଶୁଣି ଟିପ୍ପଣୀ କରନ୍ତୁ ନାହିଁ। ମିଡିଆ ଟ୍ରାଏଲ କରନ୍ତୁ ନାହିଁ, ଆଇନ୍‌କୁ ନିଜ କାମ କରିବାକୁ ଦିଅନ୍ତୁ ।”

ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଗତ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ମାସେ ହେବ ରାଜ୍‌ ଜେଲ୍‌ରେ ବନ୍ଦ ଥିବା ବେଳେ ବିଭିନ୍ନ ଥର ଜାମିନ ପାଇଁ ଆବେଦନ କରି ନିରାଶ ହୋଇଛନ୍ତି।

Shilpa Shetty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe