/odisha-reporter/media/post_attachments/uploads/2021/04/ravi-shankar-patnaik.jpg)
ravi-shankar-patnaik
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ଫିଲ୍ମ ଏଡିଟର୍ ରବିଶଙ୍କର। ଓଡ଼ିଶା ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ତଥା ଏଡିଟର୍ ରବିଶଙ୍କର ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ରବିଶଙ୍କର ଅସୁସ୍ଥ ହୋଇଥିଲେ, ଯେଉଁ କାରଣରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୨୦୧୭ରେ ତାଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଅନେକ ଓଡ଼ିଶା ଫିଲ୍ମର ଏଡିଟିଂ କରିଛନ୍ତି। ସେ ଶେଷ ଶ୍ରାବଣ, ଶଙ୍ଖା ସିନ୍ଦୁର, ମାନିନୀ, ଅଭିମାନ, ଯାହାକୁ ରଖିବେ ଅନନ୍ତ, ସୁନା ଚଢ଼େଇ, ଦଣ୍ଡା ବାଳୁଙ୍ଗା ଭଳି ସୁପରହିଟ୍ ଫିଲ୍ମର ଏଡିଟିଂ କରିଛନ୍ତି। ସେ ମଧ୍ୟ କିଛି ହିନ୍ଦୀ ସିନେମାରେ ମଧ୍ୟ ଏଡିଟିଂ କରିଛନ୍ତି।
https://twitter.com/Naveen_Odisha/status/1385172708359430144?s=20
ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖଛଧନ୍ତି, ଜୟଦେବ ପୁରସ୍କାର ବିଜେତା ରବିଶଙ୍କର ପଟ୍ଟନାୟକଙ୍କର ଦେହାନ୍ତ ଖବର ପାଇଁ ମୁଁ ମର୍ମାହତ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ଅବଦାନକୁ ସର୍ବଦା ମନେ ରଖାଯିବ।
https://twitter.com/dpradhanbjp/status/1385185003038904325?s=20
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅସାମାନ୍ୟ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
https://twitter.com/Panda_Odia/status/1385193926353559553?s=20
ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ଜୟଦେବ ପୁରସ୍କାରପ୍ରାପ୍ତ ରବି ପଟ୍ଟନାୟକ ନିଜର ଦକ୍ଷ ସମ୍ପାଦନା ମାଧ୍ୟମରେ ଏକ ଅନନ୍ୟ ଛାପ ଛାଡ଼ିଗଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
