Advertisment

କେଉଁ କଳାକାରଙ୍କ ସହିତ ସାରା ରାତି ଗପନ୍ତି ତପୁ ମିଶ୍ର ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ତପୁ ମିଶ୍ର। ‘ଦିନ ସରେ ନାହିଁ’, ‘ଇଟ୍‌ସ୍‌ ଓନଲି ପ୍ୟାର୍‌’, ‘ଆ ମାନେ ଆନନ୍ଦପୁର’ ଓ ‘ଧୀରେ ଧୀରେ’ ଭଳି ହିଟ୍‌ ଗୀତରେ ସେ କଣ୍ଠଦାନ କରିଛନ୍ତି। ତପୁ ମିଶ୍ରଙ୍କର ଗୋଟିଏ ଅଭ୍ୟାସ ହେଉଛି ବିଳମ୍ୱରେ ଶୋଇବା। ଡେରିରେ ଶୋଇବାର କାରଣ ହେଉଛି ତପୁ ଓଲିଉଡ୍‌ର ଜଣେ କଳାକାରଙ୍କ ସହିତ ସାରା ରାତି ଗପିବା ପାଇଁ ପସନ୍ଦ କରିଥା’ନ୍ତି। ଆଉ ସେ କଳାକାର ଜଣକ […]

ଅଦ୍ୟତନ ହୋଇଛି
କେଉଁ କଳାକାରଙ୍କ ସହିତ ସାରା ରାତି ଗପନ୍ତି ତପୁ ମିଶ୍ର ?

tapu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ତପୁ ମିଶ୍ର। 'ଦିନ ସରେ ନାହିଁ’, ‘ଇଟ୍‌ସ୍‌ ଓନଲି ପ୍ୟାର୍‌’, ‘ଆ ମାନେ ଆନନ୍ଦପୁର’ ଓ ‘ଧୀରେ ଧୀରେ’ ଭଳି ହିଟ୍‌ ଗୀତରେ ସେ କଣ୍ଠଦାନ କରିଛନ୍ତି। ତପୁ ମିଶ୍ରଙ୍କର ଗୋଟିଏ ଅଭ୍ୟାସ ହେଉଛି ବିଳମ୍ୱରେ ଶୋଇବା। ଡେରିରେ ଶୋଇବାର କାରଣ ହେଉଛି ତପୁ ଓଲିଉଡ୍‌ର ଜଣେ କଳାକାରଙ୍କ ସହିତ ସାରା ରାତି ଗପିବା ପାଇଁ ପସନ୍ଦ କରିଥା’ନ୍ତି। ଆଉ ସେ କଳାକାର ଜଣକ ହେଉଛନ୍ତି ଓଲିଉଡ୍‌ ଅଭିନେତ୍ରୀ ପୁନମ୍‌ ମିଶ୍ର। ପୁନମ୍‌ଙ୍କ ସହିତ ଗପୁ ଗପୁ ତପୁଙ୍କର ସକାଳ ମଧ୍ୟ ହୋଇଯାଏ। ଏପରିକି ବିବାହ ପରେ ସ୍ୱାମୀ ପାଖରେ ଥାଇ ମଧ୍ୟ ସେ ପୁନମ୍‌ଙ୍କ ସହିତ ଗପିବାକୁ ପସନ୍ଦ କରିଥା’ନ୍ତି। ଓଟିଭିର ଗପସପ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜେ ତପୁ ଓ ପୁନମ୍ ଏହି କଥା କହିଛନ୍ତି।

Advertisment

ପୁନମ୍‌ଙ୍କ କହିବା କଥା ୨୦୧୫ ମସିହାରୁ ଓଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପରେ ତପୁଙ୍କ ସହିତ ତାଙ୍କର ଭଲ ବଣ୍ଡିଂ ରହିଛି। ଇଣ୍ଡଷ୍ଟ୍ରୀରେ ବହୁତ କମ୍‌ ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଅଛି। ସେମାନଙ୍କ ମଧ୍ୟରୁ ତପୁ ଦିଦି ଜଣେ। ୨୦୧୫ 'ରକ୍‌ ଷ୍ଟାର୍‌' ପ୍ରୋଗ୍ରାମରେ ଦୁହିଁଙ୍କର ଦେଖା ହୋଇଥିଲା। ସେହିଦିନଠାରୁ ଦୁହିଁଙ୍କ ସମ୍ପର୍କ ଅତୁଟ ରହିଛି। ଏପରିକି ଆରମ୍ଭରୁ ପୁନମଙ୍କର ସବୁ ଫିଲ୍ମରେ ତପୁ କଣ୍ଠଦାନ ମଧ୍ୟ କରିଛନ୍ତି।

tapu mishra

ସେହିପରି ତପୁ ମିଶ୍ରଙ୍କର କହିବା କଥା, ପୁନମ୍ ଓ ମୋ ସମ୍ପର୍କ ଠିକ୍‌ ନଛୋଡ଼ବନ୍ଧା ପରି। ଫୋନ୍‌ରେ କଥା ହେଲେ ସକାଳ ୬ଟା ହୋଇଗଲେ ବି ଆମର କଥା ସରେନାହିଁ। ଏଥିରେ ମୋ ସ୍ୱାମୀ କେବେ ବାରଣ କରନ୍ତି ନାହିଁ। ସେ ମୋ ସ୍ୱାମୀଙ୍କର ଲିଗାଲ୍‌ ଶାଳି। ଏପରିକି ଦୁହେଁ ସାଙ୍ଗ ହୋଇ ରେଷ୍ଟୁରାଣ୍ଟ ଯିବା, ସପିଂ କରିବା ଓ ଫିଲ୍ମ ଯିବାକୁ ମଧ୍ୟ ପସନ୍ଦ କରିଥା’ନ୍ତି।

Advertisment

ସୂଚନାଯୋଗ୍ୟ, ପୁନମ ଅନେକ ଓଲିଉଡ୍ ଫିଲ୍ମ ସମେତ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ କାମ କରିସାରିଛନ୍ତି। ଓଡ଼ିଆ ଫିଲ୍ମରେ ଜଣେ ନାୟିକ ଭାବରେ ସେ ବେଶ୍ ସଫଳ ମଧ୍ୟ ହୋଇଛନ୍ତି। ‘ବାଇଶି ପାହାଚେ ଖେଳିବ ମୀନ’ ଫିଲ୍ମ ମାଧ୍ୟମରେ ପୁନମ ଓଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମଟି ୨୦୧୧ରେ ରିଲିଜ୍ ହେବା ସହିତ ଦର୍ଶକୀୟ ଆଦୃତ ଲାଭ କରିଥିଲା। ତା’ପରେ ତାଙ୍କୁ ବାବୁସାନ୍‌ଙ୍କ ସହ ‘ଲଭ୍ ମାଷ୍ଟର’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିସହିତ ପୁନମ ଅନେକ ଓଡ଼ିଆ ଆଲବମ୍‌ ଡକ୍ୟୁମେଣ୍ଟାରୀ ଫିଲ୍ମରେ ଅଭିନୟ କରିଛନ୍ତି।

ଜାଣନ୍ତୁ : ତମନ୍ନାଙ୍କ ଏହି ଗୁଣକୁ ଭଲପାଆନ୍ତି ସବ୍ୟସାଚୀ

Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe