Advertisment

'ବାପା ଆଇସିୟୁରେ ଅଛନ୍ତି'ର ମହୁରତ

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ନୂଆ ଓଡ଼ିଆ ଫିଲ୍ମ ‘ବାପା ଆଇସିୟୁ’ରେ ଅଛନ୍ତି। ଗତକାଲି ଫିଲ୍ମର ମହୁରତ ଜୟଦେବ ବିହାର ସ୍ଥିତ ଆତ୍ମାରାମ ମନ୍ଦିର ହୋଇଥିବା ବେଳେ ଆରମ୍ଭ ହୋଇଛି ଏହାର ଶୁଟିଂ। ଏକ ଭିନ୍ନ ଧରଣର କାହାଣୀ ନେଇ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ଜଗଜିତ। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ମିତାଲି। ଏ ଦୁହେଁ ଛୋଟ ପରଦାରୁ ବଡ ପରଦାକୁ ଡିଆଁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ବାପା ଆଇସିୟୁରେ ଅଛନ୍ତି'ର ମହୁରତ

Bapa ICU re Achanti

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ନୂଆ ଓଡ଼ିଆ ଫିଲ୍ମ 'ବାପା ଆଇସିୟୁ'ରେ ଅଛନ୍ତି। ଗତକାଲି ଫିଲ୍ମର ମହୁରତ ଜୟଦେବ ବିହାର ସ୍ଥିତ ଆତ୍ମାରାମ ମନ୍ଦିର ହୋଇଥିବା ବେଳେ ଆରମ୍ଭ ହୋଇଛି ଏହାର ଶୁଟିଂ। ଏକ ଭିନ୍ନ ଧରଣର କାହାଣୀ ନେଇ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ।

Advertisment

ଏହି ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ଜଗଜିତ। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ମିତାଲି। ଏ ଦୁହେଁ ଛୋଟ ପରଦାରୁ ବଡ ପରଦାକୁ ଡିଆଁ ମାରିଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, କୁନି ମିଶ୍ର, ରତନ ମେହେର, ଉଷଶ୍ରୀ ମିଶ୍ର, ସ୍ୱସ୍ତିକା ମିଶ୍ର, ମଧୁମିତା ମହାନ୍ତି, ଶୁଭ୍ରାଂଶୁ, ଅଳକା ଶତପଥୀ, ଶକ୍ତି ବରାଳ, ସରୋଜ ଦାସ, ଅନନ୍ତ ମିଶ୍ର ଓ ତ୍ରିଭୁବନ ପଣ୍ଡା।

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ତିଆରି ଏହି ଫିଲ୍ମରେ ତାପସ ସରଗରିଆ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ତ୍ରିଭୁବନ ପଣ୍ଡା ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ସେହିପରି ଷ୍ଟୋରି, ସ୍କ୍ରିନ ପ୍ଲେ ଏବଂ ଡାଏଲଗ ଦାୟିତ୍ୱରେ ଦେବୀଦତ୍ତ ମହାନ୍ତି ଅଛନ୍ତି। ଅଭିଜିତ ମଜୁମଦାର ଏହି ଫିଲ୍ମର ମ୍ୟୁଜିକ ଭାର ସମ୍ଭାଳିଛନ୍ତି। ସେହିପରି ଲିରିକ୍ସ ଦାୟିତ୍ୱରେ ନିର୍ମଳ ନାୟକ ଏବଂ ଦେବିଦତ୍ତ ମହାନ୍ତି ଅଛନ୍ତି।

Advertisment