Advertisment

କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ଆରମ୍ଭ କଲେ ଓସ୍କାର୍ ବିଜେତା ଅଭିନେତା

ଲସ୍ ଆଞ୍ଜେଲ୍ସ: କରୋନା ଭାଇରସ୍ କାରଣରୁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି। ଚୀନ୍ ଠାରୁ ଆରମ୍ଭ ହୋଇଥିବା ଏହି କରୋନା ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିଗଲାଣି। ତେବେ ଏହି ମହାମାରୀର ମୁକାବିଲା ପାଇଁ ବଲିଉଡ ସେଲିବ୍ରେଟମାନେ ସରକାରଙ୍କ ପାଣ୍ଠିକୁ ଦାନ ଦେଉଛନ୍ତି। ତେବେ ଏଥିରୁ ବାଦ୍ ପଡ଼ିନି ହଲିଉଡ୍। ଓସ୍କାର୍ ବିଜେତା ତଥା ହଲିଉଡ୍ ଷ୍ଟାର୍ ସିନ୍ ନିଜର ଏକ ସଂସ୍ଥା ସହ ମିଶି ପେନ୍ ଲସ୍ ଆଞ୍ଜେଲସରେ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ଆରମ୍ଭ କରିଛନ୍ତି। […]

କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ଆରମ୍ଭ କଲେ ଓସ୍କାର୍ ବିଜେତା ଅଭିନେତା

PEN

Advertisment

ଲସ୍ ଆଞ୍ଜେଲ୍ସ: କରୋନା ଭାଇରସ୍ କାରଣରୁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି। ଚୀନ୍ ଠାରୁ ଆରମ୍ଭ ହୋଇଥିବା ଏହି କରୋନା ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିଗଲାଣି। ତେବେ ଏହି ମହାମାରୀର ମୁକାବିଲା ପାଇଁ ବଲିଉଡ ସେଲିବ୍ରେଟମାନେ ସରକାରଙ୍କ ପାଣ୍ଠିକୁ ଦାନ ଦେଉଛନ୍ତି। ତେବେ ଏଥିରୁ ବାଦ୍ ପଡ଼ିନି ହଲିଉଡ୍। ଓସ୍କାର୍ ବିଜେତା ତଥା ହଲିଉଡ୍ ଷ୍ଟାର୍ ସିନ୍ ନିଜର ଏକ ସଂସ୍ଥା ସହ ମିଶି ପେନ୍ ଲସ୍ ଆଞ୍ଜେଲସରେ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ଆରମ୍ଭ କରିଛନ୍ତି। ଏହି ପରୀକ୍ଷା କେନ୍ଦ୍ରରେ ସହରର ଲୋକଙ୍କୁ ସ୍କ୍ରିନିଂ କରାଯିବ।

Advertisment

ସିନ୍ ପେନ୍ କରୋନାଭାଇରସ୍ ପରୀକ୍ଷା କେନ୍ଦ୍ରର ସଞ୍ଚାଳନ ପାଇଁ ଲସ୍ ଆଞ୍ଜେଲସ୍ ପ୍ରଶାସନ ସହିତ ହାତ ମିଶାଇଛନ୍ତି। ଲସ୍ ଆଞ୍ଜେଲ୍ସର ଡେପୁଟି ମେୟର ଜେଫ୍ ଗୋରେଲ ଏକ ଟୁଇଟ୍ କରି କହିଛନ୍ତି, ‘ସିନ୍ ପେନ୍ ଏବଂ ତାଙ୍କ CORE (କମ୍ୟୁନିଟି ଅର୍ଗାନାଇଜଡ୍ ରିଲିଫ୍ ଏଫର୍ଟ)ର ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ, ଯେଉଁମାନେ ଆମ ସହ ମିଶି ପୂର୍ବ ଲସ୍ ଆଞ୍ଜେଲସରେ ଏକ କୋଭିଡ୍ ପପ୍-ଅପ୍ ପରୀକ୍ଷା କେନ୍ଦ୍ର ଆରମ୍ଭ କରିଛନ୍ତି।’

https://twitter.com/JeffGorell/status/1245096116883869696?s=20

୫୯ ବର୍ଷିୟ ଅଭିନେତା ସିନ୍ ପେନ୍ ଏକ ରିଲିଫ୍ ସଂଗଠନ ଭାବରେ 'କୋର(CORE)'ର ଆରମ୍ଭ କରିଥିଲେ। ୨୦୧୦ ରେ ହଇତିରେ ହୋଇଥିବା ଭୂକମ୍ପ ପରେ ସେମାନେ ଏହାକୁ ଗଠନ କରିଥିଲେ। ପେନ୍ ଏକାଧାରରେ ଜଣେ ଅଭିନେତା, ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ। ସେ ପ୍ରାୟ ୫୦ରୁ ଅଧିକ ହଲିଉଡ୍ ପିଲ୍ମରେ କାମ କରିଛନ୍ତି।

Advertisment

ସୂଚନଯୋଗ୍ୟ, ସିନ୍ ପେନଙ୍କ ବ୍ୟତୀତ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି, ସିଙ୍ଗର ରିହାନା, ଟେଲର୍ ସ୍ୱିଫ୍ଟ, ଲେଡି ଗାଗା, ଜଷ୍ଟିନ ବିବର୍ ଓ କ୍ରିଷ୍ଟେନ ବେଲ୍ ପ୍ରଭୃତି କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe