Advertisment

‘ଡ୍ୟାନ୍ସ ଦୀୱାନେ’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦୀୱାନେ ୨’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ଓମ୍‌ ଶୁଭମ୍‌ ମହାପାତ୍ର। ଏହି ଶୋ’ରେ ତିନୋଟି ଜେନେରେସନ୍‌ ଅର୍ଥାତ୍‌ ଛୋଟପିଲା, ଯୁବକଯୁବତୀ ଓ ବୟସ୍କ ପ୍ରତିଯୋଗୀ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଜେନେରେସନ୍‌ ୧ରେ ଅର୍ଥାତ୍ ଛୋଟପିଲାଙ୍କ ବର୍ଗରେ ବାରିପଦାର ଓମ୍‌ ଶୁଭମ୍‌ ନିଜ ନୃତ୍ୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ନେଇଛନ୍ତି। ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ପ୍ରସାରିତ ହେଉଥିବା ଏହି […]

ଅଦ୍ୟତନ ହୋଇଛି
‘ଡ୍ୟାନ୍ସ ଦୀୱାନେ’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ

aaaaaaannnnnnnnnnnnnnn

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦୀୱାନେ ୨’ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ଓମ୍‌ ଶୁଭମ୍‌ ମହାପାତ୍ର। ଏହି ଶୋ’ରେ ତିନୋଟି ଜେନେରେସନ୍‌ ଅର୍ଥାତ୍‌ ଛୋଟପିଲା, ଯୁବକଯୁବତୀ ଓ ବୟସ୍କ ପ୍ରତିଯୋଗୀ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଜେନେରେସନ୍‌ ୧ରେ ଅର୍ଥାତ୍ ଛୋଟପିଲାଙ୍କ ବର୍ଗରେ ବାରିପଦାର ଓମ୍‌ ଶୁଭମ୍‌ ନିଜ ନୃତ୍ୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ନେଇଛନ୍ତି।

Advertisment

ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ପ୍ରସାରିତ ହେଉଥିବା ଏହି ଶୋ’ରେ ଓମ୍‌ଙ୍କୁ ବିଚାରପତିମାନଙ୍କ ପ୍ଲେ ବଟମ୍‌ ମିଳିବାରେ ଲାଗିଛି। ତାଙ୍କ ପାୱାର ପ୍ୟାକ୍‌ ଡ୍ୟାନ୍ସକୁ ଜଜ୍‌ଙ୍କ  ସହ ଦର୍ଶକମାନେ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି। ଓମ୍‌ଙ୍କ ଦମ୍‌ଦାର ଡ୍ୟାନ୍ସ ଦେଖି ଅନେକ ଥର ଜଜ୍‌ମାନେ ନିଜକୁ ସମ୍ଭାଳି ନ ପାରି ଷ୍ଟେଜ୍‌ ଉପରକୁ ଯାଇ ତାଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏମିତିକି ଶୋ’ର ଅନ୍ୟତମ ଜଜ୍‌ ତଥା କୋରିଓଗ୍ରାଫର୍‌ ତୁଷାର ତାଙ୍କଠାରୁ କିଛି ମୁଭ୍‌ ଶିଖିଥିବା ମଧ୍ୟ ଦେଖିବାକୁ ମିଳିଛି।

ତୁଷାରଙ୍କ ସହିତ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ନିର୍ଦ୍ଦେଶକ ଶଶାଙ୍କ ଖୈତାନ ଏଥିରେ ବିଚାରକ ଅଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe