Advertisment

ଘୋଡ଼ାରେ ବସି 'ଦମନ' କରିବେ ବାବୁସାନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ନୂଆ ବର୍ଷ। ଆଉ ଏହା ପୂର୍ବରୁ ବାବୁସାନ୍ କରିଛନ୍ତି ବଡ଼ ଘୋଷଣା। କରୋନା ଯୋଗୁ ପ୍ରାୟ ଦୁଇ ‍ବର୍ଷ ଧରି ଠପ୍ ପଡ଼ିଯାଇଥିବା ଓଡ଼ିଆ ସିନେମାକୁ ନୂଆ ଜୀବନ ଦେବେ ବାବୁସାନ୍! ସାମ୍ନାକୁ ଆସିଛି ବାବୁସାନଙ୍କ ନିଆରା ଚଳଚ୍ଚିତ୍ର ପୋଷ୍ଟର। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ। ବର୍ଷ ଶେଷରେ ଅର୍ଥାତ୍ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍। ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚ୍ଚିତ୍ରର ପୋଷ୍ଟର […]

ଘୋଡ଼ାରେ ବସି 'ଦମନ' କରିବେ ବାବୁସାନ୍

babusan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ନୂଆ ବର୍ଷ। ଆଉ ଏହା ପୂର୍ବରୁ ବାବୁସାନ୍ କରିଛନ୍ତି ବଡ଼ ଘୋଷଣା। କରୋନା ଯୋଗୁ ପ୍ରାୟ ଦୁଇ ‍ବର୍ଷ ଧରି ଠପ୍ ପଡ଼ିଯାଇଥିବା ଓଡ଼ିଆ ସିନେମାକୁ ନୂଆ ଜୀବନ ଦେବେ ବାବୁସାନ୍! ସାମ୍ନାକୁ ଆସିଛି ବାବୁସାନଙ୍କ ନିଆରା ଚଳଚ୍ଚିତ୍ର ପୋଷ୍ଟର। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ। ବର୍ଷ ଶେଷରେ ଅର୍ଥାତ୍ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍। ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚ୍ଚିତ୍ରର ପୋଷ୍ଟର ସେ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଚଳଚ୍ଚିତ୍ରଟିର ନାଁ ହେଉଛି 'ଦମନ'। ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚ୍ଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍।

Advertisment

ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର। ଏମିତି ବି କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେବ ପୂଜା ବଜାର ଥଣ୍ଡା ପଡିଯାଇଛି। ଯାହାଫଳରେ ବିଶେଷ ଓଡ଼ିଆ ଫିଲ୍ମ ଓଟିଟି ପ୍ଲାଟଫର୍ମ ଗୁଡିକରେ ରିଲିଜ ହେଉଥିଲା। କିନ୍ତୁ ଏତେ ଦିନ ପରେ ଏକ ବିଗ୍ ବଜେଟ୍ ଫିଲ୍ମ ସହ ପ୍ରକୃତ ଓଡ଼ିଆଙ୍କ କାହାଣୀ ନେଇ ବଡ଼ ପରଦାରେ ରିଲିଜ ହେବ 'ଦମନ'। ଚଳଚ୍ଚିତ୍ରଟିର ପ୍ରଥମ ଲୁକ୍ ବା ପୋଷ୍ଟର ଦର୍ଶକଙ୍କ ସାମ୍ନାରେ ପ୍ରକାଶ କରାଯାଇଛି। ଏହି ଚଳଚ୍ଚିତ୍ରଟି ୨୦୨୨ ରଜରେ ମୁକ୍ତିଲାଭ କରିବାକୁ ଯାଉଛି।

May be an image of 1 person, standing, horse, outdoors and text that says 'JP MOTION PICTURES PRESENTS IN ASSOCIATION WITH MENTIS FILMS DA Ma PRODUCED BY DEEPENDRA DEEPENDRASAML SAMAL FILM VISHAL MOURYA & DEBI PRASAD LENKA EXCLUSIVELY MOVIE THEATRES HEA RAJA 2022'

ତେବେ ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ଦିପେନ୍ଦ୍ର ସାମଲ। ଯୁବ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧ ବିଶାଲ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଜେପି ମୋଶନ ପିକଚର୍ସ ବ୍ୟାନରରେ ଏବଂ ମେଣ୍ଟିସ ଫିଲ୍ମସ୍ ନିବେଦିତ ଦମନ ଚଳଚ୍ଚିତ୍ରଟି ଏକ ସତ୍ୟକାହାଣୀ ଉପରେ ଆଧାରିତ। ତେବେ ଏହି ପୋଷ୍ଟରରେ ପ୍ରଥମଥର ପାଇଁ ଚକ୍‌ଲେଟ୍ ହିରୋ ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ କେବଳ ଏକ ଘୋଡ଼ା ଉପରେ ବସି ଯାଉଥିବାର ବାବୁସାନ୍‌ଙ୍କ ଫିଲ୍ମର ଲୁକ୍ ଦେଖିବାକୁ ମିଳିଛି। ତେବେ ପୋଷ୍ଟରକୁ ଦେଖି କାହାଣୀ ଅନୁମାନ କରିବାରେ ବ୍ୟସ୍ତ ହେଲେଣି ସିନେପ୍ରେମୀ। କାହିଁକି ନା ବାବୁସାନଙ୍କ ପୂର୍ବ ଚଳଚ୍ଚିତ୍ରରୁ ଏହା ସମ୍ପୂର୍ଣ୍ଣ ଅଲଗା ପରିଲକ୍ଷିତ ହେଉଛି।

Advertisment

publive-image

ପ୍ରଥମଥର ପାଇଁ ପୋଷ୍ଟରଟି ରିଲିଜ ହେବା ପରେ ଦର୍ଶକଙ୍କ ମନରେ ଢେର୍ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଦମନର ଦୁଇ ନିର୍ଦ୍ଦେଶକଙ୍କ ଅନୁସାରେ ଏଥର ଦମନରେ ବାବୁଙ୍କ ଅନ୍ଦାଜ ସବୁ ଚଳଚ୍ଚିତ୍ରଠାରୁ ପୂରା ଭିନ୍ନ ରହିବ। ତାସହ ଓଡିଆ ଚଳଚ୍ଚିତ୍ର ଜଗତରେ ଏହି ଫିଲ୍ମ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ। ତେବେ ରଜରେ ଏକ ଜବରଦସ୍ତ କାହାଣୀ ସହ ଓଡିଶାବାସୀଙ୍କ ହୃଦୟ ଜିତିବାର ଆଶା ନେଇ ଏହି ଦୁଇ ଯୁବ ନିର୍ଦ୍ଦେଶକ ମଧ୍ୟ ଉତ୍ସାହିତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe