Advertisment

୨୧ ବର୍ଷ ପରେ ଓସ୍କାରକୁ ମନୋନୀତ ହେଲା ଭାରତୀୟ ଫିଚର୍ ଫିଲ୍ମ ୨୦୧୮

୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ନୋମିନେଟ୍(ମନୋନୀତ) ହୋଇନଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
2018 Poster

2018 Poster

ଓସ୍କାରରେ ପ୍ରବେଶ କଲା ମାଲାୟାଲମ ଫିଲ୍ମ ୨୦୧୮। କେରଳରେ ୨୦୧୮ ମସିହାର ପ୍ରଳୟଙ୍କାରୀ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ସିନେମା ଓସ୍କାର ଦୌଡ଼ରେ ଭାଗ ନେଇଛି। ୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ନୋମିନେଟ୍(ମନୋନୀତ) ହୋଇନଥିଲେ। ଦୀର୍ଘ ୨୧ ବର୍ଷ ପରେ ଏହି ସୌଭାଗ୍ୟ ଅର୍ଜନ କରିଛି ୨୦୧୮।

Advertisment

ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, ବିନୀତ ଶ୍ରୀନିବାସନ୍, ନାରାଅନ୍ ଏବଂ ଲାଲ ଅଭିନୟ କରିଛନ୍ତି। ୨୦୧୮ ଚଳିତ ବର୍ଷ ମେ' ମାସରେ ମୁକ୍ତିଲାଭ କରିଥିଲା। ବକ୍ସ ଅଫିସରେ ସିନେମାକୁ ଜବରଦସ୍ତ ରେସ୍ପନ୍ସ ମିଳିଥିଲା। ମାଲୟାଲମ ସିନେମା ଜଗତରେ ଏହା ଶ୍ରେଷ୍ଠ ଆୟକାରୀ ସିନେମା ହୋଇଥିଲା। 

୨୦୧୮ ବକ୍ସ ଅଫିସରେ ଯେଉଁପରି ଭାବେ ଆୟ କରିଥିଲା, ପୂର୍ବରୁ କୌଣସି ମାଲାୟାଲମ ସିନେମା କରିନଥିଲା। ସେହିପରି ଭାରତୀୟ ସିନେମାନ ଅନ୍ୟତମ ଆୟକାରୀ ଭାବେ ମଧ୍ୟ ପରିଗଣିତ ହୋଇଥିଲା ୨୦୧୮। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚଳଚ୍ଚିତ୍ର ନିର୍ମାତା ଏବଂ ୧୬ ଜଣିଆ ଚୟନ କମିଟିର ଅଧ୍ୟକ୍ଷ ଗିରୀଶ କାସରାଭାଲୀ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବର ବିଷୟବସ୍ତୁ ପାଇଁ ମାଲାୟାଲମ୍ ଚଳଚ୍ଚିତ୍ରକୁ ଚୟନ କରାଯାଇଛି। 

Advertisment

ଦ କେରଲା ଷ୍ଟୋରୀ, ରକି ଅର୍ ରାନୀ କି ପ୍ରେମ କାହାନୀ, ମିସେସ୍ ଚାଟାର୍ଜୀ ବନାମ ନରୱେ, ତେଲୁଗୁ ଚଳଚ୍ଚିତ୍ର ବାଲାଗାମ, ମରାଠୀ ଚଳଚ୍ଚିତ୍ର ଭାଲଭି ଏବଂ ବାପ୍ଲୋକ ଏବଂ ଅଗଷ୍ଟ ୧୬, ୧୯୪୭ (ତାମିଲ) ସହିତ ୨୨ଟି ଚଳଚ୍ଚିତ୍ର ବିବେଚନା କରାଯାଇଥିଲା। ଏଥିମଧ୍ୟରୁ ୨୦୧୮କୁ ମନୋନୀତ କରାଯାଇଛି। ୨୦୧୮ ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ଚଳଚ୍ଚିତ୍ର ଓସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କୁହାଯାଉଛି।

୨୦୦୨ରେ ଲାଗାନ ପରଠାରୁ ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର ପାଇଁ କୌଣସି ଭାରତୀୟ ସିନେମା ମନୋନୀତ ହୋଇ ନାହିଁ। କେବଳ ଅନ୍ୟ ଦୁଇଟି ଚଳଚ୍ଚିତ୍ର ଏହା ପୂର୍ବରୁ ପାଞ୍ଚଟି ସ୍ଥାନ ଅଧିକାର କରିଛି - ନର୍ଗିସ୍ ଅଭିନୀତ ମଦର ଇଣ୍ଡିଆ ଏବଂ ମୀରା ନାୟାରଙ୍କ ସଲାମ ବମ୍ବେ।

ଗତ ବର୍ଷ ଓସ୍କାର ପାଇଁ ଭାରତର ଅଫିସିଆଲ୍ ପ୍ରବେଶ ଥିଲା ଛେଲୋ ଶୋ, କିନ୍ତୁ ଏହା ନୋମିନେଟ ହୋଇନଥିଲା। ବର୍ତ୍ତମାନ ୨୦୧୮କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ସିନେମା ନିର୍ମାତାଙ୍କ ସମେତ ସିନେ ପ୍ରେମୀ। 

2018 Malayalam Film Industry India Oscars Film Malayalam Film 2018 Oscars 2024