/odisha-reporter/media/post_attachments/uploads/2019/10/rrr.jpg)
rrr
ନୂଆଦିଲ୍ଲୀ: ହଲିଉଡ୍ ଅଭିନେତା ରବର୍ଟ ଫୋର୍ଷ୍ଟର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ବହୁ ଦିନ ହେଲା ସେ ବ୍ରେନ୍ କ୍ୟାନସର୍ରେ ପୀଡ଼ିତ ଥିଲେ। ଅକ୍ଟୋବର ୧୨ ତାରିଖରେ ଲସ୍ ଏଞ୍ଜେଲସ୍ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
Advertisment
https://twitter.com/Karaszewski/status/1182871431241175041
ରବର୍ଟ ୧୦୦ରୁ ଅଧିକ ଫିଲ୍ମ ଓ ଟେଲିଭିଜନ୍ ସିରିଜ୍ରେ କାମ କରିଥିଲେ। ନିକଟରେ ରିଲିଜ୍ ହୋଇଥିବା ଏକ ଆକ୍ସନ୍ କ୍ରାଇମ୍ ଡ୍ରାମା ଫିଲ୍ମରେ ସେ ଅଭିନୟ କରିଥିଲେ।
ରବର୍ଟ ୧୯୬୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରିଫ୍ଲେକ୍ସନ୍ ଇନ୍ ଏ ଗୋଲଡେନ୍ ଆଇ’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ମର୍ଲନ୍ ବ୍ରାଣ୍ଡୋ ଓ ଏଲିଜାବେଥ୍ ଟେଲର୍ଙ୍କ ଭଳି କଳାକାର ଅଭିନୟ କରିଥିଲେ।
Advertisment
ରବର୍ଟଙ୍କ ପରି ଜଣେ ଦକ୍ଷ କଳାକାରଙ୍କ ପରଲୋକରେ ହଲିଉଡ୍ରେ ଶୋକରଛାୟା ଖେଳିଯାଇଛି। ସେହିଭଳି ସୋଶାଲ୍ ମିଡିଆରେ ମଧ୍ୟ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
