Advertisment

ଘର ଲୋକଙ୍କୁ ଲୁଚାଇ ଟି ସୌରୀ ଗାଇଥିଲେ ‘ସୀତା ଲୋ...’ ଗୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଉଦଣ୍ଡିସୀତା’ ଫିଲ୍ମର ‘ସୀତା ଲୋ ଜଳୁଛି ଯାହାର ଚିତା ଲୋ’ ଗୀତ ଶୁଣିଲା ମାତ୍ରେ ମନେ ପଡ଼ିଯା’ନ୍ତି ଗାୟକ ଟି ସୌରୀ। ସେତେବେଳେ ସେ ଗୀତ ଖୁବ୍ ହିଟ୍ ହୋଇଥିବା ବେଳେ ଆଜି ବି ଏହାର କ୍ରେଜ୍ ରହିଛି। ମେଲୋଡି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏ ଗୀତକୁ ଲୋକେ ଶୁଣିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଗୀତ ଗାଇବା ପାଇଁ ଅଫର୍ ପାଇବା ପରେ ସେ ତାଙ୍କ ଘର ଲୋକଙ୍କୁ କିଛି କହି ନଥିଲେ। […]

ଘର ଲୋକଙ୍କୁ ଲୁଚାଇ ଟି ସୌରୀ ଗାଇଥିଲେ ‘ସୀତା ଲୋ...’ ଗୀତ

t-souri

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଉଦଣ୍ଡିସୀତା’ ଫିଲ୍ମର ‘ସୀତା ଲୋ ଜଳୁଛି ଯାହାର ଚିତା ଲୋ’ ଗୀତ ଶୁଣିଲା ମାତ୍ରେ ମନେ ପଡ଼ିଯା’ନ୍ତି ଗାୟକ ଟି ସୌରୀ। ସେତେବେଳେ ସେ ଗୀତ ଖୁବ୍ ହିଟ୍ ହୋଇଥିବା ବେଳେ ଆଜି ବି ଏହାର କ୍ରେଜ୍ ରହିଛି। ମେଲୋଡି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏ ଗୀତକୁ ଲୋକେ ଶୁଣିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଗୀତ ଗାଇବା ପାଇଁ ଅଫର୍ ପାଇବା ପରେ ସେ ତାଙ୍କ ଘର ଲୋକଙ୍କୁ କିଛି କହି ନଥିଲେ। ଘର ଲୋକଙ୍କୁ ଲୁଚାଇ ସେ ଏହି ଗୀତ ଗାଇଥିଲେ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ର ଏକ ଏପିସୋଡ୍‌ରେ ଯୋଗ ଦେଇ ସେ ନିଜେ ଏ କଥା କହିଥିଲେ।

Advertisment

ଟି ସୌରୀ କହିଥିଲେ ଯେ ସଙ୍ଗୀତ ଗୋଟେ ନିଶା। ଲୋକଙ୍କ ସହ ସେ ସଙ୍ଗୀତ ମାଧ୍ୟମରେ ହିଁ ଯୋଡ଼ି ହେବାକୁ ଚେଷ୍ଟା କରନ୍ତି।  କଲେଜ୍‌ରେ ପଢୁଥିବା ବେଳେ ‘ଉଦଣ୍ଡିସୀତା’ ଫିଲ୍ମର ‘ସୀତା ଲୋ ଜଳୁଛି ଯାହାର ଚିତା ଲୋ’ ଗୀତ ଗାଇବା ପାଇଁ ଅଫର୍ ପାଇଥିଲେ। ତା’ ପୂର୍ବରୁ ସେ ଛୋଟ ଛୋଟ ପ୍ରୋଗାମରେ ଗୀତ ଗାଉଥିଲେ। ପ୍ରତି ପ୍ରୋଗାମ୍‌ ପାଇଁ ତାଙ୍କୁ ୫୦ଟଙ୍କା ମିଳୁଥିଲା।

publive-imageସେ ଆହୁରି କହିଥିଲେ ଯେ ଉଦଣ୍ଡିସୀତା ଫିଲ୍ମରେ ଗାଇବା ପାଇଁ ଯେତେବେଳେ ଅଫର ଆସିଲା ସେ ଏକଥା ତାଙ୍କ ପରିବାର ଲୋକଙ୍କୁ ଜଣାଇ ନଥିଲେ। କାରଣ ସେତେବେଳେ ତାଙ୍କ ଘରର ଆର୍ଥିକ ଅବସ୍ଥା ଠିକ୍‌ ନଥିଲା। ପରିବାର ଲୋକ ଚାହୁଁଥିଲେ ସେ ପାଠ ପଢ଼ି ଚାକିରି କରନ୍ତୁ। ସେଥିପାଇଁ ସେମାନେ ସଙ୍ଗୀତ କ୍ଷେତ୍ରରେ ତାଙ୍କୁ ଏତେଟା ସହଯୋଗ କରୁ ନଥିଲେ। ଏହାପରେ ସେ ଷ୍ଟୁଡିଓ ଯାଇ ‘ସୀତା ଲୋ...’ ଗୀତକୁ ଗାଇଥିଲେ। ‘ଉଦଣ୍ଡିସୀତା’ ଫିଲ୍ମ ରିଲିଜ୍ ହେବା ପରେ ଯାଇ ସେ ପରିବାର ଲୋକଙ୍କୁ ଏହି ଗୀତ ଗାଇଥିବା କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe