Advertisment

ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍ ଅନର୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଆଜି ଦେହାନ୍ତ ହୋଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ହେବ। ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଜିଲ୍ଲାପାଳ କହିଛନ୍ତି, ଆସନ୍ତାକାଲି ସକାଳେ ଦିବଙ୍ଗତ ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି। ଶେଷକୃତ୍ୟ ସମ୍ପନ୍ନ ନେଇ […]

ଅଦ୍ୟତନ ହୋଇଛି
ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍ ଅନର୍’

Mihir das

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଆଜି ଦେହାନ୍ତ ହୋଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ହେବ। ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

Advertisment

ଜିଲ୍ଲାପାଳ କହିଛନ୍ତି, ଆସନ୍ତାକାଲି ସକାଳେ ଦିବଙ୍ଗତ ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି। ଶେଷକୃତ୍ୟ ସମ୍ପନ୍ନ ନେଇ ଆମେ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବୁ। ପରିବାର ଲୋକଙ୍କ ଦ୍ୱାରା ଧାର୍ଯ୍ୟ ସମୟରେ ସ୍ୱର୍ଗତ ଦାସଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆଜି ତାଙ୍କର ଶେଷ ଦର୍ଶନ କରାଯିବା ପରେ ଆସନ୍ତାକାଲି ସକାଳେ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ। କଟକ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସ୍ଥୀରିକୃତ ହୋଇଥିବା ଜଣାପଡ଼ିଛି।

Advertisment

ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ତାଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରିଦେଇଥିଲା। ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା। ଯେଉଁ କାରଣରୁ ତାଙ୍କର ଡାଇଲିସିସ୍ ଚାଲିଥିଲା।

ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଆଉ ମଙ୍ଗଳବାର ଅପରାହ୍ଣ ୩.୨୫ ମିନିଟରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଅମ୍ଳାନ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe