Advertisment

ଓସ୍କାର ୨୦୨୪; ବାଜି ମାରି ନେଲା ‘ଓପେନହାଇମର’

ପରମାଣୁ ବୋମା ନିର୍ମାଣ ଉପରେ ତିଆରି ହୋଇଥିବା ‘ଓପନ ହାଇମର୍’ ଫିଲ୍ମ ୭ଟି ଓସ୍କାର ପାଇଛି। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତାକୁ ମିଶାଇ ୭ଟି ଓସ୍କାର ହାତେଇଛି ଓମନ ହାଇମର।

author-image
Niharika Rout
Oscar Award

Oscar Award

ଚଳିତ ବର୍ଷ ଓସ୍କାର ସେରିମନିରେ ବାଜି ମାରିଛି ‘ଓପନ ହାଇମର୍’। ଆମେରିକାର ଲସ୍ ଆଞ୍ଜେଲ୍ସସ୍ଥିତ ଡଲବୀ ଥିଏଟରରେ ଆୟୋଜିତ ହୋଇ ଯାଇଛି ୯୬ତମ ଏକାଡେମୀ ଆୱାର୍ଡ଼ସର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

Advertisment

ପରମାଣୁ ବୋମା ନିର୍ମାଣ ଉପରେ ତିଆରି ହୋଇଥିବା ‘ଓପନ ହାଇମର୍’ ଫିଲ୍ମ ୭ଟି ଓସ୍କାର ପାଇଛି। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତାକୁ ମିଶାଇ ୭ଟି ଓସ୍କାର ହାତେଇଛି ଓମନ ହାଇମର।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବିବେଚିତ ହୋଇଛନ୍ତି ହଲିଉଡର କିମ୍ବଦନ୍ତୀ ନିର୍ଦ୍ଦେଶକ କ୍ରିଷ୍ଟୋଫର ନିଲୋନ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି କିଲିଆନ ମର୍ଫି। ପୋଅର୍ ଥିଙ୍ଗ୍ସ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ପାଇଛନ୍ତି ଇମା ଷ୍ଟୋନ।

Advertisment

କ୍ରିଷ୍ଟୋଫର ନୋଲେନଙ୍କ ‘ଓପେନହାଇମର’ ଫିଲ୍ମରେ ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନୀଙ୍କୁ ମିଳିଛି ପ୍ରଥମ ଓସ୍କାର ଆୱାର୍ଡ। ନିଜ କ୍ୟାରିଅରର ପ୍ରଥମ ଓସ୍କାର ପୁରସ୍କାର ଜିତି ବେଶ୍‌ ଖୁସି ଅଛନ୍ତି ରବର୍ଟ ଡାଓନି । ଅରିଜିନାଲ ସ୍କୋର, ସିନେମାଟୋଗ୍ରାଫି, ଏଡିଟିଂ, ସହଅଭିନେତା ବର୍ଗରେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି ଓପନ ହାଇମର୍।

ଏହାବାଦ ‘୨୦ ଡେଜ୍ ଇନ୍ ମାରିଓପୋଲ’କୁ ମିଳିଛି ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ । ‘ଦି ୱାଣ୍ଡରଫୁଲ୍ ଷ୍ଟୋରୀ ଅଫ୍ ହନେରୀ ସୁଗାର’କୁ ଶ୍ରେଷ୍ଠ ଆକ୍ସନ ସର୍ଟ ଫିଲ୍ମ ଘୋଷଣା କରାଯାଇଥିବା ବେଳେ ‘ଦି ଲାଷ୍ଟ ରିପର’କୁ ଶ୍ରେଷ୍ଠ ଡକୁମେଣ୍ଟାରୀ ସର୍ଟ ଫିଲ୍ମ ପୁରସ୍କାର ମିଳିଛି ।

ଦା’ ଭିନେ ଜୟ ରାନଡଲ୍ଫଙ୍କୁ ମିଳିଛି ବେଷ୍ଟ ସପୋର୍ଟଂ ଅଭିନେତ୍ରୀ ପୁରସ୍କାର । ବ୍ରିଟେନର ‘ଜୋନ୍ ଅଫ୍ ଇଣ୍ଟରେଷ୍ଟକୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ସହ ଶ୍ରେଷ୍ଠ ସାଉଣ୍ଡ ଆୱାର୍ଡ଼ ମିଳିଛି । ‘ପୁଅର ଥିଙ୍ଗସ୍‌ ’ ୩ଟି କ୍ୟାଟେଗୋରୀରେ ଓସ୍କାର ଜିତିଛି । ଶ୍ରେଷ୍ଟ ପ୍ରଡକ୍ସନ ଡିଜାଇନ୍ ଆୱାର୍ଡ, ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ୍‌ ଏବଂ ଶ୍ରେଷ୍ଠ ମେକଅପ୍ ଏବଂ ହେୟାରଷ୍ଟାଇଲିଙ୍ଗ ଆୱାର୍ଡ ହାତେଇ ନେଇଛି ଏହି ଫିଲ୍ମ ।

ସେହିପରି ‘ଦି ୱାର୍ ଇଜ୍ ଓଭର ! ଇନ୍ସପାୟାର୍ଡ ବାଇ ଦି ମ୍ୟୁଜିକ୍ ଅଫ୍ ଜନ୍ ଏଣ୍ଡ୍ ୟୋକୋ’କୁ ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ଆୱାର୍ଡ଼ ମିଳିଛି । ‘ଦି ବୟ ଏଣ୍ଡ୍ ଦି ହେରନ୍‌’କୁ ମିଳିଛି ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ଆୱାର୍ଡ଼ ।

ଦି ବୟ ଆଣ୍ଡ ଦି ହିରୋନକୁ ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ୱାର ଇଜ ଓଭର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।

Oscars 2024 America