Advertisment

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଯାଇଛି। ତାଙ୍କ ଝିଅ ଅନ୍ୱେଷା ମହାନ୍ତି ଏହି ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିଲେ ଅମରେନ୍ଦ୍ର ମହାନ୍ତି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ଅବସ୍ଥା ଗୁରୁତର ହେବାରୁ ୩ ଦିନ ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୱେଷା କହିଛନ୍ତି ଯେ ତାଙ୍କ ବାପା ଏପ୍ରିଲ ୨୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜ୍ୱର […]

ଅଦ୍ୟତନ ହୋଇଛି
ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

Amarendra Mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଯାଇଛି। ତାଙ୍କ ଝିଅ ଅନ୍ୱେଷା ମହାନ୍ତି ଏହି ସୂଚନା ଦେଇଛନ୍ତି।

Advertisment

କରୋନାରେ ଆକ୍ରାନ୍ତ ହୋଇଥିଲେ ଅମରେନ୍ଦ୍ର ମହାନ୍ତି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ଅବସ୍ଥା ଗୁରୁତର ହେବାରୁ ୩ ଦିନ ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

ଅନ୍ୱେଷା କହିଛନ୍ତି ଯେ ତାଙ୍କ ବାପା ଏପ୍ରିଲ ୨୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜ୍ୱର ଆସିବା ପରେ ସେ ଟେଷ୍ଟ କରାଇଥିଲେ। ତା’ପରେ ଘରେ ଆଇସୋଲେସନରେ ରହି ଔଷଧ ଖାଉଥିଲେ। କିନ୍ତୁ ଜ୍ୱର ନ ଛାଡ଼ିବାରୁ ମେ’ ୩ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ତେବେ ଗତକାଲି ଠାରୁ ପୁଣି ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଆଉ ଆଜି ଭୋର ପ୍ରାୟ ୫ଟା ବେଳେ ତାଙ୍କର ପରଲୋକ ହୋଇଯାଇଥିବା ନେଇ ଆମକୁ ସୂଚନା ମିଳିଥିଲା।

Advertisment

ଅମରେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶନାରେ ବହୁ ଭଜନ ଓ ଜଣାଣ ଜୀବନ୍ତ ହୋଇପାରିଥିଲା। ଚାଲ ବେଗି ବେଗି ଯିବା ସଙ୍ଗାତ, ଥକାମନ ଚାଲ ଯିବା ଭଳି ସୁମଧୁର ଭଜନ ତାଙ୍କରି କୃତି। ସେହିଭଳି ପୁଚୁକି ଗାଲି ଫେସନ ବାଲି, ଶୋଇଯା ମାମା, ଚାନ୍ଦନର ଚାନ୍ଦିନି ପରୀ ଆଦି ଲୋକପ୍ରିୟ ସିନେ ସଂଗୀତ ମଧ୍ୟ ତାଙ୍କରି ଅବଦାନ। ଅମରେନ୍ଦ୍ରଙ୍କ ବିୟୋଗରେ ଓଡ଼ିଶା ସିନେ ଓ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। କୋଭିଡ୍ ନିୟମ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଜଣାପଡ଼ିଛି।

Corona Death In Odisha Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe