Advertisment

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ବିଦାୟ ନେବେ ଝରଣା ଦାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଗଂତ ଓଡ଼ିିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ। କଟକ ଗୋରାକବର ସ୍ଥିତ ଏକ ଚର୍ଚ୍ଚରେ ଝରଣାଙ୍କ ଅନ୍ତିମ ସତ୍କାର କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରବାକୁ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ବିଳମ୍ବିତ ରାତିରେ କଟକ ଚଣ୍ଡିରୋଡ୍ ସ୍ଥିତ ଖ୍ରିଷ୍ଟିଆନ୍ ସାହି ବାସଭବନରେ ଆଖି ବୁଜିଥିଲେ ଝରଣା ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। […]

author-image
Madhupriya Mistry
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ବିଦାୟ ନେବେ ଝରଣା ଦାସ

Jharana Dash

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଗଂତ ଓଡ଼ିିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ। କଟକ ଗୋରାକବର ସ୍ଥିତ ଏକ ଚର୍ଚ୍ଚରେ ଝରଣାଙ୍କ ଅନ୍ତିମ ସତ୍କାର କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରବାକୁ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଗୁରୁବାର ବିଳମ୍ବିତ ରାତିରେ କଟକ ଚଣ୍ଡିରୋଡ୍ ସ୍ଥିତ ଖ୍ରିଷ୍ଟିଆନ୍ ସାହି ବାସଭବନରେ ଆଖି ବୁଜିଥିଲେ ଝରଣା ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଝରଣା ଦାସଙ୍କ ଅଭିନୟ ପ୍ରତିଭା ପିଲାଟି ଦିନରୁ ପ୍ରଚଣ୍ଡ ଭାବେ ଫୁଟି ଉଠିଥିଲା।

ପ୍ରଥମେ ଆକାଶବାଣୀରୁ ଶିଶୁ କଳାକାର ଭାବେ ଆରମ୍ଭ ହୋଇଥିଲା ଝରଣାଙ୍କ ଅଭିନୟ ଯାତ୍ରା। ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା ପରେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀର ପରିଚୟ ପାଇଥିଲେ। ଯେତେବେଳେ ସେ ୧୮ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କୁ ନିତାଇ ପାଲିତଙ୍କ ମଲାଜହ୍ନ ସିନମାରେ ପ୍ରଥମେ ଅଭିନୟର ସୁଯୋଗ ମିଳିଥିଲା। ଆଉ ତା ପରେ ପଛକୁ ଫେରି ଚାହିଁନଥିଲେ ଝରଣା।

Advertisment

ଅମଡ଼ାବାଟ, ଅଭିନେତ୍ରୀ, ନାରୀ, ହୀରା ନୀଳା, ଅଦିନ ମେଘ, ପୂଜାଫୁଲ, ହିସାବ ନିକାସ ଓ ସମୟ ବଡ଼ ବଳବାନ ଭଳି ଅନେକ ଓଡ଼ିିଆ ସିନେମାରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ଝରଣା। ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ ଝରଣା ଦାସ।

ସେ ଏକଧାରାରେ ଥିଲେ ଅକାଧିକ ପ୍ରତିଭାର ଅଧିକାରୀ। ବେତାର କଳାକାର, କଣ୍ଠଶିଳ୍ପୀ, ସିନେ ଅଭିନେତ୍ରୀ, ନିର୍ଦ୍ଦେଶିକା, ଗଣମାଧ୍ୟମ ପ୍ରଶାସିକା ଓ ଟେଲିଭିଜନ୍ ଉପସ୍ଥାପିକା ଭାବେ ବେଶ୍ ନାଁ କମେଇବା ସହ ଅଜଶ୍ର ମାନ ସମ୍ମାନର ଅଧିକାରିଣୀ ଥିଲେ ଝରଣା।