Advertisment

ଝୁଲନ୍ତା ଅବସ୍ଥାରେ ମିଳିଲା ଟେଲି ଅଭିନେତ୍ରୀଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଡ଼ା ଘରୁ ମିଳିଲା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲେ ବି ଏହା ପଛର କାରଣକୁ ନେଇ   ଦେଖାଦେଇଛି ସସ୍‌ପେନ୍ସ । ଏହା ହତ୍ୟା ନା ଆତ୍ମହତ୍ୟା ନା ୟା ପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଗତ ପ୍ରାୟ ଦେଢ ମାସ ହେବ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି […]

ଅଦ୍ୟତନ ହୋଇଛି
ଝୁଲନ୍ତା ଅବସ୍ଥାରେ ମିଳିଲା ଟେଲି ଅଭିନେତ୍ରୀଙ୍କ ମୃତଦେହ

Dead Actor

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଡ଼ା ଘରୁ ମିଳିଲା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲେ ବି ଏହା ପଛର କାରଣକୁ ନେଇ   ଦେଖାଦେଇଛି ସସ୍‌ପେନ୍ସ । ଏହା ହତ୍ୟା ନା ଆତ୍ମହତ୍ୟା ନା ୟା ପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଗତ ପ୍ରାୟ ଦେଢ ମାସ ହେବ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ମାତ୍ର  ଗତକାଲି  ରଶ୍ମିରେଖାଙ୍କ ଘର ଭିତର ପଟୁ ବନ୍ଦ ଥିବା ବେଳେ ଭିତରେ ତାଙ୍କ ଶରୀର ଝୁଲୁଥିବା ଦେଖିଥିଲେ ଘର ମାଲିକ। ଏହାଦେଖି ସେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ କବାଟ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।  ଘର ଭିତରୁ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର  ହୋଇଛି। ଉକ୍ତ ସୁଇସାଇଡ ନୋଟରେ ରଶ୍ମିରେଖା  ନିଜ ମୃତ୍ୟୁ ପାଇଁ  କାହାକୁ ଦାୟୀ କରି ନ ଥିବା ପୁଲିସ୍ ସୂଚନା ଦେଇଛି ।

Advertisment

ଗତକାଲି ପୋଷ୍ଟମର୍ଟମ୍ ପରେ ମୃତଦେହକୁ ପୁଲିସ୍ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛି।  ତେବେ କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ନଥିଲେ ବି ସୁଇସାଇଡ୍ ନୋଟ୍‌କୁ ନେଇ ନାନା ପ୍ରଶ୍ନ ଉଠିଛି।

ରଶ୍ମିରେଖା ଦେଢ଼ମାସ ହେବ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଗଡ଼ ସାହିସ୍ଥିତ ଭଡ଼ା ଘରେ ରହୁଥିଲେ ମଧ୍ୟ କିଛି ଦିନ ହେବ ପୁରୁଷ ବନ୍ଧୁ ଜଣଙ୍କ ବାହାରେ ରହୁଥିବା ଜଣାଯାଇଛି।  ପୁଲିସ୍ ସବୁ ଦିଗକୁ ଅନୁଧ୍ୟାନ କରିବା ସହ ବାହାରେ ଥିବା ରଶ୍ମିରେଖାଙ୍କ ପୁରୁଷ ବନ୍ଧୁକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି । ତେବେ ଏନେଇ ରଶ୍ମିରେଖାଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe