Advertisment

କରୋନା ଯୋଦ୍ଧାଙ୍କୁ 'ନମସ୍କାର' ଜଣାଇଲେ ତାରକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶକୁ ଏବେ କେବଳ କରୋନା ନେଇ ଚିନ୍ତା ଘାରିଛି। ମେ’୩ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ସମସ୍ତଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି। ସାରା ଦେଶ ଲକଡାଉନ ଥିବାବେଳେ କେବଳ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ଯୋଗାଇଦେବାକୁ ଅନେକ କର୍ମଚାରୀ କରୋନା ସହ ଲଢ଼ିବାକୁ ଘରୁ ବାହାରି ଆସୁଛନ୍ତି। ଦେଶବାସୀଙ୍କ ସୁୁବିଧା ପାଇଁ ମହାମାରୀ ଭୂତାଣୁକୁ ପ୍ରତିଦିନ ସାମ୍ନା କରୁଛନ୍ତି। ଘରେ ସୁରକ୍ଷିତ ରହିବା ପରିବର୍ତ୍ତେ ବାହାରେ ଆସି ଜନସାଧାରଣଙ୍କା ପାଇଁ […]

କରୋନା ଯୋଦ୍ଧାଙ୍କୁ 'ନମସ୍କାର' ଜଣାଇଲେ ତାରକା

ollywood stars

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶକୁ ଏବେ କେବଳ କରୋନା ନେଇ ଚିନ୍ତା ଘାରିଛି। ମେ'୩ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ସମସ୍ତଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି। ସାରା ଦେଶ ଲକଡାଉନ ଥିବାବେଳେ କେବଳ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ଯୋଗାଇଦେବାକୁ ଅନେକ କର୍ମଚାରୀ କରୋନା ସହ ଲଢ଼ିବାକୁ ଘରୁ ବାହାରି ଆସୁଛନ୍ତି। ଦେଶବାସୀଙ୍କ ସୁୁବିଧା ପାଇଁ ମହାମାରୀ ଭୂତାଣୁକୁ ପ୍ରତିଦିନ ସାମ୍ନା କରୁଛନ୍ତି। ଘରେ ସୁରକ୍ଷିତ ରହିବା ପରିବର୍ତ୍ତେ ବାହାରେ ଆସି ଜନସାଧାରଣଙ୍କା ପାଇଁ କାମ କରୁଛନ୍ତି, ଯେଉଁମାନେ ହେଲେ ରାଜ୍ୟ ସରକାର, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀମାନେ। ତେବେ ଏହି ଯୋଦ୍ଧାମାନଙ୍କୁ ଏକ ଗୀତ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ଓଲିଉଡ୍ କଳାକାରମାନେ। ଗୀତଟି ହେଉଛି, 'ନମସ୍କାର'।
Advertisment
ଲଳିତେନ୍ଦୁ ଦାଶ ଏହି ଗୀତର ପରିକଳ୍ପନା କରିଥିବା ବେଳେ ରାକେଶ ଦୀକ୍ଷିତ ହେଉଛନ୍ତି ଏହାର କ୍ରିଏଟିଭ୍‌ ଡିରେକ୍ଟର। ଗୀତ, ସଂଗୀତ ସହ କଣ୍ଠଦାନ କରିଛନ୍ତି ଅମରେନ୍ଦ୍ର ମହାନ୍ତି। ହରପ୍ରସାଦ ମହାପାତ୍ର ଓ ଅଭିଜିତ ସିଂ ଏହାର ସଂଯୋଜନା କରିଛନ୍ତି।
ଶୁଭାଶିଷ, ସମ୍ବିତ‌, ତମନ୍ନା, ଶୀତଲ ପାତ୍ର, ପୁନମ ମିଶ୍ର, ସୋନା, ରାଗିଣୀ, ସୁପ୍ରିୟା, ରୋଜି, ସ୍ବପ୍ନା ପତି, ଉପାସନା, ବିଦୁସ୍ମିତା, ଅନୁ ଚୌଧୁରୀ, ସବ୍ୟସାଚୀ, ଶ୍ରୀତମ, ହରି, ଦୀପକ ପରିଡ଼ା, ଦୀପକ ବାରିକ, ଭୂମିକା ଦାଶ, ସୁକାନ୍ତ ରଥ, ଅଖିଳ, ଦେବଜାନୀ, ବବଲି, ଲକ୍ଷ୍ମୀପ୍ରିୟା, ଛନ୍ଦିତା, ଆମନା, ପ୍ରଣୟ, କଳ୍ପନା ପ୍ରମୁଖଙ୍କୁ ଏଥିରେ ଦେଖିବାକୁ ମିଳିଛି। ତେବେ ଏ ପୂରା ଗୀତଟିକୁ ଶୁଟ୍ କରିବାକୁ କେହି ମଧ୍ୟ ଘରୁ ବାହାରକୁ ଯାଇନାହାନ୍ତି। ନିଜ ନିଜ ଘରେ ରହି ଭିଡିଓ ଶୁଟିଂ କରିଛନ୍ତି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe