John Cena
ଓସ୍କାର ଆୱାର୍ଡ ନାଇଟ୍ସକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଚଳିତ ବର୍ଷର ଓସ୍କାର ନାଇଟ୍ସ ବି ଏଥିରୁ ବାଦ ପଡ଼ିନି। ଚଳିତ ବର୍ଷ ଓସ୍କାର କାର୍ଯ୍ୟକ୍ରମରେ ବେଷ୍ଟ କଷ୍ଟୁମ୍ ଆୱାର୍ଡ ଦେବାକୁ ବିନା କୌଣସି କଷ୍ଟ୍ୟୁମ୍ରେ ପହଞ୍ଚିଥିଲେ WWE ରେସଲର ତଥା ଅଭିନେତା ଜନ୍ ସିନା। ତାଙ୍କର ନେକେଡ ଲୁକ୍ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିବା ବେଳେ ଏହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେଲାଗିଛି।
ଗତ ରାତିରେ ଜିମି କିମେଲ ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମକୁ ହୋଷ୍ଟ କରୁଥିଲେ। ଉକ୍ତ ସମୟରେ ଏକ ଉଦାହରଣ ଦେବାକୁ ଯାଇ ୫୦ ବର୍ଷ ପୂର୍ବେ ଓସ୍କାର ଷ୍ଟେଜରେ ଜଣେ ଅଜ୍ଞାତ ବ୍ୟକ୍ତି ଉଲଗ୍ନ ହୋଇ ଦୌଡ଼ିଥିବା କଥା କହିଥିଲେ। ଏହାପରେ ଏପରି ଘଟଣା ଏବେ ଘଟିଲେ କ’ଣ ହେବ ବୋଲି ବି ପଚାରିଥିଲେ।
ଉକ୍ତ ସମୟରେ ଜନ୍ ସିନା ବିନା କୌଣସି କଷ୍ଟୁମ୍ରେ ବେଷ୍ଟ କଷ୍ଟୁମ୍ ଆୱାର୍ଡର ନୋମିନେସେନ ଘୋଷଣା କରିବାକୁ ଷ୍ଟେଜରେ ପହଞ୍ଚିଥିଲେ। ଏହାଦେଖି ଶୋ’ରେ ଉପସ୍ଥିତ ସମସ୍ତ କଳାକାର ତାଜୁବ ହୋଇ ଯାଇଥିଲେ। ଜନ୍ ନୋମିନେସନ ଘୋଷଣା କରିବା ପରେ ହୋଷ୍ଟ ଜିମି କିମେଲ ତୁରନ୍ତ ତାଙ୍କ ଶରୀରକୁ ପରଦାରେ ଢାଙ୍କି ଦେଇଥିଲେ।
ଜନ୍ ସିନାଙ୍କ ନେକେଡ ଲୁକ୍ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜନ୍ ସିନା ନେକେଡ ହୋଇଥିବା ଦେଖାଯାଉଥିଲେ ମଧ୍ୟ ସେ ସ୍କିନ୍ କଲରର ଅନ୍ତବସ୍ତ୍ର ପରିଧାନ କରିଥିଲେ। ତେବେ ସେ କ’ଣ ପାଇଁ ଏପରି ବୋଲ୍ଡ ଲୁକ୍ ଷ୍ଟେଜକୁ ଆସିଥିଲେ ତାହାର କାରଣ ଜଣାପଡ଼ିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us