Advertisment

ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ମିଳିଲା ଆଶ୍ୱସ୍ତି

ପୀଡ଼ିତାଙ୍କ CRPCର ଧାରା ୧୬୪ ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ। ଅଗଷ୍ଟ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Cuttack

Sourin Bhatt

ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଲା ଆଶ୍ୱସ୍ତି। ଓଡିଶା ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା। ନିର୍ଦ୍ଧାରିତ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ CRPCର ଧାରା ୧୬୪ ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ। ଅଗଷ୍ଟ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି। ଆଗୁଆ ଜାମିନ ପାଇଁ ସୌରିନ ହାଇକୋର୍ଟରେ କରିଥିଲେ ଆବେଦନ।

Advertisment

ବଲିଉଡ୍‌ ଓ ଓଲିଉଡ୍‌ ସକ୍ରିୟ ଥିବା ସୌରିନ୍‌ ଭଟ୍ଟ ଯୌନ ନିର୍ଯାତନା ପରି ଅଭିଯୋଗରେ ଫସିଯାଇଥିଲେ। ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀ ତାଙ୍କ ନାଁରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ଜଣେ ପ୍ରତିଷ୍ଠିତ ଗାୟିକା କରିଦେବାର ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ସୌରିନ୍‌ ଠକି ଦେଇଥିଲେ। ଏପରିକି ତାଙ୍କଠାରୁ ଟଙ୍କା ନେଇ ଫେରାଉନଥିଲେ। ଟଙ୍କା ମାଗିଲେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଯୁବତୀ ଅଭିଯୋଗ କରିଥିଲେ।

ଜୁନ୍‌ ୧୨ ତାରିଖରେ ପୀଡ଼ିତା ଏନେଇ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍‌। ସୌରିନ୍‌ଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରିଥିଲା। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୁଲିସ। ଥାନାରେ ହାଜର ପାଇଁ ସୌରିନ୍‌ଙ୍କ ନୋଟିସ୍‌ କରିଥିଲା। ହେଲେ ସୌରିନ୍‌ ଧରାଛୁଆଁ ଦେଇନଥିଲେ।

Advertisment

କମିଶନରେଟ୍‌ ପୁଲିସ୍‌ ସୌରିନ୍‌ଙ୍କ କୋଲକାତା ସ୍ଥିତ ଘରକୁ ଯାଇଥିଲା। ହେଲେ ସେଠାରୁ ଖାଲି ହାତରେ ଫେରିଥିଲା। ସୌରିନ୍‌ଙ୍କର କୌଣସି ଖୋଜଖବର ପାଇନଥିଲା ପୁଲିସ୍‌।

Entertainment High Court Tollywood