Advertisment

'ଓଟିଭି'ର 'ସର୍ବେ ଭବନ୍ତୁ ସୁଖୀନ' କାର୍ଯ୍ୟକ୍ରମ ପୁରସ୍କୃତ

ଭୁବନେଶ୍ୱର: ଓଟିଭିର ‘ସର୍ବେ ଭବନ୍ତୁ ସୁଖୀନଃ’ କାର୍ଯ୍ୟକ୍ରମକୁ ମିଳିଲା ‘ସଂସ୍କୃତି ସମ୍ୱର୍ଦ୍ଧନ ସମ୍ମାନ’। ସବୁଦିନ ସକାଳ ସାଢେ଼ ୬ଟାରେ ପ୍ରସାରଣ ହେଉଥିବା ଏହି କାର୍ଯ୍ୟକ୍ରମକୁ ଶ୍ରୁତିନ୍ୟାସ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ‘ଜୀବନ ନିର୍ମାଣ ଶିବିର’ରେ ମୁଖ୍ୟ ଅତିଥି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସାତକଡ଼ି ହୋତା ଏହି ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ, ସ୍ୱାମୀ ସଦାନନ୍ଦ […]

'ଓଟିଭି'ର 'ସର୍ବେ ଭବନ୍ତୁ ସୁଖୀନ' କାର୍ଯ୍ୟକ୍ରମ ପୁରସ୍କୃତ

svs award

Advertisment

svs awardଭୁବନେଶ୍ୱର: ଓଟିଭିର 'ସର୍ବେ ଭବନ୍ତୁ ସୁଖୀନଃ' କାର୍ଯ୍ୟକ୍ରମକୁ ମିଳିଲା 'ସଂସ୍କୃତି ସମ୍ୱର୍ଦ୍ଧନ ସମ୍ମାନ'। ସବୁଦିନ ସକାଳ ସାଢେ଼ ୬ଟାରେ ପ୍ରସାରଣ ହେଉଥିବା ଏହି କାର୍ଯ୍ୟକ୍ରମକୁ ଶ୍ରୁତିନ୍ୟାସ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା 'ଜୀବନ ନିର୍ମାଣ ଶିବିର'ରେ ମୁଖ୍ୟ ଅତିଥି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସାତକଡ଼ି ହୋତା ଏହି ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ, ସ୍ୱାମୀ ସଦାନନ୍ଦ ସରସ୍ୱତୀ, ଡକ୍ଟର ସୋମଦେବ ଶାସ୍ତ୍ରୀ, ଆଚାର୍ଯ୍ୟ ବ୍ରହ୍ମଚାରୀ ପ୍ରିଏସ୍ ଓ ସୁଧାଂଶୁ ଅଧିକାରୀ।

Advertisment

'ସର୍ବେ ଭବନ୍ତୁ ସୁଖୀନଃ' କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦର ଜୀବନ ଅତିବାହିତ କରିବାକୁ ମନ୍ତ୍ର ମିଳିଥାଏ ବୋଲି ଏହି ଅବସରରେ ଅତିଥିମାନେ ମତ ଦେଇଥିଲେ। ଓଟିଭି ପକ୍ଷରୁ କରେଣ୍ଟ ଆଫେୟାର୍ସ ହେଡ୍ ଅମରେଶ ବିଶ୍ୱାଳ ଓ କାର୍ଯ୍ୟକ୍ରମ ପ୍ରଯୋଜକ ଅଶୋକ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe