Advertisment

ଆତ୍ମହତ୍ୟା କରିଥିବା ବଳରାମଙ୍କ ମୃତଦେହକୁ ଦୁବାଇରୁ ଓଡ଼ିଶା ଫେରାଇ ଆଣିଲେ ସବ୍ୟସାଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କରୋନା ଲକଡାଉନରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସାଜି ସେ ସାହାଯ୍ୟ କରୁଛନ୍ତି। ଗତକାଲି ଦୁବାଇରେ ଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତଦେହକୁ ସବ୍ୟ ଗଞ୍ଜାମ ଫେରାଇ ଆଣିଛନ୍ତି। ଯାହାର ସୂଚନା ସେ ସୋଶାଲ ମିଡିଆରେ ଦେଇଛନ୍ତି। https://www.instagram.com/p/CCthXcAg5Qd/?igshid=1qe2eagnuy3xn ଯେଉଁଥିରେ ସେ ଲେଖିଛନ୍ତି, ଜଣକୁ ଘରକୁ ଲେଉଟାଇ ଆଣିବା ଖୁସିର କଥା କିନ୍ତୁ ମୃତଦେହକୁ ପରିବାର ଲୋକଙ୍କ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଆତ୍ମହତ୍ୟା କରିଥିବା ବଳରାମଙ୍କ ମୃତଦେହକୁ ଦୁବାଇରୁ ଓଡ଼ିଶା ଫେରାଇ ଆଣିଲେ ସବ୍ୟସାଚୀ

sabyasachi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କରୋନା ଲକଡାଉନରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସାଜି ସେ ସାହାଯ୍ୟ କରୁଛନ୍ତି।

Advertisment

ଗତକାଲି ଦୁବାଇରେ ଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତଦେହକୁ ସବ୍ୟ ଗଞ୍ଜାମ ଫେରାଇ ଆଣିଛନ୍ତି। ଯାହାର ସୂଚନା ସେ ସୋଶାଲ ମିଡିଆରେ ଦେଇଛନ୍ତି।

https://www.instagram.com/p/CCthXcAg5Qd/?igshid=1qe2eagnuy3xn

ଯେଉଁଥିରେ ସେ ଲେଖିଛନ୍ତି, ଜଣକୁ ଘରକୁ ଲେଉଟାଇ ଆଣିବା ଖୁସିର କଥା କିନ୍ତୁ ମୃତଦେହକୁ ପରିବାର ଲୋକଙ୍କ ପାଖରେ ଆଣି ପହଞ୍ଚାଇବା ଏକ ଦୁଃଖର ବିଷୟ। ଖଲ୍ଲିକୋଟ ଖୋଜାପାଲିର ୩୬ ବର୍ଷୀୟ ବଳରାମ ପ୍ରଧାନ ଦୁବାଇରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଲକଡାଉନ ଯୋଗୁଁ ଘରକୁ ଫେରି ନପାରିବାର ଦୁଃଖକୁ ସହି ନପାରି ସେ ଜୁନ ୨୯ ତାରିଖରେ ଆତ୍ମହତ୍ୟା କରିଥିଲେ। ବଳରାମଙ୍କ ମୃତ୍ୟୁ ପରେ ଘରେ ଥିବା ତାଙ୍କର ମା, ସ୍ତ୍ରୀ ଓ ଦୁଇପିଲା ଦୁଃଖରେ ଭାଙ୍ଗି ପଡ଼ିଥିଲେ।

Advertisment

୧୨ ଜୁଲାଇରେ ଗୋଟିଏ ନ୍ୟୁଜ ମାଧ୍ୟମରେ ମୁଁ ଜାଣିବାକୁ ପାଇଥିଲି ଯେ ବଳରାମଙ୍କ ସ୍ତ୍ରୀ ଓ ମା ତାଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବା ପାଇଁ ଅନୁରୋଧ କରୁଛନ୍ତି। ଏହାପରେ ସେଠାକାର ସ୍ଥାନୀୟ ସାମ୍ବାଦିକଙ୍କଠାରୁ ମୁଁ ବଳରାମଙ୍କ ପରିବାରର ଠିକଣା ସଂଗ୍ରହ କରିଥିଲି। ପରିବାରଠାରୁ ସବୁ ସୂଚନା ପାଇବା ପରେ ଦୁବାଇ ପୁଲିସ ସହିତ ମୁଁ ଯୋଗାଯୋଗ କରିଥିଲି।

ସବ୍ୟସାଚୀ ଆହୁରି ମଧ୍ୟ ଲେଖିଛନ୍ତି, ଯେଉଁ କାମ କରିବାକୁ ୩୦ ରୁ ୩୫ ଦିନ ଲାଗେ ସେହି କାମକୁ ଦୁବାଇ ପୁଲିସ ୩ ଦିନରେ କରିଥିଲେ। ଏହାପରେ ମୃତଦେହର କୋଭିଡ-୧୯ ପରୀକ୍ଷା କରିବା ପରେ ନେଗେଟିଭ ଆସିଥିଲା। ଦୁବାଇରେ ଡକ୍ୟୁମେଣ୍ଟେସନ ପରେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ତାଙ୍କ ମୃତଦେହ ଆସି ପହଞ୍ଚିଥିଲା। କିନ୍ତୁ ଏୟାରପୋର୍ଟ କର୍ତ୍ତୃପକ୍ଷ କୌଣସି ମୃତଦେହକୁ ରଖିବା ପାଇଁ ରାଜି ହୋଇନଥିଲେ। ମୋର ଅନୁରୋଧ ରକ୍ଷା କରି ଡିସିପି ଶ୍ରୀ ଅନୁପ ସାହୁ ଓ ଏୟାରପୋର୍ଟ ଆଇଆଇସିଙ୍କ ସହାୟତାରେ ବଳରାମଙ୍କ ମୃତଦେହ ଭୁବନେଶ୍ୱର ଏୟାରପୋର୍ଟରେ ଆସି ପହଞ୍ଚିଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ତାଙ୍କ ଜନ୍ମମାଟିକୁ ନିଆଯାଇଛି।

sabya

ବଳରାମଙ୍କ ଗାଁ ଲୋକଙ୍କ କହିବା ଅନୁସାରେ ସେ ଜଣେ ସ୍ନେହୀ ମଣିଷ ଥିଲେ। ଯେବେ ବି ସେ ଗାଁକୁ ଆସୁଥିଲେ ସମସ୍ତଙ୍କ ପାଇଁ କିଛି ନା କିଛି ଗିଫ୍ଟ ଆଣି ଆସୁଥିଲେ। କିନ୍ତୁ ଏପରି ସମୟରେ ବଳରାମ ନିଜେ ଏକ ଖରାପ ଉପହାର ସଦୃଶ ତାଙ୍କ ପ୍ରିୟଜନଙ୍କ ପାଖରେ ଆସି ପହଞ୍ଚିଛନ୍ତି।

ବଳରାମଙ୍କ ଦୁଇପିଲାଙ୍କ ପାଠପଢ଼ା ଦାୟିତ୍ୱ ମୁଁ ନେଉଛି। ବଳରାମଙ୍କ ଆତ୍ମାର ସଦଗତି ହେଉ ଏବଂ ତାଙ୍କ ପରିବାର ଲୋକଙ୍କ ମୁଁ ପ୍ରାର୍ଥନା କରୁଛି।

Sabyasachi Mishra