Advertisment

ସବ୍ୟଙ୍କ ପାଇଁ ଓଡ଼ିଶା ଫେରି ବାହା ହୋଇପାରିଲେ କଳ୍ପନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସମୟରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣି ଓଡ଼ିଶାବାସୀଙ୍କ ପାଇଁ ସୋନୁ ସୁଦ୍‌ (ବଲିଉଡ୍ ଅଭିନେତା) ପାଲଟି ଯାଇଛନ୍ତି ଓଲିଉଡର ଚାରମିଙ୍ଗ ଷ୍ଟାର ସବ୍ୟସାଚୀ ମିଶ୍ର। ଏଥିପାଇଁ ତାଙ୍କୁ ନିଜେ ଅଭିନେତା ସୋନୁ ସୁଦ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାନ୍ତି। ଏବେ କେବଳ ରିଲରେ ନୁହେଁ, ରିଅଲ ଲାଇଫରେ ମଧ୍ୟ ସମସ୍ତଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି ସବ୍ୟସାଚୀ। ସୋଶାଲ ମିଡିଆରେ ମଧ୍ୟ ସବ୍ୟଙ୍କ ଫ୍ୟାନ […]

ଅଦ୍ୟତନ ହୋଇଛି
ସବ୍ୟଙ୍କ ପାଇଁ ଓଡ଼ିଶା ଫେରି ବାହା ହୋଇପାରିଲେ କଳ୍ପନା

sabyasachi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସମୟରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣି ଓଡ଼ିଶାବାସୀଙ୍କ ପାଇଁ ସୋନୁ ସୁଦ୍‌ (ବଲିଉଡ୍ ଅଭିନେତା) ପାଲଟି ଯାଇଛନ୍ତି ଓଲିଉଡର ଚାରମିଙ୍ଗ ଷ୍ଟାର ସବ୍ୟସାଚୀ ମିଶ୍ର। ଏଥିପାଇଁ ତାଙ୍କୁ ନିଜେ ଅଭିନେତା ସୋନୁ ସୁଦ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାନ୍ତି।

Advertisment

ଏବେ କେବଳ ରିଲରେ ନୁହେଁ, ରିଅଲ ଲାଇଫରେ ମଧ୍ୟ ସମସ୍ତଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି ସବ୍ୟସାଚୀ। ସୋଶାଲ ମିଡିଆରେ ମଧ୍ୟ ସବ୍ୟଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବଢ଼ିବାରେ ଲାଗିଛି।

ସବ୍ୟସାଚୀଙ୍କ ଯୋଗୁ କଟକ ଜିଲ୍ଲା ଚୌଦାରର ଝିଅ କଳ୍ପନା ପଟ୍ଟନାୟକ ଘରକୁ ଫେରି ବାହା ହୋଇଛନ୍ତି। ତାମିଲନାଡୁରେ ଫସି ରହିଥିବା କଳ୍ପନା ଓଡ଼ିଶା ଫେରି କୋଭିଡ-୧୯ ନିୟମକୁ ପାଳନ କରି ବିବାହ କରିଛନ୍ତି। ଆଉ ନିଜ ସୋଶାଲ ମିଡିଆ ପେଜରେ କଳ୍ପନା ଓ ତାଙ୍କ ସ୍ୱାମୀଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି ସବ୍ୟସାଚୀ।

Advertisment

https://www.instagram.com/p/CCl27qQgMpI/?igshid=16ekrw0ghork6

ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଶୁଭେଚ୍ଛା ଜଣାଇବା ସହିତ ସେ ଲେଖିଛନ୍ତି, 'କଟକ ଚୌଦାରର ଝିଅ କଳ୍ପନା ପଟ୍ଟନାୟକଙ୍କର ଜୁନ ୧୦ ତାରିଖରେ ବିବାହ ହେବାର ଥିଲା। କିନ୍ତୁ ସେ ଲକ୍‌ଡାଉନ୍‌ରେ ତାମିଲନାଡୁରେ ଫସି ରହିଥିବା ଯୋଗୁଁ ବିବାହକୁ ରୋକି ଦିଆଯାଇଥିଲା। ଆର୍ଥିକ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ସେ ଓଡ଼ିଶା ଫେରି ପାରି ନ ଥିଲେ। କେହି ଜଣେ ସୋଶାଲ ମିଡିଆରେ ମୋତେ କଳ୍ପନାଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ। ପରେ ତାମିଲନାଡୁ ପୁଲିସ ଏବଂ ଓଡ଼ିଶା କୋଭିଡ କଣ୍ଟ୍ରୋଲ ରୁମ୍‌ ସହାୟତାରେ ମୁଁ ଗୋଟିଏ ବସ୍‌ର ବ୍ୟବସ୍ଥା କରିଥିଲି। ସେଥିରେ କଳ୍ପନାଙ୍କ ସହିତ ସେଠାରେ ଫସି ରହିଥିବା ଅନ୍ୟ ଓଡ଼ିଆ ଘରକୁ ଫେରିଥିଲେ। ଜୁନ୍ ୧୭ ତାରିଖରେ କଳ୍ପନା ଓଡ଼ିଶା ଫେରିଥିଲେ। ଓଡ଼ିଶା ଫେରି କ୍ୱାରେଣ୍ଟାଇନ୍‌ର ସମସ୍ତ ନିୟମ ପାଳନ କରିବା ପରେ କଳ୍ପନା ପୂର୍ବରୁ ଘର ଲୋକେ ଠିକ୍‌ କରିଥିବା ପୁଅକୁ ବିବାହ କରିଛନ୍ତି। ମୋର କଥା ରଖି ବିବାହରେ ସମସ୍ତେ କରୋନା କଟକଣାକୁ ପାଳନ କରି ମାସ୍କ ପିନ୍ଧିଛନ୍ତି। ଭିଡିଓ କଲ୍‌ ଜରିଆରେ ଏହି ବିବାହରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। କଳ୍ପନା ଓ ତାଙ୍କ ସ୍ୱାମୀ ମାନସଙ୍କୁ ବିବାହର ଅନେକ ଅନେକ ଶୁଭେଚ୍ଛା ଜଣାଉଛି।'

ଏହି ପୋଷ୍ଟ ପଢ଼ି ସବ୍ୟଙ୍କୁ ବହୁ ପ୍ରଶଂସା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe