Advertisment

ପରଲୋକରେ ସୁନାମଧନ୍ୟ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ ହୋଇଯାଇଛି। କରୋନାରୁ ଭଲ ହୋଇଥିଲେ ବି ଏହା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ରାତି ୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କରୋନା ଯୋଗୁଁ ତପୁଙ୍କର ଫୁସଫୁସ୍‌ର ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ଏଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା। ୧୭ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ […]

ଅଦ୍ୟତନ ହୋଇଛି
ପରଲୋକରେ ସୁନାମଧନ୍ୟ ଗାୟିକା ତପୁ ମିଶ୍ର

tapu-mishra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ ହୋଇଯାଇଛି। କରୋନାରୁ ଭଲ ହୋଇଥିଲେ ବି ଏହା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ରାତି ୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

କରୋନା ଯୋଗୁଁ ତପୁଙ୍କର ଫୁସଫୁସ୍‌ର ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ଏଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା। ୧୭ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ହେଲେ ସେହିଦିନ ରାତିରୁ ପୁଣି ତାଙ୍କର ଅମ୍ଳଜାନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଅମ୍ଳଜାନ ସ୍ତର ୪୦କୁ ଖସି ଯିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଅଧିକ ବିଗିଡ଼ି ଯାଇଥିଲା। ଏହି ଅବସ୍ଥାରେ ଆଉ ଉନ୍ନତି ଆସି ନଥିଲା ଓ ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

ଆଧୁନିକ ଓଡ଼ିଆ ସଂଗୀତ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ଥିଲେ  ତପୁ ମିଶ୍ର। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍ ଗୀତ। ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ବହୁ ପ୍ରଶଂସା ପାଇଛନ୍ତି।

Advertisment

ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍। କଭର ସଙ୍ଗ୍ ହେଉ ଅବା ଷ୍ଟୁଡିଓ ଭର୍ସନ- ପ୍ରତିଟି ଗୀତରେ ଥିଲା ତାଙ୍କ ଦବ୍‌ଦବା।

ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଥିଲେ ତପୁ ମିଶ୍ର। ଏହାପରେ ବିଶିଷ୍ଟ ଗୀତିକାର ଓ ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ। ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ ବି କରିଥିଲେ। ଫିଲ୍ମ ‘କୁଳନନ୍ଦନ’ରେ ସେ ଓଡିଆ ଫିଲ୍ମରେ ଡେବ୍ୟୁ କରିଥିଲେ।

‘ଏ ଯୁଗର କୃଷ୍ଣ ସୁଦାମା’, ‘ମାତୃଶକ୍ତି’, ‘ଯେ ପାଞ୍ଚେ ପରର ମନ୍ଦ’, ‘ଆଇ ଲଭ୍ ୟୁ’ ଓ ‘ଚକୋଲେଟ’ ଭଳି ବହୁ ଫିଲ୍ମରେ ସେ ହିଟ୍ ଗୀତ ଗାଇଛନ୍ତି। ‘ଆଇ ଲଭ୍ ୟୁ ଫିଲ୍ମ’ରେ ସେ ପାଇଥିଲେ ଢେରସାରା ପ୍ରଶଂସା। ‘ନା.. ବଜାନା ବଂଶୀ’  ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍ ସିଙ୍ଗରର ପ୍ରସିଦ୍ଧି। ସେ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

Tapu Mishra ତପୁ ମିଶ୍ର
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe