ରଜର ଅନୁଭୂତି ବଖାଣିଲେ ଅଭିନେତ୍ରୀ: କାହା ପାଇଁ ମଉଜ ତ କିଏ ପାଇଛି ପରିଚୟ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍‌  ରଜରେ ଦେଖିବାକୁ ମିଳେ। ୩ ଦିନ ଧରି ଚାଲିବାକୁ ଥିବା ଏହି ପର୍ବ କାହା ପାଇଁ  ବାଉଁଶ ଦୋଳିର ମଜା ତ କାହା ପାଇଁ ଖିଲି ପାନର ଦିନ। ଏହି ପର୍ବକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରେ। ଆଉ ସେମାନଙ୍କ ମଧ୍ୟରୁ […]

raja

raja

Biswobandita Swain
  • Published: Thursday, 13 June 2019
  • Updated: 13 June 2019, 05:37 PM IST

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍‌  ରଜରେ ଦେଖିବାକୁ ମିଳେ। ୩ ଦିନ ଧରି ଚାଲିବାକୁ ଥିବା ଏହି ପର୍ବ କାହା ପାଇଁ  ବାଉଁଶ ଦୋଳିର ମଜା ତ କାହା ପାଇଁ ଖିଲି ପାନର ଦିନ। ଏହି ପର୍ବକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରେ। ଆଉ ସେମାନଙ୍କ ମଧ୍ୟରୁ ବାଦ୍‌ ପଡ଼ିନାହାନ୍ତି ଆମ ଅଭିନେତ୍ରୀମାନେ।

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ସାଧାରଣ ଝିଅଟିଏ ପରି ଓଲିଉଡ୍‌ ଅଭିନେତ୍ରୀମାନେ ମଧ୍ୟ ପାଳନ କରନ୍ତି ରଜ। ପାନ ଓ ପୋଡ଼ ପିଠା ଖାଇ ବାଉଁଶ ଦୋଳିରେ ବସି ରଜ ପାଳନ୍ତି ଏହି ଚୁଲ୍‌ବୁଲି ଗ୍ଲାମରସ୍‌ ଅଭିନେତ୍ରୀମାନେ। ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ସେମାନେ ଖୁବ୍‌ ଉତ୍ସାହର ସହ ରଜକୁ ଅପେକ୍ଷା କରିଛନ୍ତି। ରଜକୁ ନେଇ ଏହି ସୁନ୍ଦରୀ ଅଭିନେତ୍ରୀ ମାନେ କ’ଣ କହିଛନ୍ତି ଏବଂ କେଉଁ ଅନୁଭୂତି ବଖାଣିଛନ୍ତି,  ଆସନ୍ତୁ ଜାଣିବା।

ଭୂମିକା- ଓଲିଉଡ୍‌ର ସବୁଠୁ ୟଙ୍ଗ, ଚୁଲ୍‌ବୁଲି, ସୁନ୍ଦରୀ ଏବଂ ପ୍ରତିଭାମୟ ଅଭିନେତ୍ରୀ ହେଉଛନ୍ତି ଭୂମିକା। କଅଁଳ ବୟସରେ ଅଭିନୟରେ ଧୂରନ୍ଧର ହୋଇ ସାରିଥିବା ଏହି ଅଭିନେତ୍ରୀଙ୍କ ପାଇଁ ଏଥର ରଜ ବେଶ୍‌ ସ୍ୱତନ୍ତ୍ର। କାରଣ ପ୍ରଥର ଥର ପାଇଁ ତାଙ୍କର ଏକ ଫିଲ୍ମ ରଜରେ ରିଲିଜ୍‌ ହେଉଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଭୂମିକା। ଫିଲ୍ମଟି ରଜରେ ରିଲିଜ୍‌ ହେବାକୁ ଯାଉଛି।
ରଜର ପ୍ରଥମ ଦିନରେ ଭୂମିକା ତାଙ୍କର ପୂରା ସମୟ ଫିଲ୍ମ ପ୍ରିମିୟରରେ ଦେବାକୁ ଚାହୁଁଛନ୍ତି। ବାକି ଦୁଇ ଦିନ ସେ ବିଭିନ୍ନ ପ୍ରୋଗ୍ରାମ୍‌ ଯାଇ ମଜାମସ୍ତି କରିବାକୁ ଯୋଜନା ରଖିଛନ୍ତି।
ଭୂମିକା କହିଛନ୍ତି, ରଜରେ ବିଭିନ୍ନ ଜାଗା ବୁଲିବାକୁ ମୋତେ ଭଲ ଲାଗେ। ରଜ ସ୍ପେଶାଲ ପାନ ଏବଂ ପୋଡ଼ପିଠା ଖାଇବାକୁ ତାଙ୍କୁ ବହୁତ ଭଲ ଲାଗେ।

ଶିବାନୀ-  ଓଲିଉଡ୍‌ର ଅନ୍ୟତମ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ଶିବାନୀ।। ଅଭିନୟ ସହ ସେ ବେଶ୍‌ ସୁନ୍ଦର ଗୀତ ମଧ୍ୟ ଗାଇ ପାରନ୍ତି। ଶିବାନୀଙ୍କ ପାଇଁ ରଜ ଅର୍ଥ ମାମୁ ଘର। ପ୍ରତିବର୍ଷ ସେ ରଜରେ ମାମୁ ଘରକୁ ଯାଆନ୍ତି। ଏଥର ମଧ୍ୟ ସେ ତାଙ୍କ ମାମୁ ଘରକୁ ଯିବାକୁ ଯୋଜନା କରିଛନ୍ତି। ସେଠାରେ ତାଙ୍କୁ ପାନ ଓ ପୋଡ଼ ପିଠା ଖାଇବାକୁ ଭଲ ଲାଭେ। ତା’ସହିତ ତାଙ୍କୁ ବାଉଁଶ ଦୋଳି ଖେଳିବାକୁ ଭଲ ଲାଗେ।

ଶିବାନୀଙ୍କ ପ୍ରଥମ ଫିଲ୍ମ ‘ଶ୍ରୀଷ୍ଟର ଶ୍ରୀଦେବୀ’ ୨୦୧୭ରେ ରଜ ଅବସରରେ ରିଲିଜ୍‌ ହୋଇଥିଲା।। ସେଥିପାଇଁ ସେ ବର୍ଷର ରଜ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

ଦିବ୍ୟା ଦିଶା- ଓଲିଉଡ୍‌ର ଗ୍ଲାମରସ୍‌ ଗର୍ଲ ହେଉଛନ୍ତି ଦିବ୍ୟା। ରଜକୁ ସେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ଆଉ ଏକ କଥା ହେଉଛି, ରଜ ତାଙ୍କୁ ନୂଆ ପରିଚୟ ଦେଇଛି। କାରଣ  ଗତ ବର୍ଷ ତାଙ୍କର ପ୍ରଥମ ଓଲିଉଡ୍‌ ଫିଲ୍ ରଜରେ ହିଁ ରିଲିଜ୍ ହୋଇଥିଲା। ଏହି ଫିଲ୍ମର ନାଁ ଥିଲା- ‘ସୁନ୍ଦରଗଡର ସଲମାନ୍‌ ଖାନ୍‌’। ଏଥିରେ ସେ ବାବୁସାନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଦିବ୍ୟାଙ୍କ କହିବା ଅନୁଯାୟୀ, ରଜରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍ ହୋଇଥିଲା ଓ ଏହା ତାଙ୍କୁ ନୂଆ ପରିଚୟ ଦେଇଥିଲା। ତେଣୁ ସେ ରଜକୁ ସେ କେବେ ଭୁଲି ପାରିବେନି। କେବଳ ଝିଅମାନେ ନୁହନ୍ତି, ସମସ୍ତେ ରଜକୁ ପାଳନ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

ସୂର୍ଯ୍ୟମୟୀ-  ଓଲିଉଡ୍‌ର ଟଲ୍‌ ଫେୟାର ଆଣ୍ଡ ବିୟୁଟିଫୁଲ୍‌ ନାୟିକା ହେଉଛନ୍ତି ସୂର୍ଯ୍ୟମୟୀ। ତାଙ୍କ ସହିତ ଏତେ ସବୁ ଟ୍ୟାଗ୍‌ ଏକ ସଙ୍ଗେ ଯୋଡ଼ି ହୋଇଥିବା ବେଳେ ତାଙ୍କ ବ୍ୟକ୍ତିତ୍ୱ ପୂରା ନିଆରା।     ରଜ ତାଙ୍କ ପାଇଁ ଖାସ୍‌। କାରଣ ସେଦିନ ତାଙ୍କୁ ବିଭିନ୍ନ ପ୍ରକାର ପିଠା ଏବଂ ପାନ ଖାଇବାକୁ ମିଳିଥାଏ। କିନ୍ତୁ ରଜରେ ସେ ବାହାରେ ବୁଲାବୁଲି କରିବା ଅପେକ୍ଷା ଏକାକି ସମୟ ବିତାଇବାକୁ ଭଲ ପାଆନ୍ତି। ସମୟ ମିଳିଲେ ଫିଲ୍ମ ଏବଂ ୱେବ୍‌ ସିରିଜ୍‌ ଦେଖିବାକୁ ଭଲପାଆନ୍ତି।  ଏବେ ପ୍ରାୟତଃ ନୂଆ ପୋଷାକ କିଣି ପିନ୍ଧୁଥିବାରୁ ରଜରେ ଡ୍ରେସ୍‌ ପିନ୍ଧିବା ପ୍ରତି ତାଙ୍କର ଆଉ ସେତେ ଉତ୍ସାହ ନାହିଁ। କିନ୍ତୁ ପିଲାଦିନେ ତାଙ୍କ ପାଇଁ ତାଙ୍କ ବାପା ଯେଉଁ ଡ୍ରେସ୍‌ କିଣି ଆଣୁଥିଲେ, ସେଦିନକୁ ସେ ଏବେ ମନେ ପକାନ୍ତି।

ସୂର୍ଯ୍ୟମୟୀ କହିଛନ୍ତି, ରଜକୁ ନେଇ ଆମେ ସବୁବେଳେ ଗର୍ବ କରିବା ଉଚିତ୍। କାରଣ ଏହା ଆମ ପରମ୍ପରାର ଏକ ଅନନ୍ୟ ପ୍ରତୀକ।

ତମନ୍ନା- ଓଲିଉଡ୍‌ର ମୋଷ୍ଟ୍‌ ଷ୍ଟାଇଲିସ୍‌ ଗର୍ଲ ହେଉଛନ୍ତି ତମନ୍ନା। ଏଥର ରଜରେ ତାଙ୍କର ଏକ ଫିଲ୍ମ ଆସୁଛି। ଏହାର ନାଁ ‘ଗୋଲ୍‌ମାଲ୍‌ ଲଭ୍‌’। ପ୍ରଥର ଥର ବାବୁସାନ୍‌ଙ୍କ ସହ ଫିଲ୍ମ କରୁଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଏଥର ରଜକୁ ସମସ୍ତେ ମନଖୋଲି ପାଳନ କରିବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos