/odisha-reporter/media/post_attachments/uploadimage/library/16_9/16_9_0/RRR_1674559916.jpg)
RRR
ବ୍ଲକବଷ୍ଟର୍ ଫିଲ୍ମ ଆର୍ଆର୍ଆର୍। ଗୋଲ୍ଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡ ଜିତି ଇତିହାସ ରଚିବା ପରେ ଏବେ ଆଉ ଏକ ରେକର୍ଡ ଅପେକ୍ଷାରେ ଏହି ଫିଲ୍ମ। ଓସ୍କାର ଦୌଡ ସାମିଲ ହୋଇଛି ଷ୍ଟାର ଡାଇରେକ୍ଟର ଏସ୍ଏସ୍ ରାଜାମୌଲୀଙ୍କ ଆର୍ଆର୍ଆର୍। କେବଳ ଶେଷ ନୋମିନେସନ୍କୁ ଅପେକ୍ଷା।
୯୫ତମ ଏକାଡେମୀ ଆଓ୍ୱାର୍ଡ ବା ଓସ୍କାର ପୁରସ୍କାର ପାଇଁ ଆଜି ଶେଷ ନୋମିନେସନ ଘୋଷଣା ହେବ। ଭାରତ ତରଫରୁ ୫ଟି ଫିଲ୍ମ ଚଳିତ ଓସ୍କାର ଦୌଡ଼ରେ ରହିଛନ୍ତି। ଆର୍ଆର୍ଆର୍ ବ୍ୟତୀତ ଫିଲ୍ମ 'ଛେଲା ଶୋ' ଟପ୍-୧୫ ରେ ସର୍ଟଲିଷ୍ଟେଡ୍ ହୋଇଛି।
ଅନ୍ୟପଟେ ଫିଲ୍ମ ଆର୍ଆର୍ଆର୍କୁ ନେଇ ଜୋରସୋର୍ରେ ଚର୍ଚ୍ଚା ଜାରି ରହିଛି। ଏହି ଫିଲ୍ମ ପାଇଁ ମେକର୍ସମାନେ ଖୋଦ୍ କ୍ୟାମ୍ପେନ କରିଛନ୍ତି। ସାରା ବିଶ୍ୱର କ୍ରିଟିକ୍ସ ଓ ଫିଲ୍ମ ମେକର୍ସମାନେ ମଧ୍ୟ ଆର୍ଆର୍ଆର୍କୁ ପ୍ରଶଂସା କରୁଛନ୍ତି। କ୍ୟାଟେଗୋରୀ-୧୪ରେ ଏହି ଫିଲ୍ମଟି ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଆଜି ଶେଷ ନୋମିନେସନ ଘୋଷଣା ହେବା ପରେ ରାମଚରଣ ଓ ଜୁନିଅର୍ ଏନ୍ଟିଆର୍ଙ୍କ ଏହି ଫିଲ୍ମ କେଉଁ କ୍ୟାଟେଗୋରୀ ପାଇଁ ଓସ୍କାର ଆଓ୍ୱାର୍ଡ ହାତେଇବାରେ ନିକଟତର ହେବ ତାହା ସ୍ପଷ୍ଟ ହେବ।
ତେବେ ହଲିଉଡ ଫିଲ୍ମର ଲମ୍ବା ତାଲିକାକୁ ଦେଖିଲେ ଆର୍ଆର୍ଆର୍ ଟପ୍-୧୦ ନୋମିନେସନେର ବି ସ୍ଥାନା ପାଇବା ମୁସ୍କିଲ୍ ଲାଗୁଛି। ଖ୍ୟାତନାମା ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ ଷ୍ଟିଭନ ସ୍ପିଲବର୍ଗଙ୍କ The Fabelmans ଓ Everything Everywhere All at Once (EEAAO) ବେଷ୍ଟ ପିକ୍କଚର୍ କ୍ୟାଟେଗୋରୀରେ ଆଓ୍ୱାର୍ଡ ପାଇବା ପାଇଁ ସବୁଠୁ ଆଗରେ ରହିଛି।
ଆର୍ଆର୍ଆର୍ ଓ ଛେଲା ଶୋ' ବ୍ୟତୀତ ଭାରତର ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ All That Breathes ଏବଂ ଶର୍ଟ ଡକ୍ୟୁମେଣ୍ଟାରୀ The Elephant Whisperersର ଭାଗ୍ୟ ମଧ୍ୟ ଆଜି ନିର୍ଦ୍ଧାରଣ ହେବ।
ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଓସ୍କାର ପାଇଁ ଶେଷ ଘୋଷଣା ହେବ। ଏହାକୁ Oscar.com, Oscars.org ଓ ଓସ୍କାରର ଅଫିସିଆଲ ସୋଶାଲ ମିଡିଆ ପ୍ଲାଟଫର୍ମ ଯେପରିକି ୟୁଟ୍ୟୁବ, ଫେସ୍ବୁକ୍ ଓ ଟ୍ୱିଟର୍ରେ ଦେଖିହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
