Advertisment

ଶାଶୁ ଘର ଛାଡ଼ିଲେ ବର୍ଷା

କଟକ (ଓଡ଼ିଶା ରିପୋର୍ଟର): କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଶାଶୁ ଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବା ପାଇଁ ଗତ ଅଗଷ୍ଟ ୩୦ ତାରିଖରେ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲା ଜଜ୍‌ଙ୍କ କୋର୍ଟ। ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟକୁ କାଏମ ରଖି ଜିଲ୍ଲା ଜଜ୍‌ଙ୍କ କୋର୍ଟ ଏହି ରାୟ ଦେଇଥିଲେ। ଏସ୍‌ଡିଜେଏମ୍‌ଙ୍କ କୋର୍ଟ ବର୍ଷାଙ୍କୁ ଶାଶୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହା ବିରୋଧରେ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ […]

ଶାଶୁ ଘର ଛାଡ଼ିଲେ ବର୍ଷା

Barsha

Advertisment

କଟକ (ଓଡ଼ିଶା ରିପୋର୍ଟର): କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଶାଶୁ ଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବା ପାଇଁ ଗତ ଅଗଷ୍ଟ ୩୦ ତାରିଖରେ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲା ଜଜ୍‌ଙ୍କ କୋର୍ଟ। ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟକୁ କାଏମ ରଖି ଜିଲ୍ଲା ଜଜ୍‌ଙ୍କ କୋର୍ଟ ଏହି ରାୟ ଦେଇଥିଲେ। ଏସ୍‌ଡିଜେଏମ୍‌ଙ୍କ କୋର୍ଟ ବର୍ଷାଙ୍କୁ ଶାଶୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହା ବିରୋଧରେ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ ଯାଇଥିଲେ।

Advertisment

ବର୍ଷା ନିଜ ଘରକୁ ଚାଲିଯାଇଥିବା ବେଳେ ପୁଲିସ୍ ଉପସ୍ଥିତିରେ ପରିବାର ସହ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଆବେଦନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ଷାଙ୍କ ବିକଳ୍ପ ରହଣୀ ବାବଦକୁ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ। ଏହି ଟଙ୍କା ସେ ପ୍ରତିମାସର ୧୦ ତାରିଖ ବା ତା’ପୂର୍ବରୁ ଦେବେ।

ଅନ୍ୟପକ୍ଷରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା କଟକ ଫ୍ୟାମିଲି କୋର୍ଟରେ ବିଚାରାଧୀନ ରହିଛି। କୋର୍ଟ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଏହା ଫେଲ୍ ମାରିଛି। କାରଣ ମଧ୍ୟସ୍ଥତା ନକରି ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଫ୍ୟାମିଲ କୋର୍ଟଙ୍କୁ ନିବେଦନ କରିଛନ୍ତି ଅନୁଭବ। ସେପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ସହଯୋଗ କରିବେ ବୋଲି କହିଛନ୍ତି ବର୍ଷା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe