Babushan
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାପା ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଲଭର ବୟ। ଓଡ଼ିଆ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମଙ୍ଗଳବାର ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
ଏନେଇ ସୋସିଆଲ୍ ମିଡିଆରେ ପୁଅର ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ବାବୁସାନ୍ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍ଓ ଏନେଇ ସୂଚନା ଦେଇଛନ୍ତି। ଉଭୟେ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲା ବେଳେ, ଆସନ୍ତା ୨ଦିନ ମଧ୍ୟରେ ଡିସ୍ଚାର୍ଜ ହେବେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍ ଯାଇପାରିନାହାନ୍ତି କେବଳ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।
ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ବାବୁସାନ୍ଙ୍କ ପ୍ରଶଂସକମାନେ ଜୁନିଅର୍ ବାବୁସାନ୍ ବୋଲି ନବଜାତ ପୁତ୍ରକୁ ଆଶୀର୍ବାଦ କରିଛନ୍ତି । ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବାବୁସାନ ବିବାହ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/babushan.jpg)