Advertisment

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ଅଭିନୟ ପାଇଁ କେବଳ ଓଡ଼ିଶା ନୁହେଁ ଜାତୀୟ ଟେଲିଭିଜନରେ ମଧ୍ୟ ଲୋକପ୍ରିୟ ହୋଇଛନ୍ତି। ଆଣ୍ଡ ଟିଭିର ସିରିଏଲ ‘ବିଟି ବିଜନେସ ବାଲି’ରେ ମୁଖ୍ୟ ଚରିତ୍ରରେ ପ୍ରକୃତିଙ୍କୁ ଦେଖିବାକୁ ମିଳିଥିଲା। ନିକଟରେ ଏକ ଘରୋଇ ଟେଲିଭିଜନରେ ସାକ୍ଷାତକାରରେ ଦେଇ କାଷ୍ଟିଂ କାଉଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି ମିଶ୍ର। ମୁମ୍ବାଇରେ ରହୁଥିବା ସମୟରେ ସେ କେବେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି କି ନାହିଁ ତାଙ୍କୁ ପ୍ରଶ୍ନ […]

ଅଦ୍ୟତନ ହୋଇଛି
ଜିତି ପାରିଲେନି ପ୍ରକୃତି 

prakruti-mishra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ଅଭିନୟ ପାଇଁ କେବଳ ଓଡ଼ିଶା ନୁହେଁ ଜାତୀୟ ଟେଲିଭିଜନରେ ମଧ୍ୟ ଲୋକପ୍ରିୟ ହୋଇଛନ୍ତି। ଆଣ୍ଡ ଟିଭିର ସିରିଏଲ 'ବିଟି ବିଜନେସ ବାଲି'ରେ ମୁଖ୍ୟ ଚରିତ୍ରରେ ପ୍ରକୃତିଙ୍କୁ ଦେଖିବାକୁ ମିଳିଥିଲା।

Advertisment

ନିକଟରେ ଏକ ଘରୋଇ ଟେଲିଭିଜନରେ ସାକ୍ଷାତକାରରେ ଦେଇ କାଷ୍ଟିଂ କାଉଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି ମିଶ୍ର।

ମୁମ୍ବାଇରେ ରହୁଥିବା ସମୟରେ ସେ କେବେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି କି ନାହିଁ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ପ୍ରକୃତି କହିଛନ୍ତି, 'ହଁ ଅନେକଥର ମୁଁ କାଷ୍ଟିଂ କାଉଚକୁ ଫେଶ କରିଛି ହେଲେ ଡାଇରେକ୍ଟଲି କେବେ ଫେଶ କରିନାହିଁ। ଯଦି ତୁମର ପରସୋନାଲିଟି ଠିକଥିବ,ତେବେ ସାମ୍ନା ଲୋକ ତୁମର କିଛି କରିପାରିବ ନାହିଁ।'

Advertisment

ଶୋ'ରେ ପ୍ରକୃତିଙ୍କୁ ଶର୍ଟକଟ ଉପାୟରେ ଆଗକୁ ଯିବାନେଇ କିମ୍ବା ସଫଳ ହେବା ପାଇଁ ପ୍ରଶ୍ନ କରାଯାଇଥିଲା। ଯେଉଁଥିରେ ସେ କହିଛନ୍ତି, 'କାହା ସହିତ ଶୋଇବା ଏକ ଶର୍ଟକଟ ନୁହେଁ, ଏହା ଏକ ଚଏସ ବା ବ୍ୟକ୍ତିଗତ ଇଚ୍ଛା। ମୋ ମତରେ ଶର୍ଟକଟର ଅର୍ଥ ଅନ୍ୟ କାହା ଜରିଆରେ ଆଗକୁ ଯିବା। ହେଲେ ଆଉ କାହା ପାଇଁ ଶର୍ଟକଟ କ'ଣ ଏହା ସେମାନଙ୍କ ବ୍ୟକ୍ତିଗତ ଇଚ୍ଛା। କାହା ସହିତ ଶୋଇଲେ ଯେ ମୁଁ ଆଗକୁ ପଳେଇବି ଏଥିରେ ମୁଁ ବିଶ୍ୱାସ କରେନାହିଁ। କାରଣ ମୁଁ ଭଲ ଭାବରେ ମୋ ଦକ୍ଷତାକୁ ଜାଣିଛି। ମୋ କଳା ବିଷୟରେ ମତେ ଜଣା। ମୁଁ କେଉଁଠି ବି ଗୀତ ଗାଇ ପାରିବି ଏବଂ ନାଚି ପାରିବି। କିଛି ନହେଲେ ଗୋଟେ ଡ୍ୟାନ୍ସ କ୍ଲାସ ଖୋଲି ମଧ୍ୟ ମୁଁ ଚଳିଯିବି।'

ସେହିପରି ଜଣେ ଝିଅ ହୋଇ ବୋଲଡ ଷ୍ଟେଟମେଣ୍ଟ ଦେବା କେତେ ଦୂର ଠିକ ପ୍ରଶ୍ନକୁ ନେଇ ପ୍ରକୃତି କହିଛନ୍ତି, 'ମଦ ସମସ୍ତେ ପିଉଛନ୍ତି, ଏଟାକୁ ଏତେ ବଡ଼ କଥା କରିବା ଠିକ ନୁହେଁ। ମୁଁ ବଡ଼ ହେଲିଣି ନିଜେ ରୋଜଗାର କରୁଛି। ବ୍ୟକ୍ତିଗତ ଜୀବନରେ ମୁଁ କ'ଣ କଲି କିମ୍ବା ଗୋଟିଏ ଗ୍ଲାସ ବିଅର ପିଇଲେ ଅନ୍ୟ କାହା ପାଇଁ ସମସ୍ୟା ହେବା ଉଚିତ ନୁହେଁ। ଏବେ ଲୋକଙ୍କ ମାନସିକତା ପରିବର୍ତ୍ତନ କରିବାର ସମୟ ଆସିଛି। ଏପରିକି ମୋ ପରିବାର ମୋ ବ୍ୟକ୍ତିଗତ ଜୀବନରେ କେବେ ହେଲେ ହସ୍ତକ୍ଷେପ କରନ୍ତି ନାହିଁ। ଯଦି କେବେ ସୁଯୋଗ ମିଳେ ମୁଁ ମୋ ପରିବାର ଲୋକଙ୍କ ସହିତ ଡ୍ରିଂକ୍ସ କରିବା ପାଇଁ ପସନ୍ଦ କରିବି। ହେଲେ ସେ ସୁଯୋଗ କେବେ ମିଳିନାହିଁ।'

ସୂଚନାଯୋଗ୍ୟ, ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ କାଷ୍ଟିଂ କାଉଚ୍ ବିଷୟରେ ଏପରି ମତ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe