Advertisment

ଆଜି ଚୁଲବୁଲି ଶିବାନୀଙ୍କ ଜନ୍ମଦିନ

ଭୁବନେଶ୍ୱର (ଓଡ଼ିଆ ରିପୋର୍ଟର) : କେହି କେହି ତାଙ୍କୁ ଓଲିଉଡ୍‌ର ଆମିର ଖାନ୍‌ କହୁଛନ୍ତି ତ ଆଉ କେହି ତାଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଆମେ ଏଠି କହୁଛୁ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀଙ୍କ ବିଷୟରେ। ଆଜି ତାଙ୍କର ଜନ୍ମଦିନ। ଓଲିଉଡର ସେଲେବ୍ରିଟି ତଥା ଫ୍ୟାନ୍ସ ଶିବାନୀଙ୍କୁ ସୋଶାଲ ମିଡିଆ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ବାବୁସାନ,ଝିଲିକ, ଏଲିନା, ଭୂମିକା, ଅନ୍ତରା, ସ୍ୱରାଜ, ପ୍ରକୃତି, ଦିବ୍ୟା, ସୂର୍ଯ୍ୟମୟୀ, ତମନ୍ନା, ଜିନା, […]

ଆଜି ଚୁଲବୁଲି ଶିବାନୀଙ୍କ ଜନ୍ମଦିନ

sivani-2

Advertisment

ଭୁବନେଶ୍ୱର (ଓଡ଼ିଆ ରିପୋର୍ଟର) : କେହି କେହି ତାଙ୍କୁ ଓଲିଉଡ୍‌ର ଆମିର ଖାନ୍‌ କହୁଛନ୍ତି ତ ଆଉ କେହି ତାଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଆମେ ଏଠି କହୁଛୁ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀଙ୍କ ବିଷୟରେ। ଆଜି ତାଙ୍କର ଜନ୍ମଦିନ। ଓଲିଉଡର ସେଲେବ୍ରିଟି ତଥା ଫ୍ୟାନ୍ସ ଶିବାନୀଙ୍କୁ ସୋଶାଲ ମିଡିଆ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ବାବୁସାନ,ଝିଲିକ, ଏଲିନା, ଭୂମିକା, ଅନ୍ତରା, ସ୍ୱରାଜ, ପ୍ରକୃତି, ଦିବ୍ୟା, ସୂର୍ଯ୍ୟମୟୀ, ତମନ୍ନା, ଜିନା, ଲିପସା ପ୍ରଭୃତି ଅଭିନେତା ଅଭିନେତ୍ରୀ ରହିଛନ୍ତି।

Advertisment

publive-image

ଏପର୍ଯ୍ୟନ୍ତ ମୋଟ ୩ଟି ଫିଲ୍ମରେ ଅଭିନୟ କରିଛନ୍ତି ଶିବାନୀ। କିନ୍ତୁ ଏହି ତିନିଟି ଫିଲ୍ମରେ ସେ ତିନି ଜଣ ସୁପରଷ୍ଟାର ବାବୁସାନ୍‌, ଅନୁଭବ ଓ ଅରିନ୍ଦମଙ୍କ ସହ କାମ କରିଛନ୍ତି।

publive-image

ବୟସରେ ଛୋଟ ହୋଇଥିଲେ ମଧ୍ୟ ବଲିଉଡରେ କାମ କରିବାପାଇଁ ସ୍ୱପ୍ନ ଦେଖୁଛନ୍ତି ଶିବାନୀ। ଶିବାନୀଙ୍କ କହିବା ଅନୁଯାୟୀ, ଆଜିକାଲି ସେ ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ସହ କଥା ହେଉଥିବା ଏବଂ ମଜାମସ୍ତି କରୁଥିବା ସ୍ୱପ୍ନରେ ଦେଖୁଛନ୍ତି।

Advertisment

ଚମତ୍କାର ଅଭିନୟ ପାଇଁ ଶିବାନୀଙ୍କୁ ଓଲିଉଡ୍‌ର ଆମୀର୍‌ ଖାନ୍‌ କୁହାଯାଉଛି। କାରଣ ତାଙ୍କର ବର୍ଷକୁ ଗୋଟେ ଫିଲ୍ମ ଆସୁଛି। ଯେମିତି ଆମୀର୍‌ଙ୍କର ଆସେ। ଶିବାନୀଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ଶ୍ରୀଷ୍ଟର ଶ୍ରୀଦେବୀ’। ଏଥିରେ ସେ ବାବୁସାନ୍‌ଙ୍କ ସହିତ ଅଭିନୟ କରିଥିଲେ। ତା’ପରେ ଫିଲ୍ମ ‘ପ୍ରେମ କୁମାର’ରେ ସେ ଅନୁଭବଙ୍କ ସହ କାମ କରିଥିଲେ। ଏହାପରେ ଫିଲ୍ମ ‘ବାବୁ ଭାଇଜାନ୍‌’ରେ ତାଙ୍କୁ ଅରିନ୍ଦମଙ୍କ ସହ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା।

publive-image

ବର୍ତ୍ତମାନ କରୋନା ଲକଡାଉନ ପାଇଁ ଶିବାନୀ ଘରେ ସମୟ କାଟୁଛନ୍ତି ଏବଂ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କ ସହିତ କଥା ହେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe