/odisha-reporter/media/post_attachments/uploads/2016/02/Logo_Radio-Fair.jpg)
Logo_Radio Fair
ଭୁବନେଶ୍ୱର: ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍ରିଚ୍ ପକ୍ଷରୁ ଫେବ୍ରୁଆରୀ ୧୩ରୁ ଦୁଇଦିନିଆ ଆଉଟ୍ରିଚ୍ ଇଣ୍ଟରନ୍ୟାସନାଲ୍ ରେଡିଓ ଫେୟାର ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଆୟୋଜିତ ହେବ। ଏଥିରେ ଅତିଥି ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶିଷ୍ଟ ଉପସ୍ଥାପକ ଉପେନ୍ଦ୍ର ପାହାଡସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ଦେଶ ତଥା ରାଜ୍ୟରୁ ଆସିଥିବା କଳାକାରମାନେ ଡ୍ରାମା, ସ୍ୟାଣ୍ଡ ଆର୍ଟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ଅବସରରେ ନୂଆ ଓ ପୁରୁଣା ରେଡିଓ ସେଟ୍, ପୁରୁଣା ପ୍ରସାରଣ ଯନ୍ତ୍ର, ହାମ ରେଡିଓ, ରେଡିଓ ଷ୍ଟୁଡିଓ ସମେତ ବହୁ ପ୍ରଦର୍ଶନୀ ଷ୍ଟଲ ଲାଗିବ ବୋଲି ଆଉଟ୍ରିଚ୍ ପକ୍ଷରୁ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
