/odisha-reporter/media/post_attachments/uploads/2020/07/papu-2.jpg)
papu
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପପୁ ପମ୍ ପମ୍ ନାଁରେ ସାରା ଓଡ଼ିଶାରେ ବେଶ୍ ପରିଚିତ ହୋଇଥିବା ତତ୍ତ୍ୱ ପ୍ରକାଶ ଶତପଥୀଙ୍କର ଆଜି ଜନ୍ମଦିନ। ସର୍ବଦା ଚର୍ଚ୍ଚାରେ ରହୁଥିବା ଓଲିଉଡ ଏହି ହାସ୍ୟ ଅଭିନେତାଙ୍କୁ ସୋଶାଲ ମିଡିଆରେ ଫ୍ୟାନ୍ସ ଓ ସେଲେବ୍ରିଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଅନେକ ଦିନ ଧରି ଅସୁସ୍ଥ ରହିବା ଯୋଗୁଁ ପପୁଙ୍କ ଅଭିନୟ ଦେଖିବାକୁ ମିଳୁ ନ ଥିଲା। ଅଗ୍ନାଶୟରେ ସମସ୍ୟା ପାଇଁ ପପୁଙ୍କ ଚିକିତ୍ସା ଚାଲିଥିଲା ଏବଂ ଡାକ୍ତରଙ୍କ ପରାମର୍ଶ ପାଇ ପପୁ ବିଶ୍ରାମ ନେଉଥିଲେ। ପରେ ଫିଲ୍ମ 'ଚିରକୁଟ' ମାଧ୍ୟମରେ ସେ ଓଲିଉଡକୁ କମ ବ୍ୟାକ କରିଥିଲେ।
କିନ୍ତୁ ଏବେ ତାଙ୍କୁ ତରଙ୍ଗରେ ପ୍ରସାରିତ ହେଉଥିବା କମେଡି ଶୋ' 'ଏକ୍ସକ୍ୟୁଜମି ଯାହା କହିବି ସତ କହିବି'ର ସିଜନ ୩ରେ ଦେଖିବାକୁ ମିଳୁଛି। ଜନ୍ମଦିନରେ ଶୁଭେଛା ଜଣାଇଥିବା ଫ୍ୟାନ୍ସଙ୍କୁ ସୋଶାଲ ମିଡିଆରେ ଧନ୍ୟବାଦ ଜଣାଇଛ ପପୁ କହିିିଛନ୍ତି, 'ସମସ୍ତଙ୍କୁ ନମସ୍କାର। ମୋ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ଓ ମୋ ପାଇଁ ପ୍ରାର୍ଥନା କରିଥିବା ବନ୍ଧୁଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆପଣଙ୍କ ସ୍ନେହ, ଭଲପାଇବା ଏମିତି ମୋ ଉପରେ ରହିଥାଉ।'
ସୂଚନାଯୋଗ୍ୟ, ପ୍ରଥମେ ଓସ୍କାର ଚିଟ୍ଫଣ୍ଡ ମାମଲାରେ ପପୁ ଛନ୍ଦି ହୋଇ ବିବାଦ ଘେରକୁ ଆସିଥିଲେ। କେବଳ ଏତିକି ନୁହେଁ, ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ ହାସ୍ୟ ଅଭିନେତା ପପୁ ପମ୍ପମ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
