Advertisment

ବିବାହ ପରେ ସବ୍ୟସାଚୀ କହିଲେ- ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଦିନର ସସପେନ୍ସ ଉପରେ ପଡିଛି ପୂର୍ଣ୍ଣଛେଦ। ହାତକୁ ଦି ହାତ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା। ତେବେ ବିବାହ ପରେ ସୋଶାଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ଦୁଇ ଷ୍ଟାର।  ନିଜର କିଛି ଫଟୋ ସେଆର କରିଛନ୍ତି ସବ୍ୟସାଚୀ।  ‘ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ…’ କହି ବିବାହ ପରେ ରିଙ୍ଗ ସେରେମୋନୀର କିଛି ଫଟୋକୁ ସେ ତାଙ୍କ ଅଫିସଆଲ ଫେସବୁକ […]

ଅଦ୍ୟତନ ହୋଇଛି
ବିବାହ ପରେ ସବ୍ୟସାଚୀ କହିଲେ- ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ...

Sabyasachi-Archita

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଦିନର ସସପେନ୍ସ ଉପରେ ପଡିଛି ପୂର୍ଣ୍ଣଛେଦ। ହାତକୁ ଦି ହାତ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା। ତେବେ ବିବାହ ପରେ ସୋଶାଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ଦୁଇ ଷ୍ଟାର।  ନିଜର କିଛି ଫଟୋ ସେଆର କରିଛନ୍ତି ସବ୍ୟସାଚୀ।  ‘ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ...’ କହି ବିବାହ ପରେ ରିଙ୍ଗ ସେରେମୋନୀର କିଛି ଫଟୋକୁ ସେ ତାଙ୍କ ଅଫିସଆଲ ଫେସବୁକ ଆକାଉଣ୍ଟରେ ସେଆର କରିଛନ୍ତି।

Advertisment

[caption id="attachment_624127" align="aligncenter" width="650"]publive-image ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ[/caption]

ଏହି ଫଟୋରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରିଙ୍ଗ ସେରିମୋନୀ ବେଳର ଏହି ଫଟୋରେ ଦୁହେଁ ବେଶ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି। ଅର୍ଚ୍ଚିତା ଲାଇଟ୍ ପର୍ପଲ କଲରର ଡିଜାଇନର ଗାଉନ ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ତାଙ୍କୁ ମ୍ୟାଚ୍ କରି ପିନ୍ଧିଛନ୍ତି ବ୍ଲେଜର। ଉଭୟଙ୍କ ନିକଟ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ଉପସ୍ଥିତରେ ଏହି ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଅନେକ ପ୍ରଶଂସକ ଏବଂ ଅଭିନେତା ତଥା ଅଭିନେତ୍ରୀମାନ ଉଭୟଙ୍କ ଏହି ଫଟୋରେ ଅନେକ ଗୁଡିଏ କମେଣ୍ଟ କରିଛନ୍ତି।

Advertisment

[caption id="attachment_624129" align="aligncenter" width="650"]sabya-Archita-ring-ceremony ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ[/caption]

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ତାରିଖରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ଐତିହାସିକ ନିମ୍‌ରାଣା ଦୁର୍ଗରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ସଂପନ୍ନ ହୋଇଛି। ଚତୁର୍ଦ୍ଦଶ ଶତାଦ୍ଦୀର ଏହି ପ୍ରାଚୀନ ଦୁର୍ଗରେ ଉଠାଇଥିବା କିଛି ଫଟୋକୁ ମଧ୍ୟ ସେୟାର କରିଛନ୍ତି ସବ୍ୟସାଚୀ ମିଶ୍ର। ବିବାହ ପୂର୍ବରୁ ସୋଶାଲ ମିଡ଼ିଆରେ ସୂଚନା ଦେଇ ପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଶଂସକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ଏହି ଷ୍ଟାର ଯୋଡ଼ି।

[caption id="attachment_624128" align="aligncenter" width="650"]Sabya Archita ring ceremony ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ[/caption]

ବିବାହ ଦିନ ଓଢ଼ଣୀ ସହ ଲେହେଙ୍ଗାରେ ଝଲସୁଥିଲେ ସବ୍ୟଙ୍କ ରାଣୀ ଅର୍ଚ୍ଚିତା। ସବ୍ୟସାଚୀ ମଧ୍ୟ କୁର୍ତ୍ତା ଆଉ ଜାକେଟ୍‌ରେ ଚମକୁଥିଲେ। ରିଲ୍‌ରେ ଏହି ରୋମାଣ୍ଟିକ ଯୋଡ଼ି ରିୟଲ୍‌ ଲାଇଫ୍‌ରେ ପାର୍ଟନର ବନିଯାଇଛନ୍ତି । ଆଜି ଦୁହେଁ ବିବାହର ପ୍ରଥମ ଭିଡିଓକୁ ସେଆର କରିଛନ୍ତି।

ତୋର ମୋର ଯୋଡି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, ‘ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେବେ ତମେ ନାହଁ କେବେ ମୁଁ ନାହିଁ’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଛାତି ତଳେ ଡିଙ୍ଗଡଙ୍ଗ’ ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

Sabyasachi Mishra Ollywood Archita Sahoo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe