Advertisment

ପ୍ରଶଂସକ କହିଲେ ଲାଇକ୍‌ ଦରକାର କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର କିଙ୍ଗଖାନ୍‌ ଶାହାରୁଖଙ୍କ ଜନ୍ମଦିନ ଅବସରରେ ସୋଶାଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରଶଂସକଙ୍କ ତାଲିକାରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଅଛନ୍ତି। ଅନୁଭବ ବି ଶାହାରୁଖ  ଖାନ୍‌ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଏହି ପୋଷ୍ଟରେ ଅନୁଭବଙ୍କ ଫ୍ୟାନମାନେ ଏମିତି ଚୂନ  ମିଶେଇ କମେଣ୍ଟ କରିଛନ୍ତି ଯେ, ସେଥିରେ ଅନୁଭବ କଣ ଯିଏ ହେଲେ ବି ତାଙ୍କ ମନଟା ଆମ୍ବିଳା […]

author-image
Puspanjali Panda
ଅଦ୍ୟତନ ହୋଇଛି
ପ୍ରଶଂସକ କହିଲେ ଲାଇକ୍‌ ଦରକାର କି ?

P1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର କିଙ୍ଗଖାନ୍‌ ଶାହାରୁଖଙ୍କ ଜନ୍ମଦିନ ଅବସରରେ ସୋଶାଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରଶଂସକଙ୍କ ତାଲିକାରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଅଛନ୍ତି। ଅନୁଭବ ବି ଶାହାରୁଖ  ଖାନ୍‌ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଏହି ପୋଷ୍ଟରେ ଅନୁଭବଙ୍କ ଫ୍ୟାନମାନେ ଏମିତି ଚୂନ  ମିଶେଇ କମେଣ୍ଟ କରିଛନ୍ତି ଯେ, ସେଥିରେ ଅନୁଭବ କଣ ଯିଏ ହେଲେ ବି ତାଙ୍କ ମନଟା ଆମ୍ବିଳା ହେଇଯିବ। ଅନୁଭବ କେବେ ଥରେ , ନିଜର ଅତି ଫେବରିଟ୍‌ ଷ୍ଟାର ସଲମାନ୍‌ ଖାନଙ୍କୁ ରାତି ଅଧରେ ଲାଇକ୍‌ ମାଗିଥିଲେ ଯେ, ଏବେ ସେଇ କଥାକୁ ଯୋଡ଼ି ପ୍ରଶଂସକମାନେ ଟ୍ରୋଲ କରିବାକୁ ପଛାଇ ନାହାନ୍ତି । କହିଛନ୍ତି ଲାଇକ୍‌ ଦରକାର କି ?

Advertisment

https://twitter.com/AnubhavMohanty_/status/1323273709348532224?s=20

ଗତକାଲି ଶାହରୁଖ୍‌ ଖାନ୍‌ଙ୍କର ଜନ୍ମଦିନ ଅବସରରେ ଟ୍ୱିଟରରେ ଶୁଭେଚ୍ଛା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି। ଶାହରୁଖ୍‌ଙ୍କୁ ହ୍ୟାଣ୍ଡସେକ୍‌ କରୁଥିବାର ଏକ ଫଟୋ ପୋଷ୍ଟ କରି ସାଂସଦ ଲେଖିଥିଲେ, ‘ଶାହରୁଖ୍‌ ଖାନ୍‌ ଆପଣଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ଆପଣ ବିଶ୍ୱର ସମସ୍ତ ସିନେପ୍ରେମୀଙ୍କ ହୃତ୍‌ ସ୍ପନ୍ଦନ। ’

publive-image

ଥରେ ନଜର ପକାନ୍ତୁ ସାଂସଦଙ୍କ ପୋଷ୍ଟରେ ୟୁଜର କିଭଳି ପ୍ରତିକ୍ରିୟା ଦେଇଛନ୍ତି।

ତ୍ରିପାଠୀ ସେନାପତି

publive-image

ସୁଦାମ

publive-image

ଆଶିଷ୍‌ ଗୁପ୍ତା

publive-image

ସରୋଜ କୁମାର ପଣ୍ଡା

publive-image

କେବଳ ଏତିକି ନୁହେଁ, ଅତେନ କୁମାର ସାମଲ ନାମରେ ଜଣେ ୟୁଜର ଲେଖିଛନ୍ତି, ସାର୍‌ ମୁଁ ଅତ୍ୟନ୍ତ ଖୁସି ଆପଣ ଶାହରୁଖଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଉଛି। କିନ୍ତୁ ଆଜି ଆମେ ଓଡ଼ିଶା ବାସୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଶଂସକ ବହୁତ ଦୁଃଖିତ । କାରଣ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ନିର୍ଦେଶକ ରାଜୁ ମିଶ୍ର ଆଉ ନାହାନ୍ତି କିନ୍ତୁ ଆପଣ ପ୍ରଥମେ ଏ ଦୁଃଖ ପ୍ରକାଶ ତ କଲେନି,ଆଗେ ଖୁସି ମନାଉଛନ୍ତି।

Advertisment

publive-image

ତେବେ ଟ୍ରୋଲ ହେବା ପରେ ସାଂସଦ ଏହା ଉପରେ ୟୁଜରଙ୍କୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।