‘ଡ୍ୟାନ୍ସ ଦୀୱାନେ’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦୀୱାନେ ୨’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ଓମ୍‌ ଶୁଭମ୍‌ ମହାପାତ୍ର। ଏହି ଶୋ’ରେ ତିନୋଟି ଜେନେରେସନ୍‌ ଅର୍ଥାତ୍‌ ଛୋଟପିଲା, ଯୁବକଯୁବତୀ ଓ ବୟସ୍କ ପ୍ରତିଯୋଗୀ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଜେନେରେସନ୍‌ ୧ରେ ଅର୍ଥାତ୍ ଛୋଟପିଲାଙ୍କ ବର୍ଗରେ ବାରିପଦାର ଓମ୍‌ ଶୁଭମ୍‌ ନିଜ ନୃତ୍ୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ନେଇଛନ୍ତି। ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ପ୍ରସାରିତ ହେଉଥିବା ଏହି […]

aaaaaaannnnnnnnnnnnnnn

aaaaaaannnnnnnnnnnnnnn

Biswobandita Swain
  • Published: Tuesday, 03 September 2019
  • Updated: 03 September 2019, 01:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦୀୱାନେ ୨’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ଓମ୍‌ ଶୁଭମ୍‌ ମହାପାତ୍ର। ଏହି ଶୋ’ରେ ତିନୋଟି ଜେନେରେସନ୍‌ ଅର୍ଥାତ୍‌ ଛୋଟପିଲା, ଯୁବକଯୁବତୀ ଓ ବୟସ୍କ ପ୍ରତିଯୋଗୀ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଜେନେରେସନ୍‌ ୧ରେ ଅର୍ଥାତ୍ ଛୋଟପିଲାଙ୍କ ବର୍ଗରେ ବାରିପଦାର ଓମ୍‌ ଶୁଭମ୍‌ ନିଜ ନୃତ୍ୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ନେଇଛନ୍ତି।

ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ପ୍ରସାରିତ ହେଉଥିବା ଏହି ଶୋ’ରେ ଓମ୍‌ଙ୍କୁ ବିଚାରପତିମାନଙ୍କ ପ୍ଲେ ବଟମ୍‌ ମିଳିବାରେ ଲାଗିଛି। ତାଙ୍କ ପାୱାର ପ୍ୟାକ୍‌ ଡ୍ୟାନ୍ସକୁ ଜଜ୍‌ଙ୍କ  ସହ ଦର୍ଶକମାନେ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି। ଓମ୍‌ଙ୍କ ଦମ୍‌ଦାର ଡ୍ୟାନ୍ସ ଦେଖି ଅନେକ ଥର ଜଜ୍‌ମାନେ ନିଜକୁ ସମ୍ଭାଳି ନ ପାରି ଷ୍ଟେଜ୍‌ ଉପରକୁ ଯାଇ ତାଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏମିତିକି ଶୋ’ର ଅନ୍ୟତମ ଜଜ୍‌ ତଥା କୋରିଓଗ୍ରାଫର୍‌ ତୁଷାର ତାଙ୍କଠାରୁ କିଛି ମୁଭ୍‌ ଶିଖିଥିବା ମଧ୍ୟ ଦେଖିବାକୁ ମିଳିଛି।

ତୁଷାରଙ୍କ ସହିତ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ନିର୍ଦ୍ଦେଶକ ଶଶାଙ୍କ ଖୈତାନ ଏଥିରେ ବିଚାରକ ଅଛନ୍ତି।

 

https://www.facebook.com/2061812850779917/videos/2436921666543586/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos