Advertisment

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଭୁବନେଶ୍ଵର (ଓଡିଶା ରିପୋର୍ଟର) : ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ଦିନେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀ । ଏଥିପାଇଁ ପପୁଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା। ନିକଟରେ ଓଟିଭିର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପପୁ ଅତିଥି ଭାବରେ ଯୋଗ ଦେଇଥିଲେ। ଯେଉଁଥିରେ ତାଙ୍କୁ କଣ୍ଟ୍ରୋଭର୍ସିକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା। ଯାହାର […]

author-image
Puspanjali Panda
ଅଦ୍ୟତନ ହୋଇଛି
‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

papu33

ଭୁବନେଶ୍ଵର (ଓଡିଶା ରିପୋର୍ଟର) : ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ଦିନେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀ । ଏଥିପାଇଁ ପପୁଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା।

Advertisment

ନିକଟରେ ଓଟିଭିର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପପୁ ଅତିଥି ଭାବରେ ଯୋଗ ଦେଇଥିଲେ। ଯେଉଁଥିରେ ତାଙ୍କୁ କଣ୍ଟ୍ରୋଭର୍ସିକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେବାକୁ ଯାଇ ପପୁ ରାନୁ ମଣ୍ଡଳଙ୍କ ନକଲ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି।

publive-image

ଏହି କାର୍ଯ୍ୟକ୍ରମରେ ପପୁ କହିଛନ୍ତି, ଯେଉଁ ରାନୁ ମଣ୍ଡଳଙ୍କ ନାମ ନେଇ ମୋତେ ବିବାଦରେ ଛନ୍ଦି ଦିଆଯାଇଥିଲା, ସେହି ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି। ବଲିଉଡ ଅଭିନେତା ଅକ୍ଷୟ କୁମାର ବି ରାନୁ ମଣ୍ଡଳଙ୍କୁ ନେଇ ମିମିକ୍ରି କରିଥିଲେ। ମୁଁ କେବଳ ରାନୁ ମଣ୍ଡଳଙ୍କ ପରି ଶାଢୀ ପିନ୍ଧି ମିମିକ୍ରି କରି ଲୋକଙ୍କୁ ହସାଇବା ପାଇଁ ଚେଷ୍ଟା କରିଥିଲି। ହେଲେ ମୋ ନାଁରେ ସଙ୍ଗେ ସଙ୍ଗେ ଏଫଆଇଆର ହେଇଗଲା।

Advertisment

ପପୁ ଆହୁରି ମଧ୍ୟ କହିଛନ୍ତି, ମୁଁ ରାନୁ ମଣ୍ଡଳଙ୍କୁ ଅସମ୍ମାନ କରିଥିଲି ନା ଅକ୍ଷୟ କୁମାର କରିଥିଲେ। ଓଡିଶାରେ ୧୦ ହଜାର ଲୋକ ରାନୁ ମଣ୍ଡଳଙ୍କୁ ନେଇ ଭିଡିଓ କରିଥିଲେ, ମୁଁ ବୋଧେ ୧୦ ହଜାର ଏକରେ ଭିଡିଓ କରିଥିଲି। କିନ୍ତୁ ମୁଁ ଫସି ଯାଇଥିଲି। ଲୋକେ ଜାଣିଛନ୍ତି ପପୁକୁ ନେଲେ ନ୍ୟୁଜ ହେବ। ସେଥିପାଇଁ ମୋତେ ବିବାଦକୁ ଟାଣି ଆଣିଥିଲେ।

ସୂଚନାଯୋଗ୍ୟ, କୋଲକାତା ରାଣାଘାଟ ରେଲୱେ ଷ୍ଟେସନରେ ଗୀତା ଗାଇ ଲୋକପ୍ରିୟ ହୋଇଥିବା ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରିଥିବା ଯୋଗୁ ପପୁ ପମ୍‌ପମ୍‌ କ୍ଷମା ମଧ୍ୟ ମାଗିଥିଲେ।