Advertisment

Human Sagar Hospitalized: ହ୍ୟୁମାନ ସାଗରଙ୍କ ଅବସ୍ଥା ଗୁରୁତର, ଏମ୍‌ସରେ ଭର୍ତ୍ତି

ଅସୁସ୍ଥ ହୋଇ କଟକରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ ଗାୟକ ହ୍ୟୁମାନ ସାଗର। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଜି ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

human sagar
Advertisment

ଗାୟକ ହ୍ୟୁମାନ ସାଗରଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଏକାଧିକ ଅଙ୍ଗ କାମ କରୁ ନାହିଁ। ଭୁବନେଶ୍ୱର ଏମ୍‌ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

Advertisment

ଏମ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୩୬ ବର୍ଷୀୟ ହ୍ୟୁମାନ ସାଗରଙ୍କୁ ଆଜି ଦିନ ୧ଟା ୧୦ ମିନିଟ୍‌ରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏମର୍ଜେନ୍ସୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମେଡିକାଲ ଆଇସିୟୁ (MICU) ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। 

ପ୍ରାଥମିକ ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଛି। ସେ ନିମୋନିଆରେ ପୀଡ଼ିତ ହୋଇଛନ୍ତି। ତାଙ୍କ କିଡ୍‌ନୀରେ ଗୁରୁତର ଆଘାତ ଲାଗିଛି। ଲିଭରରେ ମଧ୍ୟ ସମସ୍ୟା ଦେଖାଯାଇଛି। ଏହା ବ୍ୟତୀତ ଅନ୍ୟାନ୍ୟ ଅଙ୍ଗରେ ମଧ୍ୟ ସମସ୍ୟା ଦେଖାଯାଇଛି। ମୋଟାମୋଟି ଭାବେ ତାଙ୍କର ଏକାଧିକ ଅଙ୍ଗ କାମ କରୁ ନାହିଁ। 

Advertisment

ହ୍ୟୁମାନ ସାଗରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ଚିକିତ୍ସା ପାଇଁ ସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଉଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ଅସୁସ୍ଥ ହୋଇ କଟକରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଜି ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। 

ସୂଚନାଯୋଗ୍ୟ, ପ୍ରାୟ ଅଢ଼େଇ ମାସ ହେଲାଣି ରାଜ୍ୟର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe