Advertisment

ମନ୍ତ୍ରମୁଗ୍ଧ ସଙ୍ଗୀତର ସ୍ରଷ୍ଟା ସରୋଜ ପଟ୍ଟନାୟକ

ବାରିପଦା (ମାନିକ୍ ଲାଲ୍ ପାଣି): ‘ଏଇ ଯେ ବନଲତା ପାହାଡ଼’, ‘ତୋ ବିନା ଲାଗେନା ଭଲ କିଛି’, ‘ଏଇ ଝୁମା ଝୁମା ଗୋଲାପୀ ବେଳା’ ଭଳି ଅଭୁଲା ଗୀତର ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ ଆଉ ନାହାନ୍ତି। ଗୁରୁବାର ରାତି ୮ଟାରେ ବାରିପଦା ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସରୋଜ ପଟ୍ଟନାୟକ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର। କିନ୍ତୁ ବୃତ୍ତିରେ ସେ […]

ଅଦ୍ୟତନ ହୋଇଛି
ମନ୍ତ୍ରମୁଗ୍ଧ ସଙ୍ଗୀତର ସ୍ରଷ୍ଟା ସରୋଜ ପଟ୍ଟନାୟକ

781

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ‘ଏଇ ଯେ ବନଲତା ପାହାଡ଼’, ‘ତୋ ବିନା ଲାଗେନା ଭଲ କିଛି’, ‘ଏଇ ଝୁମା ଝୁମା ଗୋଲାପୀ ବେଳା’ ଭଳି ଅଭୁଲା ଗୀତର ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ ଆଉ ନାହାନ୍ତି। ଗୁରୁବାର ରାତି ୮ଟାରେ ବାରିପଦା ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

Advertisment

ସରୋଜ ପଟ୍ଟନାୟକ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର। କିନ୍ତୁ ବୃତ୍ତିରେ ସେ ଥିଲେ ଜଣେ ସିଭିଲ୍ ଇଞ୍ଜନିୟର। ୧୯୪୦ ମସିହା ଜୁନ୍ ୨ ତାରିଖରେ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ। ପିଲାବେଳୁ ସଙ୍ଗୀତ ପ୍ରତି ତାଙ୍କର ଥିଲା ଗଭୀର ଆକର୍ଷଣ। ତାଙ୍କ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ୧୯୫୮-୫୯ମସିହାରୁ ତାଙ୍କ ଗୀତ ଆକାଶବାଣୀରେ ବାଜୁଥିଲା। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ।

୧୯୭୭ ମସିହାରେ ‘ଅଭିମାନ’ ଜରିଆରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ଏହି ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ପ୍ରଯୋଜକ ଗଣେଶ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ଭାବେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

Advertisment

ଏହା ପରେ ‘ଫୁଲ ଚନ୍ଦନ’ (୧୯୮୨), ‘ଝିଅଟି ସୀତା ପରି’ (୧୯୮୩), ‘ଅଭିଳାଷ’ ଓ ‘ହାକିମ ବାବୁ’ (୧୯୮୫) ଭଳି ହିଟ୍ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ଅଭିଳାଷ’ ଫିଲ୍ମ ପାଇଁ ସେ ଗୀତ ମଧ୍ୟ ଲେଖିଥିଲେ। ସେହିପରି ‘ମୋ ମନ ଖାଲି ତୋରି ପାଇଁ’ (୧୯୯୫), ‘ତୁମେ ହିଁ ସାଥୀ ମୋର’ (୨୦୦୯) ଫିଲ୍ମରେ ସେ ଗୀତ ଲେଖିବା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ଏଇ ସଂଘର୍ଷ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୧୯୯୨ ମସିହାରେ ରିଲିଜ୍ ହୋଇଥିବା ‘ଭିନ୍ନ ସମୟ’ରେ ସେ ଅଭିନୟ ମଧ୍ୟ କରିଥିଲେ। ‘ଫୁଲ ଚନ୍ଦନ’ ଓ ‘ଅଭିଳାଷ’ ଫିଲ୍ମ ପାଇଁ ଶ୍ରେଷ୍ଠ ସଙ୍ଗୀତକାର ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ବହୁ ଲୋକପ୍ରିୟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ। ଏହା ସହିତ ଅନେକ ନାଟକ, ଟିଭି ସିରିଏଲ୍ ଓ ଟେଲି ଫିଲ୍ମ ଆଦିରେ ନିଜର ସଙ୍ଗୀତର ଯାଦୁ ଦେଖାଇଛନ୍ତି।

ସରୋଜ ତାଙ୍କ ଜନ୍ମମାଟିକୁ ବହୁତ ଭଲ ପାଉଥିଲେ। ସେଥିପାଇଁ ତାଙ୍କୁ ରାଜ୍ୟ ତଥା ଅନ୍ୟ ରାଜ୍ୟରୁ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ବାରିପଦା ମାଟିକୁ ଛାଡି ନଥିଲେ। ସେ ବାରିପଦାରେ ରହି ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆଉ ତାଙ୍କର ଗୀତ ଗୁଡ଼ିକୁ ବେଶ୍ ଲୋକପ୍ରିୟ ହୋଇଥିଲା।

ବାରିପଦା ବଡ଼ବଜାର ସ୍ଥିତ ବାସଭବନରେ ରହୁଥିଲେ ସରୋଜ। ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ। ଝିଅ ରହନ୍ତି ଅଷ୍ଟ୍ରେଲିଆରେ। ଗତକାଲି ତାଙ୍କର ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାରିପଦା ସ୍ଥିତ ବାସଭବନକୁ ଆସିଥିଲେ।

Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe