Advertisment

ଥାନାରେ ଅଭିନେତା ବବି ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡୁଆରେ ପଡ଼ିଯାଇଛନ୍ତି ଜଣାଶୁଣା ଅଭିନେତା ବବି ମିଶ୍ର। ଭୁବନେଶ୍ୱରର ନୟାପଲ୍ଲୀ ଥାନାକୁ ଡାକି ତାଙ୍କୁ ପଚରାଉଚରା କରୁଛି ପୁଲିସ୍। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହିତ ଝଗଡ଼ାରୁ କଥା ଏତେ ବାଟ ଲମ୍ବି ଯାଇଛି ବୋଲି ଜଣାପଡ଼ିଛି। ବବିଙ୍କ ସହି ପୁଲିସ୍ ତାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରୁଛି। ସେ ଅଭିଯୋଗ କରିଛନ୍ତି ଯେ ଗାଡି ପାର୍କିଂକୁ ନେଇ ବବି ମିଶ୍ର ତାଙ୍କୁ ଧମକ ଦେଇଥିଲେ। ଅନ୍ୟପକ୍ଷରେ ପଡ଼ୋଶୀଙ୍କ ଅଭିଯୋଗକୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଥାନାରେ ଅଭିନେତା ବବି ମିଶ୍ର

Actor Boby Mishra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡୁଆରେ ପଡ଼ିଯାଇଛନ୍ତି ଜଣାଶୁଣା ଅଭିନେତା ବବି ମିଶ୍ର। ଭୁବନେଶ୍ୱରର ନୟାପଲ୍ଲୀ ଥାନାକୁ ଡାକି ତାଙ୍କୁ ପଚରାଉଚରା କରୁଛି ପୁଲିସ୍। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହିତ ଝଗଡ଼ାରୁ କଥା ଏତେ ବାଟ ଲମ୍ବି ଯାଇଛି ବୋଲି ଜଣାପଡ଼ିଛି।

Advertisment

ବବିଙ୍କ ସହି ପୁଲିସ୍ ତାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରୁଛି। ସେ ଅଭିଯୋଗ କରିଛନ୍ତି ଯେ ଗାଡି ପାର୍କିଂକୁ ନେଇ ବବି ମିଶ୍ର ତାଙ୍କୁ ଧମକ ଦେଇଥିଲେ।

ଅନ୍ୟପକ୍ଷରେ ପଡ଼ୋଶୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଭିନେତା ବବି ମିଶ୍ର। ସେ କହିଛନ୍ତି ଯେ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ। ତାଙ୍କ ପାଖରେ ବନ୍ଧୁକ ନାହିଁ କି ସେ କୌଣସି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କ ପଡ଼ୋଶୀଙ୍କୁ ଧମକ ଦେଇ ନାହାନ୍ତି।

Advertisment

ବବି କହିଛନ୍ତି, ଗ୍ୟାରେଜରେ ଗାଡ଼ି ରଖିବାକୁ ନେଇ ଗତକାଲି ମୋ ସାନ ଭାଇ ସହ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ସେ ବି ମୋ ସାନ ଭାଇ ପରି। ମୁଁ ତା’ ସ୍ତ୍ରୀକୁ ନିଜ ସାନ ଭଉଣୀ ପରି ଦେଖେ। ହେଲେ ସେ ଏପରି ତଳକୁ ଖସି ଅଭିଯୋଗ କରିବ ବୋଲି ଭାବି ନ ଥିଲି। ସେ ମୋ ସମାସ୍କନ୍ଦ ନୁହେଁ।

ଅନ୍ୟପକ୍ଷରେ ତପି ମିଶ୍ର କହିଛନ୍ତି, ବିବାହ ବିଚ୍ଛେଦ ପରଠୁ ସେ ବହୁ ଅପସେଟ୍‌ ରହୁଛନ୍ତି। ଗତକାଲି ସେ ଜାଣିଶୁଣି ମୋ ସହ ଗଣ୍ଡଗୋଳ କଲେ। ମୁଁ ଥାନାକୁ ଆସିଥିବା ବେଳେ ମୋ ଗେଟ୍‌କୁ ଗୋଇଠା ମାରି ଗଣ୍ଡଗୋଳ କଲେ। ତାକୁ ମାରିକି ଆଜି ରାତିରେ ତୋତେ ବାହା ହେବି ବୋଲି ମୋ ପତ୍ନୀଙ୍କୁ କହିଲେ। ଏପରିକି ଗ୍ୟାଙ୍ଗଷ୍ଟାର ନାଁ ନେଇ ଧମକ ଦେଲେ। ତେଣୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛି।

Bhubaneswar News Ollywood