Advertisment

Jatra Artist Salary: ମୋଟା ଅଙ୍କର ଟଙ୍କା ନିଅନ୍ତି ଯାତ୍ରା କଳାକାର

ଯାତ୍ରା ସିଜିନ୍‌ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଯାଏ ବିବାଦ। ଆଉ ସବୁ ବିବାଦର ମୂଳରେ ଥାଏ ଟଙ୍କା ଅର୍ଥାତ୍ ଦରମା।  ଆପଣ ଜାଣନ୍ତି କି କେଉଁ ଯାତ୍ରା ଷ୍ଟାର କେତେ ଟଙ୍କା ଦରମା ନିଅନ୍ତି?

Jatra Artist
Advertisment

ଯାତ୍ରା ସିଜିନ୍‌ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଯାଏ ବିବାଦ। ଆଉ ସବୁ ବିବାଦର ମୂଳରେ ଥାଏ ଟଙ୍କା ଅର୍ଥାତ୍ ଦରମା।  ଆପଣ ଜାଣନ୍ତି କି କେଉଁ ଯାତ୍ରା ଷ୍ଟାର କେତେ ଟଙ୍କା ଦରମା ନିଅନ୍ତି? ଆର୍ଟିଷ୍ଟଙ୍କ ଦରମା କଥା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଏବେ ଯଲିଉଡ୍‌ର ସବୁଠାରୁ ଦାମୀ ଷ୍ଟାର ହେଉଛନ୍ତି ପୀୟୂଷ ତ୍ରିପାଠୀ। ଚର୍ଚ୍ଚା ଅନୁସାରେ ସେ ବର୍ଷକୁ ପ୍ରାୟ୧କୋଟି ଟଙ୍କା ନେଉଛନ୍ତି। ୨୦୨୫-୨୬ ବର୍ଷ ପାଇଁ ସେ ପ୍ରାୟ ୧ କୋଟି ନେଇଥିବା ବେଳେ ଆଗାମୀ ବର୍ଷ ଏହା ବଢ଼ିପାରେ।

Advertisment

ଟିକି ଓ କାହ୍ନା ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଆସିବେ। ଏହି ଯୋଡ଼ି ବାର୍ଷିକ ୧ କୋଟି ଟଙ୍କାରେ ଚୁକ୍ତି କରିଥିବା ଜଣାପଡ଼ିଛି। ସେହିପରି ବର୍ତ୍ତମାନର ବିବାଦୀୟ ଯୋଡ଼ି ସାଇ ଓ ପାୟଲ ବାର୍ଷିକ ୨୨ ଲକ୍ଷ ଟଙ୍କା ନେଉଥିବା ବେଳେ ଆଗାମୀ ବର୍ଷ ପାଇଁ ୪୦ ଲକ୍ଷ ଟଙ୍କାରେ ଚୁକ୍ତି କରିଛନ୍ତି। ବାପି ପଣ୍ଡା ୪୫ ଲକ୍ଷ, ଦୟା ୫୫, ରାଜବୀର ୨୮ରୁ୩୦, ସୁବାସ ବେହେରା ୪୦ରୁ୪୨ ଲକ୍ଷ ଟଙ୍କା ବାର୍ଷିକ ପ୍ରାପ୍ୟ ନେଉଛନ୍ତି।

ଗୌର ଦାସ ୫୫ଲକ୍ଷ ଓ ଅଭିନେତ୍ରୀ ଜୁଲି ପଣ୍ଡା ବାର୍ଷିକ ୩୦ ଲକ୍ଷ ଟଙ୍କାରେ ଚୁକ୍ତି କରିଥିବା ପ୍ରଯୋଜକ କିଶୋର ମିଶ୍ର କହିଛନ୍ତି। ଅନ୍ୟପଟେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା ବାର୍ଷିକ ୫୫ରୁ ୬୦ଲକ୍ଷ ଟଙ୍କା ନେଉଛନ୍ତି।

Advertisment

କେବଳ ଏତିକି ନୁହେଁ, ଏହି ରେସରେ ଆହୁରି ଅନେକ ନୂଆ କଳାକାର ଯୋଡ଼ି ହେଉଛନ୍ତି। ଚୁକ୍ତି ହେବା ପରେ ଷ୍ଟାର ଯାତ୍ରା କଳାକାରମାନେ ପ୍ରଥମେ ମାଲିକଙ୍କଠାରୁ ୫୦-୬୦% ଟଙ୍କା ଅଗ୍ରୀମ ଆକାରରେ ନେଇଥା’ନ୍ତି ଏବଂ ନୂଆ ବର୍ଷ ପାଇଁ ନାଟକ ରିହର୍ସାଲ କରିଥା’ନ୍ତି। ଯାତ୍ରା ପାର୍ଟି ବାହାରକୁ ଆସିବା ମାତ୍ରେ ପ୍ରତି ମାସ ବଳକା ଟଙ୍କା ଦରମା ଆକାରରେ ନିଅନ୍ତି। ଯେହେତୁ ଭଲ ପାରିଶ୍ରମିକ ମିଳୁଛି, ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ କଳାକାର ଯାତ୍ରାରେ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଉଛି। 

ଭୁବନେଶ୍ୱରରୁ ସରୋଜ ରଞ୍ଜନ ବେହେରାଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe