‘ଯେଉଁ ସ୍ପଟ୍ ବୟଟି ମୋତେ ଖାଇବାକୁ ଦେଇଛି, ସେ ବି ଏହି ପୁରସ୍କାରର ଭାଗିଦାରୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୋତେ ଏମିତିଆ ପୁରସ୍କାର ମିଳେ ନାହିଁ। କାହିଁକି ମିଳିଛି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଏହି ପୁରସ୍କାର ପାଇଲି। ଫିଲ୍ମ କଥା ଯେତେବେଳେ ମନେ ପଡ଼ିଲା, ଭାବିଲି- ନିର୍ଦ୍ଦେଶକ ଭଲ କାମ କରାଇଛନ୍ତି। କ୍ୟାମେରା ମ୍ୟାନ୍‌ ଭଲ କି ଫଟୋ ନେଇଛନ୍ତି। ଆଉ ଯେଉଁ ସ୍ପଟ ବୟଟି ମୋତେ ଗଣ୍ଡେ ଖାଇବାକୁ ଦେଇଥିଲା, ତା’ର ବି ଏଥିରେ ଭାଗ ରହିଲା।  ମୁଁ ଏହି ସମ୍ମାନର ବୋଝେୟା। ଏତେ ଦିନ […]

m

Biswobandita Swain
  • Published: Friday, 20 December 2019
  • , Updated: 20 December 2019, 03:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୋତେ ଏମିତିଆ ପୁରସ୍କାର ମିଳେ ନାହିଁ। କାହିଁକି ମିଳିଛି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଏହି ପୁରସ୍କାର ପାଇଲି। ଫିଲ୍ମ କଥା ଯେତେବେଳେ ମନେ ପଡ଼ିଲା, ଭାବିଲି- ନିର୍ଦ୍ଦେଶକ ଭଲ କାମ କରାଇଛନ୍ତି। କ୍ୟାମେରା ମ୍ୟାନ୍‌ ଭଲ କି ଫଟୋ ନେଇଛନ୍ତି। ଆଉ ଯେଉଁ ସ୍ପଟ ବୟଟି ମୋତେ ଗଣ୍ଡେ ଖାଇବାକୁ ଦେଇଥିଲା, ତା’ର ବି ଏଥିରେ ଭାଗ ରହିଲା।  ମୁଁ ଏହି ସମ୍ମାନର ବୋଝେୟା। ଏତେ ଦିନ ଧରି ମୋତେ ଚଳେଇ ନେଇଥିବାରୁ ଠାକୁରଙ୍କୁ ଏବଂ ମୋ ଦର୍ଶକଙ୍କୁ କୋଟି କୋଟି ପ୍ରଣାମ।” ଗତକାଲି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିବା ପରେ ଏ କଥା କହିଥିଲେ ବରିଷ୍ଠ ଅଭିନେତା ମିହିର ଦାସ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗତକାଲି ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଫିଲ୍ମ ପାଇଁ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି।

Related story