Advertisment

'ଆଗ୍ ଲଗେ ବସ୍ତି ମେଁ, ମୈ ଅପନି ମସ୍ତି ମେଁ...'

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ଲାଗି ନେପୋଟିଜମ୍ ଏବଂ ଗୋଷ୍ଠୀବାଦ ବା ଗ୍ରୁପିଜମ୍ ଦାୟୀ ବୋଲି କୁହାଯାଉଛି। ଏସବୁ ଭିତରେ ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର, ଆଲିୟା ଭଟ୍ଟ, ରଣବୀର କପୁର, ସଲମାନ ଖାନଙ୍କ ସମେ ତ ସୋନାକ୍ଷୀ ସିହ୍ନା ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ସୋଶାଲ ମିଡିଆରେ ଏମାନଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଏନେଇ ଟ୍ୱିଟରରୁ ବିଦାୟ ନେବାର ନିଷ୍ପତ୍ତି […]

ଅଦ୍ୟତନ ହୋଇଛି
'ଆଗ୍ ଲଗେ ବସ୍ତି ମେଁ, ମୈ ଅପନି ମସ୍ତି ମେଁ...'

sonakshi

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ଲାଗି ନେପୋଟିଜମ୍ ଏବଂ ଗୋଷ୍ଠୀବାଦ ବା ଗ୍ରୁପିଜମ୍ ଦାୟୀ ବୋଲି କୁହାଯାଉଛି। ଏସବୁ ଭିତରେ ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର, ଆଲିୟା ଭଟ୍ଟ, ରଣବୀର କପୁର, ସଲମାନ ଖାନଙ୍କ ସମେ ତ ସୋନାକ୍ଷୀ ସିହ୍ନା ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ସୋଶାଲ ମିଡିଆରେ ଏମାନଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଏନେଇ ଟ୍ୱିଟରରୁ ବିଦାୟ ନେବାର ନିଷ୍ପତ୍ତି ନେଲେ ସୋନାକ୍ଷୀ।

Advertisment

https://www.instagram.com/p/CBp5HA5AcpP/?utm_source=ig_web_copy_link

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜ ନାଁ ଯୋଡ଼ାଯିବା ପରେ ସୋନାକ୍ଷୀ ଟ୍ୱିଟରକୁ ବାଏ-ବାଏ କହିଛନ୍ତି। ହେଲେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ପ୍ରଥମେ ସେ ଏକ ସ୍କ୍ରିନଶଟ୍ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, "ଆଗ୍ ଲଗେ ବସ୍ତି ମେଁ...ମୈ ଅପନି ମସ୍ତି ମେଁ...।" ଏହାପରେ ସେ ଏକ ଭିଡିଓ ଶେୟାର କରି ଟ୍ରୋଲରଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ଭିଡିଓରେ ସେ ଚୁଟୁକି ମାରି ଗାୟବ ହୋଇଯାଉଥିବା ଦେଖିବାକୁ ମିଳିଛି।

ଭିଡିଓଟି ଶେୟାର କରି ସେ ଲେଖିଛନ୍ତି, "ମୁଁ କିପରି ଭାବରେ ନିଜକୁ ଟ୍ୱିଟରରୁ ଦୂର କରିଦେଲି ଆଉ ନକରାତ୍ମକତାଠାରୁ ମଧ୍ୟ ନିଜକୁ ଦୂରେଇ ଦେଲି। କେତେଜଣ ଲୋକ କିଛି ଜିତିଗଲା ଭଳି ଏନେଇ ସେଲିବ୍ରେଟ୍ କରୁଛନ୍ତି। ତୁମମାନଙ୍କ ପାଇଁ ମୁଁ ଖୁସି। ତୁମକୁ ଖୁସି ଲାଗୁଛି ଯଦି ଲାଗୁଥାଉ। କାହାକୁ କିଛି ଫରକ ପଡ଼ୁନାହିଁ। ଏହାକୁ ସାମ୍ନା କରିବା ଦରକାର।"

Advertisment

https://www.instagram.com/p/CBs4rIMgLQl/?utm_source=ig_web_copy_link

ସୋନାକ୍ଷୀ କହିଛନ୍ତି, "ମୁଁ ମୋ ଜୀବନରେ ଅପମାନ ଓ ଅପବ୍ୟବହାରର ସିଧା ସଳଖ ମାଧ୍ୟମକୁ ମୁଁ କାଟି ଦେଇଛି। ମୋତେ, ମୋ ପରିବାର ଓ ବନ୍ଧୁମାନଙ୍କୁ ଯାହା ଇଚ୍ଛା ତାହା କହିବାର ଶକ୍ତିକୁ ଛଡ଼ାଇ ନେଇଛି। ତୁମ ପାଖରେ ଥିବା ମୋ ସହ ଯୋଡ଼ି ହେବାର ଦ୍ୱାରକୁ ଛଡ଼ାଇ ନେଇଛି, ଯାହା ଅତି ବିଶ୍ୱାସର ସହ ମୁଁ ତୁମମାନଙ୍କୁ ଦେଇଥିଲି। ଏଣୁ ଏଠାରେ କେବଳ ଜଣେ ବିଜୟୀ ଅଛି, ସେ ହେଉଛି ମୁଁ।"

https://www.instagram.com/p/CA2kVNHgdo_/?utm_source=ig_web_copy_link

ସେ ପୁଣି କହିଛନ୍ତି, "ଆପଣଙ୍କ ନକାରାତ୍ମକତା ମୋତେ ଆଉ ମୋ ଜୀବନକୁ କେବେ ବି ପ୍ରଭାବିତ କରିପାରିଲା ନାହିଁ।ଗତ ୧୦ ବର୍ଷ ଭିତରେ ମୋର ୧ କୋଟି ୬୦ ଲକ୍ଷ ଫଲୋଅର୍ସ ହେଲେ। ମୋର ବିଶ୍ୱାସ, ଘୃଣା କରୁଥିବା ସମସ୍ତ ବ୍ୟକ୍ତି ଆଉ ଟ୍ରୋଲ୍ କରୁଥିବା ଲୋକମାନେ ଖୁବଶୀଘ୍ର ସୁସ୍ଥ ହୋଇଯିବେ। ଆପଣମାନେ ଏବେ ବି ଘୃଣା କରିବା ଜାରି ରଖିପାରିବେ। ହେଲେ ଏବେ ଏହା ମୋ ପାଖକୁ ଆଉ ପହଞ୍ଚିପାରିବ ନାହିଁ।"

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe