ଚାକିରି ହରାଇଥିବା 'ଜୋମାଟୋ ଡେଲିଭରୀ ବୟ'ଙ୍କ ପାଇଁ ବୁଦ୍ଧାଦିତ୍ୟଙ୍କ ଦରଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଗ୍ରାହକଙ୍କ ପାଖରେ ଅର୍ଡର୍ଡ ଫୁଡ୍‌ ପହଞ୍ଚାଇବା ପୂର୍ବରୁ ଅଧା ବାଟରେ ପ୍ୟାକେଟ୍‌ ଖୋଲି ଖାଦ୍ୟ ଖାଇବା ଯୋଗୁ ଚାକିରି ହରାଇଥିବା ‘ଜୋମାଟୋ’ର ‘ଡେଲିଭରୀ ବୟ’ଙ୍କ ପାଇଁ ଓଲିଉଡ୍‌ ଷ୍ଟାର୍‌ ବୁଦ୍ଧାଦିତ୍ୟ ବେଶ୍‌ ଦରଦୀ କଥା କହିଛନ୍ତି। ସୋଶାଲ୍‌ ମିଡିଆରେ ଗତ କିଛି ଦିନ ଧରି ଏହି ଡେଲିଭରୀ ବୟ ଖାଦ୍ୟ ଲୁଚାଇ ଖାଉଥିବାର ଭିଡିଓ ଭାଇରାଲ୍‌ ହେଉଥିଲା। ଭାଇରାଲ୍‌ ଭିଡିଓ ଦେଖିବା ପରେ ବହୁ ଗ୍ରାହକ ଜୋମାଟୋ କମ୍ପାନୀର ସେବା ଓ ବିଶ୍ୱସନୀୟତା ଉପରେ […]

br

Biswobandita Swain
  • Published: Thursday, 13 December 2018
  • , Updated: 13 December 2018, 06:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଗ୍ରାହକଙ୍କ ପାଖରେ ଅର୍ଡର୍ଡ ଫୁଡ୍‌ ପହଞ୍ଚାଇବା ପୂର୍ବରୁ ଅଧା ବାଟରେ ପ୍ୟାକେଟ୍‌ ଖୋଲି ଖାଦ୍ୟ ଖାଇବା ଯୋଗୁ ଚାକିରି ହରାଇଥିବା 'ଜୋମାଟୋ'ର 'ଡେଲିଭରୀ ବୟ'ଙ୍କ ପାଇଁ ଓଲିଉଡ୍‌ ଷ୍ଟାର୍‌ ବୁଦ୍ଧାଦିତ୍ୟ ବେଶ୍‌ ଦରଦୀ କଥା କହିଛନ୍ତି।

ସୋଶାଲ୍‌ ମିଡିଆରେ ଗତ କିଛି ଦିନ ଧରି ଏହି ଡେଲିଭରୀ ବୟ ଖାଦ୍ୟ ଲୁଚାଇ ଖାଉଥିବାର ଭିଡିଓ ଭାଇରାଲ୍‌ ହେଉଥିଲା। ଭାଇରାଲ୍‌ ଭିଡିଓ ଦେଖିବା ପରେ ବହୁ ଗ୍ରାହକ ଜୋମାଟୋ କମ୍ପାନୀର ସେବା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। କିଛି ଗ୍ରାହକ ମଧ୍ୟ ଫୁଡ୍‌ ଅର୍ଡର୍‌ ଦେବାକୁ ମନା କରିଦେଇଥିଲେ। ଏହା ପରେ ଜୋମାଟୋ କମ୍ପାନୀ ନିଜ ପ୍ରତିକ୍ରିୟା ରଖିଥିଲା ଏବଂ 'ଡେଲିଭରୀ ବୟ'ଙ୍କ ଦ୍ୱାରା ହେଇଥିବା ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ସଂପୃକ୍ତ 'ଡେଲିଭରୀ ବୟ'ଙ୍କୁ ଚାକିରିରୁ କାଢ଼ି ଦିଆଯାଇଥିବା ନେଇ ସୂଚନା ମଧ୍ୟ ଦେଇଥିଲା।

ତେବେ 'ଡେଲିଭରୀ ବୟ'ଙ୍କ ଚାକିରି ହରାଇବାକୁ ନେଇ ଏବେ ପୁଣି ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋଶାଲ୍ ମିଡିଆରେ ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଚାକିରି ହରାଇଥିବା 'ଡେଲିଭରୀ ବୟ'ଙ୍କ ପକ୍ଷ ନେଇଛନ୍ତି।

ସୋଶାଲ୍‌ ମିଡିଆରେ ବୁଦ୍ଧାଦିତ୍ୟ ଲେଖିଛନ୍ତି, “ଜୋମାଟୋ ଡେଲିଭରୀ ବୟଙ୍କୁ ଅମାନବୀୟ ଭାବେ ଉପହସିତ କରାଯାଉଛି। ଖରା, ବର୍ଷାରେ ଏମାନେ ଦ୍ୱାର ଦ୍ୱାର ବୁଲି ଖାଇବା ପହଞ୍ଚା'ନ୍ତି। ଯଦି ସେ କିଛି ଖାଦ୍ୟ କାଢ଼ି ଖାଇ ଦେଲେ, ତେବେ ତାହା କ'ଣ ଏତେ ବଡ ଭୁଲ୍‌ ହୋଇଗଲା। ଭୋକିଲା ଲୋକ ଖାଇବା ପାଇଁ ହତ୍ୟା କରିବାକୁ ବି ପଛାଏ ନାହିଁ। ତେବେ ମୁଁ ଖୁସି ହୋଇଥା'ନ୍ତି, ଯଦି ସେ ଖାଉଥିବା ପ୍ୟାକେଟ୍‌ ମୋ'ର ହୋଇଥା'ନ୍ତା। ସେ ଭୁଲ୍‌ କରିଛନ୍ତି, ତଥାପି ତାଙ୍କୁ ଏକ ମାନବୀୟ ଆଖିରେ ଦେଖାଯିବା ଆବଶ୍ୟକ।”

ବୁଦ୍ଧାଦିତ୍ୟ 'ଫେସ୍‌ବୁକ୍‌'ରେ ଏକ ପୋଷ୍ଟ୍‌ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ବୁଦ୍ଧାଦିତ୍ୟଙ୍କ ଏହି ପୋଷ୍ଟ୍‌କୁ କିଛି ଯୁଜର୍ସ୍‌ ପସନ୍ଦ ମଧ୍ୟ କରିଛନ୍ତି।

Related story