Advertisment

ବିବାଦ ଭିତରେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ନୂଆ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ନୂଆ ଫିଲ୍ମ ପାଇଁ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଅନୁଭବ ଏକ ଟ୍ୱିଟ୍ କରିଛନ୍ତି। ଅନୁଭବ ଲେଖିଛନ୍ତି, ‘ତୁମ ନୂଆ ଚଳଚିତ୍ର ଶୁଟିଂ ବିଷୟରେ ଜାଣିବାକୁ ପାଇଲି। ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ। ଶୁଭେଚ୍ଛା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିବାଦ ଭିତରେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଭବ

Varsha-Priyadarshini

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ନୂଆ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ନୂଆ ଫିଲ୍ମ ପାଇଁ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଅନୁଭବ ଏକ ଟ୍ୱିଟ୍ କରିଛନ୍ତି। ଅନୁଭବ ଲେଖିଛନ୍ତି, ‘ତୁମ ନୂଆ ଚଳଚିତ୍ର ଶୁଟିଂ ବିଷୟରେ ଜାଣିବାକୁ ପାଇଲି। ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ। ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ।

Advertisment

https://twitter.com/AnubhavMohanty_/status/1430194891624095750?s=20

ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ତାଙ୍କର ଆଗାମୀ ଫିଲ୍ମର ମହୂରତ ନେଇ ଟ୍ୱିଟ୍ କରି ଜଣାଇଥିଲେ। ବର୍ଷାଙ୍କ ଅଭିନୀତ ‘ବିଜୟିନୀ’ ଶୀର୍ଷକ ଚଳଚ୍ଚିତ୍ରର ମହୂରତ ମଙ୍ଗଳବାର କଟକରେ ହୋଇଛି। ଟ୍ୱିଟ୍ କରି ବର୍ଷା କହିଛନ୍ତି, ‘ମୋର ଆଗାମୀ ଚଳଚ୍ଚିତ୍ର 'ବିଜୟିନୀ'ର ଶୁଭ ମୁହୂରତ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଏକ ନୂତନ ଯାତ୍ରା ପାଇଁ ପୂରା କାଷ୍ଟ ଏବଂ କ୍ରୁ’ଙ୍କ ନିମନ୍ତେ ଏହା ଏକ ବିଶେଷ ଉତ୍ସବ ଥିଲା। ଏହି ପ୍ରୋଜେକ୍ଟ ପାଇଁ ଏକାଠି ହୋଇଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବା ସହିତ ପ୍ରତିଭାବାନ ଟିମ ସହିତ କାମ କରିବା ପାଇଁ ମୁଁ ବିଶେଷ ଉତ୍ସାହିତ ଅଛି।’

https://twitter.com/VarshaPriyadar3/status/1430167580086607882?s=20

ବର୍ଷା କହିଛନ୍ତି, ‘ବିଜୟିନୀ’ ଚଳଚ୍ଚିତ୍ର ମହିଳା ସଶକ୍ତିକରଣ ଉପରେ ଆଧାରିତ ଏବଂ ମୁଁ ନିଶ୍ଚିତ ଯେ ଏହି ଚଳଚ୍ଚିତ୍ରର କାହାଣୀ ମହିଳାମାନଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କୁ ସ୍ୱର ଉତ୍ତୋଳନ ନିମନ୍ତେ ପ୍ରେରଣା ଯୋଗାଇବ। ମୁଁ ଏହି ଅବସରରେ ଚଳଚ୍ଚିତ୍ରର ନେତୃତ୍ୱ ନେବାକୁ ଥିବା ଅତି ପ୍ରତିଭାଶାଳୀ ତଥା ଦୂରଦୃଷ୍ଟି ସମ୍ପନ୍ନ ମହିଳାଙ୍କ ଟିମକୁ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଚାହୁଁଛି। ପ୍ରଯୋଜିକା ସଙ୍ଗିତା କାଣ୍ଡୋଇ, ଆମର ଷ୍ଟାଇଲିଂ ପାର୍ଟନର ସୁକିର୍ତ୍ତୀ ଜୀ ଏବଂ ଚଳଚ୍ଚିତ୍ର ପାଇଁ ଆମର ଅଳଙ୍କାର ପାର୍ଟନେର ଭିସିଲଭରର କ୍ରିନା ଭୋରା ଜୀ ସେଥି ମଧ୍ୟରେ ଅନ୍ୟତମ। ଏହି ନୂତନ ପ୍ରୋଜେକ୍ଟ ପାଇଁ ପୂରା ଟିମକୁ ମୋର ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା।’

Advertisment

ଏହା ପୂର୍ବରୁ ଅଗଷ୍ଟ ୭ ତାରିଖରେ ବର୍ଷାଙ୍କ ଜନ୍ମ ଦିନ ଅବସରରେ ଅନୁଭବ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଅନୁଭବ ଲେଖିଥିଲେ, ଆମେ ଦୁହେଁ ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲୁନି ସତ କିନ୍ତୁ ଉଭୟେ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିପାରିବୁ। ମୋର ପରିବାର, ଶୁଭେଚ୍ଛୁକ, ସମର୍ଥକଙ୍କ ପକ୍ଷରୁ ଆପଣଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ସମୃଦ୍ଧିର କାମନା କରିଛନ୍ତି ଅନୁଭବ।

ସୂଚନାଯୋଗ୍ୟ, ଓଲିଉଡ୍‌ ଜଗତର ହିଟ ଯୋଡ଼ି କୁହାଯାଉଥିବା ଅନୁଭବ ଓ ବର୍ଷା ଦୁହେଁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି। ପତ୍ନୀ ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା ବେଳେ ଅନୁଭବ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ମାମଲା ଆବେଦନ କରିଛନ୍ତି। ଯାହା ଏବେ ଏହା ବିଚାରାଧୀନ ରହିଛି।

Anubhav Mohanty Barsha Mishra Barsha-Anubhav Controversy