Advertisment

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ […]

ଅଦ୍ୟତନ ହୋଇଛି
ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ

mihir-das1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Advertisment

୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ତାଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରିଦେଇଥିଲା। ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା। ଯେଉଁ କାରଣରୁ ତାଙ୍କର ଡାଇଲିସିସ୍ ଚାଲିଥିଲା। ହେଲେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଆଉ ମଙ୍ଗଳବାର ଅପରାହ୍ଣ ୩.୨୫ ମିନିଟରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଅମ୍ଳାନ ଉପସ୍ଥିତ ଥିଲେ।

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Advertisment

ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ସଜାଇ ଦେଇଥିଲା। ତେବେ ୧୯୮୦ରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ କ୍ୟାରିୟର ଆରମ୍ଭ କରିଥିବା ମିହିର ଦାସ ତିନି ଦଶନ୍ଧି ଧରି ଓଲିଉଡ୍‌ରେ ରାଜ୍‌ କରିଥିଲେ। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଠିକ୍‌ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

‘ପୁଅ ମୋର ଭୋଳାଶଙ୍କର’ରେ ସେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ରେ ‘ମୁଁ ତତେ ଲଭ୍‌ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହିପରି ଭାବେ ସେ ଅନେକ ଥର ଶ୍ରେଷ୍ଠ ଅଭିନେତାର ତାଜ୍ ପିନ୍ଧିଛନ୍ତି। ସେହିପରି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଆଶାର ଆଲୋକର ସେ ସଞ୍ଚାଳକ ଥିଲେ। ମିହିରଙ୍କ ମିଠା କଥା ଅନେକ ଭଙ୍ଗା ମନ ଓ ପରିବାରକୁ ଯୋଡ଼ି ପାରିଥିଲା। ୨୦୨୧ରେ ତରଙ୍ଗ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଦିଆଯାଇଥିଲା। ସେ କେବଳ ଓଡ଼ିଆ ଫିଲ୍ମ କରିନାହାନ୍ତି ବରଂ ବେଙ୍ଗଲୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ସଂଗୀତା ଦାସଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପୁଅ ହେଉଛନ୍ତି ଅମ୍ଳାନ ଦାସ। ସେ ମଧ୍ୟ ଫିଲ୍ମରେ ଅଭିନୟ ଜାରି ରଖିଛନ୍ତି।

ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୂର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ, ଭୋଳାଶଙ୍କର, ସିଂହବାହିନୀ ପ୍ରମୁଖ ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର।

Ollywood Ollywood Star
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe