Advertisment

ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ; ହୋଇପାରନ୍ତି ଗିରଫ

ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ।

Sourin bhatt

Sourin bhatt

Advertisment

ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ। ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଛି।

Advertisment

ଗତକାଲି ସୌରିନଙ୍କ ଆଗୁଆ ଜାମିନ ଆବେଦନର ରାୟ ପ୍ରକାଶ କରି କୋର୍ଟ କହିଛନ୍ତି ଯେ, ୨୦୧୬ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି। ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ଏବଂ ପ୍ରାରମ୍ଭିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। କେତେବେଳେ ବିବାହର ପ୍ରତିଶୃତି ତ କେତେବେଳେ ଅନ୍ତରଙ୍ଗ ଫଟୋ ଭାଇରଲ କରିବାର ଧମକ ଦେଇ ସେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ପଷ୍ଟ ହୋଇଥିବା କୋର୍ଟ କହିଛନ୍ତି।

ଏପରିକି ସେ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ। ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ ମଧ୍ୟ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ସୌରିନଙ୍କ ଉପସ୍ଥିତି ଆବଶ୍ୟକ ଦର୍ଶାଇ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି।

Advertisment

 ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍‌। ଥାନାରେ ହାଜର ହେବା ପାଇଁ ପୁଲିସ ତାଙ୍କୁ ନୋଟିସ୍ ଦେଇଥିଲା। କିନ୍ତୁ ସୌରିନ ଧରାଛୁଆଁ ଦେଇ ନଥିଲେ। ଏମିତିକି ପୁଲିସର ଏକ ଟିମ୍ କୋଲକାତା ସ୍ଥିତ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସୌରିନ ସେଠାରେ ନଥିଲେ। ପରେ ହାଇକୋର୍ଟ ଯାଇ ଅନ୍ତରୀଣ ସୁରକ୍ଷା ଆଣିଥିଲେ ସୌରିନ । ଏହା ସହ ଆଗୁଆ ଜାମିନ ଆବେଦନ କରିଥିଲେ।

Sourin Bhatt High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe