ଭୁବନେଶ୍ୱର: ଓଟିଭିର 'ସର୍ବେ ଭବନ୍ତୁ ସୁଖୀନଃ' କାର୍ଯ୍ୟକ୍ରମକୁ ମିଳିଲା 'ସଂସ୍କୃତି ସମ୍ୱର୍ଦ୍ଧନ ସମ୍ମାନ'। ସବୁଦିନ ସକାଳ ସାଢେ଼ ୬ଟାରେ ପ୍ରସାରଣ ହେଉଥିବା ଏହି କାର୍ଯ୍ୟକ୍ରମକୁ ଶ୍ରୁତିନ୍ୟାସ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା 'ଜୀବନ ନିର୍ମାଣ ଶିବିର'ରେ ମୁଖ୍ୟ ଅତିଥି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସାତକଡ଼ି ହୋତା ଏହି ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ, ସ୍ୱାମୀ ସଦାନନ୍ଦ ସରସ୍ୱତୀ, ଡକ୍ଟର ସୋମଦେବ ଶାସ୍ତ୍ରୀ, ଆଚାର୍ଯ୍ୟ ବ୍ରହ୍ମଚାରୀ ପ୍ରିଏସ୍ ଓ ସୁଧାଂଶୁ ଅଧିକାରୀ।
'ସର୍ବେ ଭବନ୍ତୁ ସୁଖୀନଃ' କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦର ଜୀବନ ଅତିବାହିତ କରିବାକୁ ମନ୍ତ୍ର ମିଳିଥାଏ ବୋଲି ଏହି ଅବସରରେ ଅତିଥିମାନେ ମତ ଦେଇଥିଲେ। ଓଟିଭି ପକ୍ଷରୁ କରେଣ୍ଟ ଆଫେୟାର୍ସ ହେଡ୍ ଅମରେଶ ବିଶ୍ୱାଳ ଓ କାର୍ଯ୍ୟକ୍ରମ ପ୍ରଯୋଜକ ଅଶୋକ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।