ଅନୁରାଗ୍‌ଙ୍କୁ ‘ନିକାହ୍‌’ କଲେ ଅଭିଷେକ୍‌!

ଫିଲ୍ମ ''ଯୁବା' ପରେ ହୋଇଥିଲା ଅପଡ଼

ମୁମ୍ବାଇ: ଆପଣ ଶୀର୍ଷକକୁ ପଢ଼ି ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବୁଥିବେ, ଐଶ୍ୱର୍ଯ୍ୟା ଥାଉ ଥାଉ ଅଭିଷେକ ବଚ୍ଚନ୍‌ ପୁଣି ଆଉ କାହାକୁ ‘ନିକାହ୍‌’ (ବିବାହ) କଲେ। ତେବେ ଅନ୍ୟ କିଛି ଭାବନ୍ତୁ ନାହିଁ, କାରଣ ପ୍ରକୃତ କଥା କିଛି ଭିନ୍ନ।

ଫିଲ୍ମ ‘ଯୁବା’ ପରେ ୧୪ ବର୍ଷ ଧରି ନିର୍ମାତା ଅନୁରାଗ କାଶ୍ୟପଙ୍କ ସହ ଅଭିଷେକଙ୍କର ଅପଡ଼ ଥିଲା। ଏବେ ପୁରୁଣା ତିକ୍ତତାକୁ ଭୁଲି ଏ ଦୁହେଁ ଏକାଠି ହୋଇଛନ୍ତି। ଆଉ ଏହି ‘ପ୍ୟାଚ୍‌ଅପ୍’କୁ ନେଇ ଅଭିଷେକ ବଚ୍ଚନ ଏକଦମ୍‌ ଭାବପ୍ରବଣ ହୋଇ ପଡ଼ିଛନ୍ତି। ଅଭିଷେକ କହିଛନ୍ତି ଯେ ଅନୁରାଗଙ୍କ ସହ ଏକାଠି ହେବା ତାଙ୍କୁ ‘ନିକାହ୍‌’ ଭଳି ଅନୁଭବ ଦେଇଛି।

୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ‘ଯୁବା’ର ନିର୍ମାଣ ବେଳେ ଅଭିଷେକଙ୍କ ସହ ଫିଲ୍ମର କାହାଣୀ ଲେଖକ ତଥା ନିର୍ମାତା ଅନୁରାଗ କାଶ୍ୟପଙ୍କ ମନାନ୍ତର ହୋଇଥିଲା।

ସେହି ମନାନ୍ତରକୁ ଏବେ ଅଭିଷେକ ‘ଇତିହାସ’ ଏବଂ ଏହାକୁ ସେ ପଛରେ ଛାଡ଼ି ଆସିଛନ୍ତି ବୋଲି କହିଛନ୍ତି।

ଫିଲ୍ମ ‘ଯୁବା’ରେ ଅଭିଷେକ ବଚ୍ଚନଙ୍କ ସହ ଅଜୟ ଦେବ୍‌ଗନ୍‌, ବିବେକ୍ ଓବରୟ, ଓମ୍ ପୁରୀ, କରିନା କପୁର୍‌, ରାନୀ ମୁଖାର୍ଜୀ ଓ ଈଶା ଦେଓଲ୍ ପ୍ରମୁଖ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

କରୋନାରେ ମୃତ ବାପାଙ୍କ ଶବ ଦେଖିବାକୁ ପୁଅକୁ ମାଗିଲେ ୫୧ ହଜାର, କିନ୍ତୁ…

ଚାଇନା ନୀତିକୁ ବିରୋଧ କରୁଥିବା ହଂକଂ ମିଡିଆ ଟାଇକୁନ ଗିରଫ

ସାରୁ ପତ୍ରରେ ଦୁଇମୁଣ୍ଡିଆ ସାପ

ସାମ୍ନାକୁ ଆସିଲା ରିୟାଙ୍କ ଆଇଟିଆର୍‌ ଡିଟେଲ୍‌ସ‌, ଇନ୍‌କମ୍‌ଠୁ ଇନ୍‌ଭେଷ୍ଟ୍ ଅଧିକ

ପୁଣି ପ୍ରଶାସନିକ ସେବାକୁ ଫେରିପାରନ୍ତି ଶାହ ଫୈଜଲ

ହାଇୱେ ଡିଭାଇଡର୍‌ରେ ଚାଷ