ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ବୁଢ଼ୀ ମା’ଙ୍କୁ ଓଡ଼ିଶା ଫେରାଇ ଆଣିଲେ ସବ୍ୟସାଚୀ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି): ପରଦାରେ ଅଭିନୟ କରୁଥିବା ଅନେକ ହିରୋଙ୍କୁ ଆପଣ ଦେଖିଥିବେ। ହେଲେ ପରଦା ଉପରେ ଓ ବାହାରେ ସମାନ ଅଭିନୟ କରୁଥିବା ହିରୋ ବହୁତ କମ୍‌ ଦେଖିବାକୁ ମିଳିଥା’ନ୍ତି। ଆମେ କହୁଛୁ, ଓଲିଉଡ୍‌ର ଚକୋଲେଟ୍‌ ହିରୋ ସବ୍ୟସାଚୀ ମିଶ୍ରଙ୍କ କଥା। କରୋନା ଲଡଡାଉନରେ ଘରେ ନବସି ବାହାର ରାଜ୍ୟରେ ଫସି ରହିଥିବା ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଅଭିନେତା ସବ୍ୟସାଚୀଙ୍କ ଉଦ୍ୟମକୁ ସାରା ଓଡ଼ିଶାବାସୀ ପ୍ରଶଂସା କରିଛନ୍ତି। https://www.instagram.com/p/CA7LHZrgkIY/?utm_source=ig_web_copy_link […]

sabya

sabya

Puspanjali Panda
  • Published: Wednesday, 03 June 2020
  • Updated: 03 June 2020, 04:51 PM IST

Sports

Latest News

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି): ପରଦାରେ ଅଭିନୟ କରୁଥିବା ଅନେକ ହିରୋଙ୍କୁ ଆପଣ ଦେଖିଥିବେ। ହେଲେ ପରଦା ଉପରେ ଓ ବାହାରେ ସମାନ ଅଭିନୟ କରୁଥିବା ହିରୋ ବହୁତ କମ୍‌ ଦେଖିବାକୁ ମିଳିଥା’ନ୍ତି। ଆମେ କହୁଛୁ, ଓଲିଉଡ୍‌ର ଚକୋଲେଟ୍‌ ହିରୋ ସବ୍ୟସାଚୀ ମିଶ୍ରଙ୍କ କଥା। କରୋନା ଲଡଡାଉନରେ ଘରେ ନବସି ବାହାର ରାଜ୍ୟରେ ଫସି ରହିଥିବା ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଅଭିନେତା ସବ୍ୟସାଚୀଙ୍କ ଉଦ୍ୟମକୁ ସାରା ଓଡ଼ିଶାବାସୀ ପ୍ରଶଂସା କରିଛନ୍ତି।

https://www.instagram.com/p/CA7LHZrgkIY/?utm_source=ig_web_copy_link

ପ୍ରବାସୀଙ୍କୁ ଘରେ ପହଞ୍ଚାଇବାର ସବ୍ୟସାଚୀଙ୍କର ଏହି ଚେଷ୍ଟା ଏପର୍ଯ୍ୟନ୍ତ ଜାରି ରହିଛି। ନିକଟରେ ବାଙ୍ଗାଲୋରରେ ଲକଡାଉନରେ ଫସି ରହିଥିବା ଜଣେ ଓଡ଼ିଆ ଶ୍ରମିକ ସବ୍ୟସାଚୀଙ୍କ ପାଇଁ ଘରକୁ ଫେରି ପାରିଛନ୍ତି।

ବଲାଙ୍ଗୀର ଟିକରପଡ଼ା ଗାଁର ଜଣେ ଓଡ଼ିଆ ଶ୍ରମିକ କାମ କରିବାକୁ ଯାଇ ପରିବାର ସହିତ ଲକଡାଉନରେ ଦୁଇମାସ ଧରି ବାଙ୍ଗାଲୋରରେ ଫସି ରହିଥିଲେ। ଘରେ ଥିବା ତାଙ୍କର ବୁଢ଼ୀ ମା’ ଆଠ ଦିନ ତଳେ ବ୍ରେନ୍‌ ଷ୍ଟ୍ରୋକ୍‌ଜନିତ ପାରାଲିସିସ୍‌ର ଶିକାର ହୋଇଥିଲେ। ଏପରି ଅବସ୍ଥାରେ ଘରଭଡ଼ା ଦେବା ପାଇଁ ପଇସା ନଥିବାରୁ ଘରମାଲିକ ଏହି ପରିବାରକୁ ଗତ ଶନିବାର ଘରୁ ବାହାର କରିଦେଇଥିଲେ। ତେଣୁ ଅସହାୟ ହୋଇ ଶଯ୍ୟାଶାୟୀ ମା’ଙ୍କୁ ଧରି ପରିବାରର ୭ ଜଣ ସଦସ୍ୟ ବାଙ୍ଗାଲୋରର ରାସ୍ତାରେ ହିଁ ପଡ଼ିରହିଥିଲେ।

ବାଙ୍ଗାଲୋରର ଜଣେ ସାମ୍ୱାଦିକ ଏମାନଙ୍କ ଭିଡିଓ ଶୁଟ୍‌ କରି ସୋଶାଲ ମିଡିଆ ଟ୍ୱିଟରରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ସବ୍ୟସାଚୀଙ୍କ ନଜରକୁ ଆସିବା ପରେ ସେ ଏହି ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ।

ପ୍ରଥମେ ସବ୍ୟସାଚୀ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଅସହାୟ ପରିବାରଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ରୋଗୀଣା ବୁଢ଼ୀ ମା’ଙ୍କର ଚିକିତ୍ସା କରାଇଥିଲେ। ଏହାପରେ ଏକ ଫ୍ଲାଇଟ୍‌ର ବ୍ୟବସ୍ଥା କରି ପରିବାରର ୭ ଜଣ ସଦସ୍ୟଙ୍କୁ ଓଡ଼ିଶା ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଆଜି ସନ୍ଧ୍ୟା ୭ଟା ବାଜି ୨୫ ମିନିଟ୍‌ରେ ଏହି ଶ୍ରମିକଙ୍କ ପରିବାର ଏୟାର ଏସିଆ ଫ୍ଲାଇଟ୍‌ ଯୋଗେ  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।

https://www.instagram.com/p/CA-CJzLACMh/?utm_source=ig_web_copy_link

କେବଳ ଏହି ଓଡ଼ିଆ ଶ୍ରମିକ ପରିବାର ନୁହେଁ, ଏହା ପୂର୍ବରୁ ରାଜସ୍ଥାନରେ ଫସିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀ ସାହାଯ୍ୟ ପାଇଁ ଅପିଲ୍‌ କରିବା ପରେ ସେମାନଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲେ ସବ୍ୟସାଚୀ। ଏଥିପାଇଁ ସେ ଦୁଇଟି ବସ୍‌ର ବ୍ୟବସ୍ଥା କରିଥିଲେ। ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ଛାତ୍ରଛାତ୍ରୀଙ୍କୁ ନେଇ ଫେରିଥିଲା।

https://www.instagram.com/p/CA9Z191gQdp/?utm_source=ig_web_copy_link

ସେହିପରି ଆନ୍ଧ୍ର ପ୍ରଦେଶର ଫସିଥିବା ୨୯ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ବସ୍‌ ପଠାଇ ସେମାନଙ୍କୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରିଥିଲେ ସବ୍ୟସାଚୀ। ଆଗରୁ ମଧ୍ୟ ସାମାଜିକ ଦାୟିତ୍ୱବୋଧ ଦେଖାଇ ଚର୍ଚ୍ଚାରେ ଅଛନ୍ତି ସବ୍ୟସାଚୀ। କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଲକ୍ଷେ ଟଙ୍କା ଦାନ କରି ନିଜକୁ ବିପଦର ବନ୍ଧୁ ପରିଚୟ ସୃଷ୍ଟି କରିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos